www.samajalive.in
Thursday, December 11, 2025
26.1 C
Bhubaneswar

ପରଦାକୁ ଆସିଲା ‘କବୀର୍ ସିଂହ’

ମୁମ୍ବଇ: ଶାହିଦ କପୁରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କବୀର୍ ସିଂହ’ ଶୁକ୍ରବାର ମୁକ୍ତିଲାଭ କରିଛି। ପୋଷ୍ଟର ଓ ଟିଜର ରିଲିଜ ହେବା ଦିନରୁ ହିଁ ଏହି ଚଳଚ୍ଚିତ୍ରକୁ ନେଇ ଖୁବ୍ ଚର୍ଚ୍ଚା ଜାରି ରହିଥିଲା ଓ ଦର୍ଶକ ଏହାର ମୁକ୍ତିଲାଭକୁ ନେଇ ଖୁବ୍ ଉତ୍ସାହିତ ଥିଲେ। ମୁକ୍ତିଲାଭର ପ୍ରଥମ ଦିନରେ ଚଳଚ୍ଚିତ୍ରକୁ ବହୁତ ଭଲ ପ୍ରତିକ୍ରିୟା ମିଳୁଥିବା ଦେଖିବାକୁ ମିଳିଛି। ପ୍ରେମ, ବିଚ୍ଛେଦ ଏବଂ ବର୍ବାଦୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଶାହିଦଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ତେବେ ବକ୍ସ ଅଫିସରେ ଏହା ଉଲ୍ଲେଖନୀୟ ଆୟ କରିବ ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତପୋଷଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରରେ କିଆରା ଆଡ଼ଭାନୀଙ୍କୁ ଶାହିଦଙ୍କ ବିପକ୍ଷ ନାୟିକା ଭାବେ ଦେଖିବାକୁ ମିଳିଛି। ପରଦାରେ ଦୁହିଁଙ୍କ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରୁଥିବା ଜଣାପଡ଼ିଛି। ସନ୍ଦିପ୍ ରେଡ୍ଡି ଭାଙ୍ଗାଙ୍କ ନିର୍ଦ୍ଦେଶୀତ ଏହି ଚଳଚ୍ଚିତ୍ର ତେଲୁଗୁ ଚଳଚ୍ଚିତ୍ର ‘ଅର୍ଜୁନ ରେଡ୍ଡି’ର ହିନ୍ଦୀ ରିମେକ୍।

Hot this week

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟଟ୍ଟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

Related Articles

Popular Categories