ଓସମା ବିନ୍‌ ଲାଡେନଙ୍କୁ ଧରାଇଥିବା ପାକ୍‌ ଡାକ୍ତରଙ୍କୁ ଅଜଣା ସ୍ଥାନରେ ବନ୍ଦୀ କଲା ପାକିସ୍ତାନ

0

ଲାହୋର:   ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏକୁ ବିଶ୍ୱର ସବୁଠାରୁ କୁଖ୍ୟାତ  ଓ ଦୁର୍ଦ୍ଦଷ ଆତଙ୍କବାଦୀ ଓସମା ବିନ୍‌ ଲାଡାନ୍‌କୁ ଧରାଇବାରେ ସହାୟତା କରିଥିବା ପାକିସ୍ତାନର ଡାକ୍ତରଙ୍କୁ  ଏକ ଅଜଣା ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସକିଲ ଆଫ୍ରିଦ ନାମକ ଡାକ୍ତର ଓସମା ବିନ୍‌ ଲାଡେନକୁ ଧରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମାତ୍ର ତାଙ୍କୁ ଏକ ମିଛ ମାମଲାରେ ଫସାଇ ଦିଆଯିବା ସହ ୨୦୧୨ରେ ୩୩ ବର୍ଷ ପାଇଁ କାରାଦଣ୍ଡ ଶୁଣା ଯାଇଥିଲା । ପେଶାଓ୍ୱାର ଏକ ଜେଲ୍‌ରେ ତାଙ୍କୁ ତା ପରଠାରୁ ବନ୍ଦୀ କରାଯାଇଥିଲା । ମାତ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ବେଳେ ଆଫ୍ରିଦିଙ୍କୁ ମୁକ୍ତ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପ,  ତାଙ୍କୁ ମୁକ୍ତି କରିବା ପାଇଁ ଶପଥ ନେଇଥିଲେ ।

ସାକିଲ ଆଫ୍ରିଦ ଓସମା ବିନ୍‌ ଲାଡେନକୁ ଧରାଇବା ପାଇଁ ଏକ ମିଛ ଟୀକା କରଣ କାର୍ଯ୍ୟକ୍ରମ କରିଥିଲେ । ଏହି କାରଣରୁ ତାଙ୍କ ନାମରେ ମାମଲା ରୁଜୁ କରାଯିବା ସହ ୩୩ ବର୍ଷ ପାଇଁ ଜେଲ୍‌ ଦଣ୍ଡ ହୋଇଥିଲା । ଏହାପରେ ତାଙ୍କ ଓକିଲାଙ୍କୁ ୨୦୧୫ ମସିହାରେ ଗୁଳି କରି ହତ୍ୟା କରାଯାଇଥିଲା । ତାଲିବାନ ଏହି ହତ୍ୟାକାଣ୍ଡ କରିଥିବା କଥା ସ୍ୱୀକାର କରିଥିଲା ।  ତେବେ ସୁରକ୍ଷା କରଣରୁ ସାକିଲ ଆଫ୍ରିଦଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା କଥା ପାକିସ୍ତାନ ସରକାର କହିଛନ୍ତି । ତେବେ ତାଙ୍କୁ ମୁକ୍ତ କରିବା ପାଇଁ ଆମେରିକା ଏବେ ଚାପ ପକାଉଛି । ପାକିସ୍ତାନକୁ ଦିଆଯାଇଥିବା ବିଭିନ୍ନ ସହାୟତକୁ ପୁଣି ବନ୍ଦ କରାଯିବ ବୋଲି ଆମେରିକା ଧମକ ଦେଇଛି ।

Leave A Reply