www.samajalive.in
Sunday, December 7, 2025
26.1 C
Bhubaneswar

୭ଫୁଟର କଲରାପତରିଆ ବାଘ ଛାଲ ଜବତ ; ୩ ଗିରଫ

ଭୁବନେଶ୍ୱର : ୭ଫୁଟ ଲମ୍ବର କଲରାପତରିଆ ବାଘ ଛାଲ ଜବତ ହୋଇଛି । କ୍ରାଇମବ୍ରଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଦେବଗଡର ବାରକୋଟରୁ ଏହି ବାଘ ଛାଲ ଜବତ କରିବା ସହ ଏହି ମାମଲାରେ ସଂପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛନ୍ତି । ଗିରଫଙ୍କ ମଧ୍ୟରେ ୨ଜଣ ଜେଲ ବିଭାଗୀୟ କର୍ମଚାରୀଙ୍କ ପୁଅ ବୋଲି ଜଣାପଡିଛି । ଅଭିଯୁକ୍ତମାନେ ରାଉରକେଲାରେ ୮ ଲକ୍ଷ ଟଙ୍କାରେ ଏହି ବାଘ ଛାଲ ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ କ୍ରାଇମବ୍ରଞ୍ଚର ଏକ ଟିମ୍ ସେମାନଙ୍କୁ ଧରିଥିଲେ । ଏନେଇ କ୍ରାଇମବ୍ରଞ୍ଚର ଏସଟିଏଫ୍  ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ,  ଅଭିଯୁକ୍ତମାନେ ଏହି ବାଘ ଛାଲ କେଉଁଠୁ ପାଇଲେ ଏବଂ କିଏ କେଉଁ ସ୍ଥାନରୁ ବାଘକୁ ହତ୍ୟା କରି ଛାଲ ଚାଲଣ କରିଛି । ଏହା ସହ ବାଘ ଛାଲରେ ଗୁଳି ବାଜିଥିବା ଚିହ୍ନ ଦେଖିବାକୁ ମିଳିଛି । ଯାହା ସନ୍ଦେହକୁ ଆହୁରୀ ଦୃଢିଭୂତ କରିଛି । ବାଘ ଶିକାରୀ କିଏ ଏବଂ କିଏ ଏହି ଛାଲକୁ କିଣିଥାନ୍ତା ସେମାନଙ୍କୁ ଧରିବା ପାଇଁ କ୍ରାଇମବ୍ରଞ୍ଚ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କୁଚିଣ୍ଡାରେ ୪ଟି ବାଘ ଛାଲ ଜବତ ହୋଇଥିଲା। ଏହି ମାମଲାରେ ୭ ଜଣ ଗିରଫ ହୋଇଥିଲେ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories