www.samajalive.in
Thursday, December 11, 2025
18.1 C
Bhubaneswar

ତଥ୍ୟ ଉପନିବେଶ ସ୍ଥାପନର ଦିନ ବେଶୀ ଦୂର ନୁହେଁ: ବିନୀତ ଗୋଏଙ୍କା

ନୂଆଦିଲ୍ଲୀ: ବିନୀତ ଗୋଏଙ୍କାଙ୍କ ଲିଖିତ ପୁସ୍ତକ ‘ଫଙ୍କସନ ଅଫ ଡାଟା ସୋଭରେନଟି- ଦ ପର୍ସ୍ୟୁଟ୍‌ ଅଫ ସୁପ୍ରିମାସି’ ଶୁକ୍ରବାର ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଲେଖକ ବିନୀତ ଗୋଏଙ୍କା ତଥ୍ୟ ଉପନିବେଶ ସ୍ଥାପନର ଦିନ ଆଉ ଦୂର ନୁହେଁ ବୋଲି ମତ ଦେଇଥିଲେ। ଜାତୀୟ ସାଇବର ନିରାପତ୍ତା ସଂଯୋଜକ ତଥା ଅବସରପ୍ରାପ୍ତ ଲ୍ୟୁଟ୍‌ନାଣ୍ଟ ଜେନେରାଲ ରାଜେଶ ପନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।

ପୁସ୍ତକର ଉନ୍ମୋଚନ ପରେ ଗୋଏଙ୍କା କହିଥିଲେ, ତଥ୍ୟ ଉତ୍ପାଦନରେ ଭାରତ ବିଶ୍ଵର ସବୁଠାରୁ ବଡ଼ ମାର୍କେଟ। ଆମେ ତଥ୍ୟ ଉତ୍ପାଦନ କରୁ ଏବଂ ତାହାକୁ ବ୍ୟବହାର କରୁ। ତଥ୍ୟ ହେଉଛି ନୂଆ ଇନ୍ଧନ, ଯାହା ବିଶ୍ଵକୁ ପରିଚାଳିତ କରୁଛି। କିନ୍ତୁ ଏହା ମଧ୍ୟ ଦୁଇପଟେ ଧାର ଥିବା ଏକ ଖଣ୍ଡା ସଦୃଶ। ଯେତେବେଳେ କିଛି ତଥ୍ୟ ଉତ୍ପନ୍ନ ବା ଉତ୍ପାଦନ ହୁଏ, ତାହାକୁ କୌଣସି ଏକ ସ୍ଥାନରେ ଷ୍ଟୋର କରି ରଖାଯାଏ। ଏହି ତଥ୍ୟ ହେଉଛି ଆମ ନିଷ୍ପତ୍ତି ନେବାର କ୍ଷମତା। ସାରା ବିଶ୍ଵରେ ଜନସଂଖ୍ୟାର ୬ଭାଗରୁ ଏକ ଭାଗ ଆମର ଏବଂ ବିଶ୍ଵରେ ବ୍ୟବହାର ହେଉଥିବା ତଥ୍ୟର ୪ ଭାଗରୁ ୧ ଭାଗ ଆମେ ବ୍ୟବହାର କରୁଛୁ। ଯେଉଁମାନଙ୍କ ନିକଟରେ ତଥ୍ୟ ରହିଛି, ସେମାନେ ଆମ ଜୀବନକୁ ପ୍ରଭାବିତ କରିପାରିବେ। ଯଦି ତଥ୍ୟ ଦେଶର ଭୌଗୋଳିକ ପରିସୀମା ବାହାରେ ରହିବ, ତେବେ ତଥ୍ୟ ରଖିଥିବା ବ୍ୟକ୍ତି ବା ମାଲିକ ଆପଣମାନଙ୍କ ସହ ଖେଳିବ। ଯେଉଁମାନେ ତଥ୍ୟକୁ ନିୟନ୍ତ୍ରଣ କରନ୍ତି, ସେମାନେ ବ୍ୟବହାରକାରୀଙ୍କ ମନକୁ ଶାସନ କରିବେ। କାରଣ ତାଙ୍କ ଉପରେ ଆଇନ ଲାଗୁ ହେବ ନାହିଁ।

- Advertisement -

ସେହିପରି ଗୋଏଙ୍କା ଇଣ୍ଟରନେଟ ଅଫ ଥିଙ୍ଗ୍‌ସ(ଆଇଓଟି) ଉପରେ ଆଲୋକପାତ କରିଥିଲେ। ଯେଉଁ ଉପରକରଣରେ ଆଇଓଟି ରହିଛି, ସେଗୁଡ଼ିକ ବ୍ୟବହାରକାରୀଙ୍କ କାର୍ଯ୍ୟ ସମ୍ପର୍କରେ ଜାଣିବାରେ ସହଯୋଗ କରିଥାଏ। ତେଣୁ ତଥ୍ୟର ନିୟନ୍ତ୍ରଣକାରୀ ଆପଣଙ୍କ ବିଭିନ୍ନ କୌଶଳ ଏବଂ ସାମାଜିକ କାର୍ଯ୍ୟାବଳୀ ସମ୍ପର୍କରେ ଜାଣିପାରିବେ। ତେଣୁ ବ୍ୟବହାରକାରୀମା​‌ନେ ବ୍ୟବହାର କରୁଥିବା ଉପକରଣ ତଥା ଉତ୍ପାଦ ସମ୍ପର୍କରେ ସତର୍କ ରହିବାକୁ ଗୋଏଙ୍କା ପରାମର୍ଶ ଦେଇଥିଲେ। ସେ କହିଥିଲେ, ଜଣେ ଜାଣିବା ଉଚିତ ଯେ, ଏକ କମ୍ପାକୀ କାହିଁକି ମାଗଣା ସେବା ଯୋଗାଉଛି। କାରଣ ଏହି ପୃଥିବୀରେ ମାଗଣାରେ ଦୁଇବେଳା ଖାଇବାକୁ ମିଳେନାହିଁ। ଯଦି କେହି ଆପଣଙ୍କୁ ମାଗଣା ସେବା ଦେଉଛି, ତେବେ ଆପଣ ହେଉଛନ୍ତି ତା’ର ଉତ୍ପାଦ ବା ଉପକରଣ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories