www.samajalive.in
Wednesday, December 10, 2025
26.1 C
Bhubaneswar

କମଳା ରଙ୍ଗର ଜର୍ସିରେ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଏଣିକି ନୀଳ ବଦଳରେ କମଳା ରଙ୍ଗର ଜର୍ସିରେ ଦେଖିବାକୁ ମିଳିବେ ଭାରତୀୟ ଖେଳାଳି। ଟିମ ଇଣ୍ଡିଆର ମେନ୍‌ ଇନ୍‌ ବ୍ଲୁ ସ୍କ୍ବାଡ୍‌ ଆଗାମୀ ଇଂଲଣ୍ଡ ବିପକ୍ଷ ବିଶ୍ଵକପ୍‌ ମ୍ୟାଚରେ ନୂଆ ଜର୍ସିରେ ପଡ଼ିଆକୁ ଓହ୍ଲାଇବେ। ଜୁନ ୩୦ରେ ହେବାକୁ ଥିବା ଏହି ମ୍ୟାଚରେ ଭାରତୀୟ ଖେଳାଳିମାନେ କମଳା ରଙ୍ଗର ଜର୍ସି ପିନ୍ଧିବେ। ଗୋଟିଏ ଟୁର୍ନାମେଣ୍ଟରେ ଏକ ଟିମ୍‌ ୨ଟି ରଙ୍ଗର କିଟ୍‌ ବ୍ୟବହାର କରିପାରିବେ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ମାତ୍ର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଏକ ବିବୃତି ଜାରି କରି ଏହା ସ୍ପଷ୍ଟ କରିଛି। ଟିମଗୁଡ଼ିକ ୨ଟି ଭିନ୍ନ ରଙ୍ଗର କିଟ୍‌ ବ୍ୟବହାର କରିପାରିବେ ବୋଲି ଏଥିରେ କୁହାଯାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିରାଟ ବାହିନୀ କମଳା ରଙ୍ଗର ଜର୍ସି ପିନ୍ଧିବେ। ପୋଷାକର କଲର(ଗଳା ବନ୍ଧ)ର ରଙ୍ଗ ନୀଳ ରହିବ। ସେହିପରି ପୋଷାକର ପଛ ଭାଗରେ ଖେଳାଳିଙ୍କ ନାମ ଏବଂ ଏହା ତଳକୁ ରହିଥିବା ସଂଖ୍ୟା ମଧ୍ୟ ନୀଳ ରଙ୍ଗରେ ଉଲ୍ଲେଖ ରହିଛି। ଆଇସିସି କହିଛି ଯେ, ବିଶ୍ଵକପରେ ଅଂଶଗ୍ରହଣ କରିଥିବା ଟିମ୍‌ଗୁଡ଼ିକୁ ୨ଟି ରଙ୍ଗର କିଟ୍‌ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଇଭେଣ୍ଟ ଆୟୋଜନକାରୀ ଦେଶର ଟିମ୍‌ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରେ ଗୋଟିଏ ରଙ୍ଗର ଜର୍ସି ପରିଧାନ କରିବେ। ତେଣୁ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଆୟୋଜକ ଟିମ୍‌ କେଉଁ ରଙ୍ଗର ଜର୍ସି ପିନ୍ଧିବ ତାହା ନିଶ୍ଚିତ କରିବାକୁ କୁହାଯାଇଥିାଏ। ସେହି ଅନୁସାରେ ଆୟୋଜକ ଇଂଲଣ୍ଡର ଖେଳାଳିମାନେ ନୀର ରଙ୍ଗର ଜର୍ସି ପିନ୍ଧିବାକୁ ପସନ୍ଦ କରିଥିଲେ।

- Advertisement -

ଉଲ୍ଲେଖଯୋଗ୍ୟ, ଦକ୍ଷିଣ ଆଫ୍ରିକା ଟିମ୍‌ ଚଳିତ ବିଶ୍ଵକପରେ ବାଂଲାଦେଶ ବିପକ୍ଷ ୨ୟ ମ୍ୟାଚରେ ଜର୍ସି ପରିବର୍ତ୍ତନ କରିଥିଲା। ଦଳର ଖେଳାଳିମାନେ ପୂର୍ବରୁ ସବୁଜ ରଙ୍ଗର ଜର୍ସି ପିନ୍ଧୁଥିଲାବେଳେ ୨ୟ ମ୍ୟାଚରେ ହଳଦିଆ ରଙ୍ଗର ଜର୍ସି ପରିଧାନ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories