www.samajalive.in
Monday, December 8, 2025
24.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କର ନୈଶ୍ୟଭୋଜିରେ ସାମଲି ହେବେ ଲୋକସଭାରେ କଂଗ୍ରେସଦଳ ନେତା ଅଧୀର ରଞ୍ଜନ

ନୂଆଦିଲ୍ଲୀ .- ଲୋକସଭରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାର ଆୟୋଜିତ ରାତ୍ର ଭୋଜନରେ ସାମିଲ୍‌ ହେବେ ବୋଲି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଏକ ପଦ ଓ ପ୍ରଧାନମନ୍ତ୍ରୀ ସାରା ଦେଶର ବୋଲି ସେ କହିଛନ୍ତି । ସସଂଦର ସମସ୍ତ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ।

ଲୋକସଭାରେ କଂଗ୍ରେସ ଦଳର ନେତା ହେବା ପାଇଁ ରାହୁଲ ଗାନ୍ଧୀ ମନା କରିବା ପରେ ଅଧୀର ରଞ୍ଜନକୁ କଂଗ୍ରେସ ଦଳ ନେତା ରୂପେ ଚୟନ କରାଯାଇଥିଲା । ଅଧୀର ରଞ୍ଜନ ଲୋକସଭାରେ ସର୍ବାଧିକ ଆସନ ଜିତିଥିବା ବିରୋଧି ଦଳର ନେତା ହେବ ଓ ସମସ୍ତ ମହତ୍ତ୍ୱ ପୂର୍ଣ୍ଣ ଚୟନ କମିଟିରେ ଅଂଶଗ୍ରହଣ କରିବେ ।
ଗୁରୁବାରରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ନୈଶ୍ୟ ଭୋଜନର ଆୟୋଜନ କରୁଛନ୍ତି । ଏହି ପାର୍ଟିରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଷୟରେ ବି ଆଲୋଚନା କରାଯାଇପାରେ । ଗୁରୁବାରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦନେ ନିଜ ଅଭିଭାଷଣ ପ୍ରଦାନ କରିଛନ୍ତି । ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ବିଭିନ୍ନ ନୀତି ଓ ଏଜେଣ୍ଡା ବିଷୟରେ ରାଷ୍ଟ୍ରପତି ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories