www.samajalive.in
Monday, December 8, 2025
13.1 C
Bhubaneswar

ବିବାଦରେ ଆୟୁଷ୍ମାନଙ୍କ ‘ଆର୍ଟିକିଲ-୧୫’

ମୁମ୍ବଇ : ଆୟୁଷ୍କାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆର୍ଟିକିଲ-୧୫’ ବିବାଦ ଘେରକୁ ଚାଲିଆସିଛି। ଆର୍ଟିକିଲ-୧୫ ଜାତିଆଣ ଅଧାରରେ ସମାଜକୁ ବଣ୍ଟନ କରିବା ସହ ବ୍ରାହ୍ମଣମାନଙ୍କୁ ଅପମାନ କରାଯାଇଛି ବୋଲି ଅଖିଳ ବ୍ରହ୍ମାଣ୍ଡ ଏକତା ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିସହ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ସଂଗଠନ ପକ୍ଷରୁ ଆଇନଗତ ନୋଟିସ୍‌ ଜାରି କରାଯିବା ସହ ଫିଲ୍ମରେ ଥିବା ଆପତ୍ତିଜନକ ଅଂଶକୁ କାଟିଦେବା ପାଇଁ ଦାବି କରାଯାଇଛି। ଏହାର ଟ୍ରେଲର ମଇ ୩୦ରେ ମୁକ୍ତିଲାଭ କରିଥିଲା।
ଉଲ୍ଲେଖ ଯୋଗ୍ୟ, ଆୟୁଷ୍ମାନ୍ ଖୁରାନାଙ୍କ ଆଗାମୀ ଚଳଚ୍ଚିତ୍ର ‘ଆର୍ଟିକଲ୍-୧୫’ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାର ଥିଲା। ଏଇ ଅଭିନେତାଙ୍କ ଏଯାବତ୍ ଅଧିକାଂଶ ଚଳଚ୍ଚିତ୍ର ହିଟ୍ ତାଲିକାଭୁକ୍ତ ରହିଛି। ପ୍ରଶଂସକ ଓ ସମୀକ୍ଷକ ମହଲର ଦୃଢ଼ ଆଶା ଯେ ଏଇ ଚଳଚ୍ଚିତ୍ରଟିର ମଧ୍ୟ କାହାଣୀ ନିଶ୍ଚିତ ଦମ୍‌ଦାର୍ ହୋଇଥିବ। ଆୟୁଷ୍ମାନ୍ କହିଥିଲେ, ପ୍ରଥମଥର ପାଇଁ ସେ ପୁଲିସ୍ ଅଧିକାରୀ ଚରିତ୍ରରେ ଅବତୀର୍ଣ୍ଣ। ଲକ୍ଷ୍ନୌରେ ଚଳଚ୍ଚିତ୍ରର ସୁଟିଂ ଚାଲିଥିବାବେଳେ ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ପୁଲିସ୍ ଅଧିକାରୀଙ୍କ ସହ ନିୟମିତ ଭାବେ ମିଳାମିଶା କରୁଥିଲେ। ତାଙ୍କ ମତରେ ‌ସେ‌ ପୁଲିସ୍ ଅଧିକାରୀଙ୍କୁ ନକଲ କରିବାକୁ ଚାହୁଁନଥିଲେ। ବରଂ ପରଦା ଉପରେ ଜଣେ ପୁଲିସ୍ ଅଧିକାରୀ ଚରିତ୍ରରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କୁ ଆତ୍ମସନ୍ତୋଷ ଦେବାକୁ ଚାହୁଁଥିଲେ। ପୁଲିସ୍‌ ଅଧିକାରୀମାନଙ୍କ କାମ କେତେ କଷ୍ଟ, ତାହା ସେ ସେମାନଙ୍କ ମିଶିବା ପରେ ଜାଣିପାରିଥିଲେ। ଦିନରାତି ସବୁସମୟରେ ସେମାନଙ୍କୁ ସତର୍କ ରହିବାକୁ ପଡ଼େ। ଆୟୁଷ୍ମାନ୍‌ଙ୍କ ମତରେ କିଛି ଘଣ୍ଟା ପାଇଁ ପରଦା ଉପରେ ଅଭିନୟ କରିବା ମୋ ପାଇଁ ଚ୍ୟାଲେଞ୍ଜ୍‌ ଥିଲା। ପୁଲିସ୍ ଅଧିକାରୀମାନେ ତାଙ୍କ ଚାକିରି ଜୀବନରେ କେତେ ଚ୍ୟାଲେଞ୍ଜ୍‌ ନେଇଥାନ୍ତି, ତାହା ଆମେ କେହି ଅନୁମାନ ମଧ୍ୟ କରିପାରିବାନି ବୋଲି ସେ କହିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories