www.samajalive.in
Friday, December 12, 2025
16.1 C
Bhubaneswar

ଟିଟୋର ୨ ଭାଇଙ୍କ ସମେତ ୩ ଗିରଫ

ଭୁବନେଶ୍ବର/କେନ୍ଦ୍ରାପଡ଼ା : କେନ୍ଦ୍ରାପଡାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‍ ସୟଦ ଉସ୍‍ମାନ୍‍ ଅଲ୍ଲୀର ଦୁଇ ଭାଇ ଏବଂ ଭଣଜାକୁ କ୍ରାଇମ୍‍ବ୍ରାଞ୍ଚ ସ୍ପେଶାଲ୍‍ ଟାସ୍କଫୋର୍ସ(ଏସ୍‍ଟିଏଫ୍‍) କେନ୍ଦ୍ରାପଡାରୁ ଗତକାଲି ବିଳମ୍ବିତ ରାତିରେ ଉଠାଇ ଆଣିଛି। ଶିବପ୍ରସାଦ ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କ ଅପହରଣ ମାମଲାରେ ଏସ୍‌ଟିଏଫ୍‌ ଇନ୍ସପେକ୍ଟର ଆଲୋକ ଜେନାଙ୍କ ନେତୃତ୍ବରେ ଏକ ଟିମ୍‌ ଚଢ଼ଉ କରି ଟିଟୋର ଭାଇ ଚି​‌େ​ତା ଓରଫ ସୟଦ ଇଫ୍‌ତିକର ଅଲ୍ଲୀ, ଜି ବାବୁ ଓରଫ ସୟଦ ଅସଫାକ୍‌ ଅଲ୍ଲୀ ଏବଂ ଟିଟୋର ଭଣଜା ମୁନା ଓରଫ୍ ଅମ୍‌ଜାଦ ଖାନ୍‌କୁ ଗିରଫ କରିଥିଲା। ଏସ୍‌ଟିଏଫ୍‌ ପକ୍ଷରୁ ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ୨୦୧୭ ସେପ୍‌ଟେମ୍ବର ୯ରେ କେନ୍ଦ୍ରାପଡାର ଠିକାଦାର ଶ୍ରୀ ପରିଡ଼ାଙ୍କୁ ଦାଦାବଟି ନ ଦେବାରୁ ଟିଟୋର ନିର୍ଦେଶରେ ତା’ର ଦୁଇ ଭାଇ, ଭଣଜା ଓ ଅନ୍ୟମାନେ ତାଙ୍କୁ ଅପହରଣ କରି ନେଇଥିଲେ। ଏନେଇ ଶ୍ରୀ ପରିଡ଼ା ଟିଟୋ ଗିରଫ ହେବା ପରେ ଏସ୍‌ଟିଏଫ୍ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଅନେକ ଅଭିଯୋଗକାରୀ ଟିଟୋ ବିରୋଧରେ ଅଭିଯୋଗ କରିବାକୁ ଆସିଥିଲେ। ଗତବର୍ଷ ଜୁନ୍‌ ୩୦ରେ ଏସ୍‌ଟିଏଫ୍‌ର ଡିଆଇଜିଙ୍କ ନେତୃତ୍ବରେ ଏକ ଟିମ୍‌ କେନ୍ଦ୍ରାପଡା ଦିଲାରପୁରସ୍ଥିତ ବାସଭବନରେ ଚଢ଼ଉ କରି ଟିଟୋ ଏବଂ ତା’ର ୬ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ଏକ ଡକାୟତି ଓ ହତ୍ୟା ଯୋଜନା କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା। ମାରଣାସ୍ତ୍ର ଜବତ କରିବା ଲାଗି ଟିଟୋକୁ ବଡ଼ଚଣା ଅଞ୍ଚଳକୁ ନିଆଯାଇଥିଲା। ମାରଣାସ୍ତ୍ର ଖୋଜାଖୋଜି କରିବା ବେଳେ ଟିଟୋ ପୁଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲା। ଏସ୍‍ଟିଏଫ୍‍ ଅଧିକାରୀ ନିଜକୁ ବଞ୍ଚାଇବା ଲାଗି ଟିଟୋ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ଆହତ ହୋଇଥିବା ଟିଟୋକୁ ପ୍ରଥମେ ବଡ଼ଚଣା ହସ୍ପିଟାଲ୍‍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ପରେ ବଡ଼ଚଣାରୁ ଟିଟୋକୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା। ଟିଟୋକୁ ରିମାଣ୍ଡରେ ନେଇ ଏସ୍‌ଟିଏଫ୍ ପଚରାଉଚରା କରିଥିଲା। ତେବେ ଟିଟୋ ଗିରଫ ହେବା ପରେ ତା’ର ଅନ୍ୟ ଭାଇମାନେ ଫେରାର୍‌ ହୋଇଯାଇଥିଲେ। ଏସ୍‌ଟିଏଫ୍ ଟିଟୋର ଅପରାଧ ସାମ୍ରାଜ୍ୟ ନେଇ ଖୋଳତାଡ଼ ଆରମ୍ଭ କରିଥିଲା। ଏପର୍ଯ୍ୟନ୍ତ ଟିଟୋ ବିରୋଧରେ ୫୦ରୁ ଅଧିକ ମାମଲା ରହିଛି। ବିଲ୍‍ଡର ଓ ଠିକାଦାରଙ୍କଠାରୁ ଦାଦାବଟି ଆଦାୟ କରିବା ସହିତ ଟେଣ୍ଡର ଫିକ୍ସିଂ ଅପହରଣ ଓ ଡକାୟତି ଭଳି ମାମଲାରେ ଟିଟୋ ଓ ତା’ର ଗ୍ୟାଙ୍ଗ ସମ୍ପୃକ୍ତ ଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories