www.samajalive.in
Wednesday, December 10, 2025
18.1 C
Bhubaneswar

ଶହୀଦଙ୍କ କଫିନରେ ବିଜେଡି ପତାକା; କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଭୁବନେଶ୍ୱର : ଶହୀଦ ଯବାନ ଅଜିତ ସାହୁଙ୍କ କଫିନ୍ ଉପରେ ବିଜେଡିର ଦଳୀୟ ପତାକା ଢଙ୍କାଯିବା ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ଏହି ଘଟଣାକୁ ବିଜେପି ପକ୍ଷରୁ କଡା ନିନ୍ଦା କରାଯାଇଛି । ବିଜେପିର ପୂର୍ବତନ ସୈନିକ ସେଲ୍ ରାଜ୍ୟ ଆବାହକ ବି.କେ ବସ୍ତିଆ ଏହାକୁ ନିନ୍ଦା କରିବା ସହ ଏହା ଦେଶ ପାଇଁ ଅପମାନ ବୋଲି କହିଛନ୍ତି । ବିଜେଡି ସଭାପତି ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ଏହା ସହ ଯିଏ ଏହି କାର୍ଯ୍ୟ କରିଛି ତା’ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବି କରିଛି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ଘଟଣାକୁ ନିନ୍ଦା କରି ଟ୍ୱିଟର ରେ ଲେଖିଛନ୍ତି ଯେ, ଶହୀଦ ଓଡ଼ିଆ ଯବାନଙ୍କୁ ନେଇ ଶାସକ ଦଳର ଏଭଳି ରାଜନୀତି ଦୁର୍ଭାଗ୍ୟଜନକ । କଫିନ ଉପରେ ତ୍ରିରଙ୍ଗା ପରିବର୍ତ୍ତେ ଦଳୀୟ ପତାକା ଢଙ୍କାଯିବା ନିନ୍ଦନୀୟ ।

ଏହି ପ୍ରସଙ୍ଗରେ ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶହୀଦଙ୍କ ପ୍ରତି ବିଜେଡିର ଯଥେଷ୍ଟ ସମ୍ମାନ ରହିଛି । ଯାହା ଘଟିଛି ତାକୁ ଦଳ ନିନ୍ଦା କରୁଛି । ଯେଉଁମାନେ ଏହି କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

- Advertisement -

ସୂଚନାଯୋଗ୍ୟ, ଜୁନ୍ ୧୭ରେ ଜମ୍ମୁ-କାଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣରେ ଓଡିଆ ଯବାନ ଅଜିତ ସାହୁ ଶହୀଦ ହୋଇଥିଲେ । ବୁଧବାର ମଧ୍ୟରାତ୍ରିରେ ଶହୀଦ ଅଜିତଙ୍କ ପାର୍ଥିବ ଶରୀର ଭୁବନେଶ୍ବର ମିମାନ ବନ୍ଦରରେ ପହଞ୍ଚିଥିଲା । ପରେ ସେଠାରୁ ୧୨୦ ବାଟାଲିୟାନକୁ ନିଆଯାଇ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଗୁରୁବାର ସକାଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ତାଙ୍କ ଜନ୍ମମାଟି ଢେଙ୍କାନାଳର କାମାକ୍ଷାନାଗର ଅଭିମୁଖେ ନିଆଯାଇଥିଲା । ଏହି ସମୟରେ ଖୁଣ୍ଟୁଣୀ ନିକଟରେ କିଛି ବିଜେଡି କର୍ମୀ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପାର୍ଥିବ ଶରୀର ଥିବା କଫିନ୍ ଉପରେ ଦଳୀୟ ପତାକା ଢାଙ୍କିଥିଲେ । କିଛି ସମୟ ମଧ୍ୟରେ ଏହାର ଫଟୋ ଭାଇରାଲ ହୋଇଥିଲା, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ଏହି ପ୍ରସଙ୍ଗରେ ମୁହଁ ଖୋଲି ଶହୀଦଙ୍କ ଭାଇ ପ୍ରତିକ୍ରିୟା ଦେଇ କହିଛନ୍ତି, ଖୁଣ୍ଟୁଣୀରେ ବିଜେଡି କର୍ମୀ ଅଜିତଙ୍କ କଫିନରେ ତ୍ରିରଙ୍ଗା ପତାକା ଉପରେ ଦଳୀୟ ପତାକା ପକାଇଥିଲେ । ଯାହା ମୋତେ ଭଲ ଲାଗିନଥିଲା । ମୁଁ ତାହାକୁ କାଢ଼ି ଦେଇଥିଲି । ମୋ ଭାଇ ଦେଶ ପାଇଁ ଶହୀଦ ହୋଇଛି, କୌଣସି ଦଳ ପାଇଁ ନୁହେଁ । ଏହି ଫଟୋଟିକୁ ସୋଶିଆଲ ମିଡିଆରେ ଭାଇରାଲ୍ ନ କରିବାକୁ ଏବଂ ଏହି ଘଟଣାକୁ ନେଇ ରାଜନୀତି ନ କରିବାକୁ ସେ ଅନୁରୋଧ କରିଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories