www.samajalive.in
Thursday, December 11, 2025
16.1 C
Bhubaneswar

ଲୋକସଭାରେ ତିନି ତଲାକ ବିଲ୍‌ ଆଗତ, ପୁଣି କଂଗ୍ରେସର ବିରୋଧ

ନୂଆଦିଲ୍ଲୀ: ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବା ସହିତ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଶୁକ୍ରବାରଠାରୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଗୃହକାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଏହି ଅବସରରେ ଲୋକସଭାରେ ବିଜେପି ସାଂସଦଙ୍କ ପକ୍ଷରୁ ତିନି ତଲାକ ବିଲ୍‌ ଆଗତ କରାଯାଇଥିଲା। ବିଜେପି ସାଂସଦ ତଥା କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲକୁ ଆଗତ କରିଥିଲେ। କିନ୍ତୁ ଏହାକୁ କଂଗ୍ରେସ ବିରୋଧ କରିଛି। ଥିରୁଭାନନ୍ଥପୁରମରୁ ନିର୍ବାଚିତ କଂଗ୍ରେସ ସାଂସଦ ଶଶି ଥରୁର ଏହାକୁ ବିରୋଧ କରିବା ସହିତ ଏଥିରେ ରହିଥିବା ଅନେକ ବିଷୟ ସମ୍ବିଧାନ ବିରୋଧୀ ବୋଲି ଅଭି​‌ଯୋଗ କରିଥିଲେ। ସେହିପରି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଉଦ୍ଦିନ ଓୱେସୀ ମଧ୍ୟ ବିଲ୍‌କୁ ବିରୋଧ କରିଥିଲେ।

ବିଲ୍‌ ଉପରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଥିଲେ, ସଂସଦକୁ କୋର୍ଟରେ ପରିଣତ କରନ୍ତୁନାହିଁ। ସମ୍ବିଧାନର ପ୍ରକ୍ରିୟା ଅଧୀନରେ ବିଲ୍‌ ଅଣାଯାଇଛି।

- Advertisement -

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାରଙ୍କ ପୂର୍ବ କାର୍ଯ୍ୟକାଳ ସମୟରେ ତିନି ତଲାକ ବିଲ୍‌ ଆଗତ ହୋଇଥିଲା। କିନ୍ତୁ ଲୋକସଭାରେ ମଞ୍ଜୁରୀ ମଳିବା ସତ୍ବେ ରାଜ୍ୟସଭାରେ ଏହା ପାରିତ ହୋଇପାରି ନ ଥିଲା। ଏହି କାରଣରୁ ଷୋଡ଼ଶ ଲୋକସଭା ଶେଷ ହେବା ସହିତ ବିଲ୍‌ ବି ଶେଷ ହୋଇଯାଇଥିଲା। ମୋଦୀ ସରକାର ୨ୟ ଥର କ୍ଷମତାକୁ ଆସିବା ପରେ ପୁଣି ଥରେ ଏହି ବିଲ୍‌ ଆଗତ କରିଛି। ତେବେ ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠ ସଦସ୍ୟ ଥିବାରୁ ବିଲ୍‌ ପାରିତ ହେବାରେ କୌଣସି ବାଧା ଉପୁଜିବ ନାହିଁ। ଅନ୍ୟପଟେ ଏଥର ବିଜେପି ପ୍ରତି ବିଜେଡି ଏବଂ ଅନ୍ୟାନ୍ୟ ଦଳର ସମର୍ଥନ ରହିଥିବାରୁ ରାଜ୍ୟସଭାରେ ବିଲ ପାରିତ ହେବାରେ କୌଣସି ଅସୁବିଧା ହୋଇ ନ ପାରେ ବୋଲି ଆଶା କରାଯାଉଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories