www.samajalive.in
Saturday, December 13, 2025
17.1 C
Bhubaneswar

ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡରେ ପହଞ୍ଚିଲେ ରିଷଭ ପନ୍ତ

ଲଣ୍ଡନ: ବିଶ୍ଵକପ୍‌ କ୍ରିକେଟରେ ରବିବାର ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଇଂଲଣ୍ଡରେ ପହଞ୍ଚିଛନ୍ତି ରିଷଭ ପନ୍ତ। ମଞ୍ଚେଷ୍ଟରରେ ସେ ପହଞ୍ଚିବା ପରେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଟିମ୍‌ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ଶିଖର ଧାୱନ ଆଘାତଜନିତ ସମସ୍ୟା କାରଣରୁ କିଛିଦିନ ପାଇଁ ବିଶ୍ରାମ ନେଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ନ ହେଲେ ତାଙ୍କ ସ୍ଥାନରେ ପନ୍ତଙ୍କୁ ସାମିଲ କରାଯିବା ସମ୍ଭାବନା ରହିଛି। କେବଳ ଏଥିପାଇଁ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ପନ୍ତଙ୍କୁ ମୁମ୍ବଇରୁ ଇଂଲଣ୍ଡ ଡକାଇଛି। ତେବେ ରବିବାର ଓଲ୍ଡ ଟ୍ରାଫର୍ଡଠାରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚରେ ସେ ଖେଳିବା ସମ୍ଭାବନା କମ୍‌ ରହିଛି।

Image courtesy: TimesNow

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧାୱନଙ୍କ ଶତକ ବଳରେ ଭାରତ ବିଶାଳ ସ୍କୋର ଛିଡ଼ା କରିପାରିଥିଲା। ଏହି ମ୍ୟାଚରେ ଭାରତ ବିଜୟୀ ହୋଇଥିଲା। ତେବେ ଧାୱନ ବ୍ୟାଟିଂ କରୁଥିବାବେଳେ ଏକ ବଲ୍‌ ତାଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିରେ ବାଜିଥିଲା। ଆତ ସ୍କାନ କରାଯିବା ପରେ ଆଙ୍ଗୁଠିରେ ଫ୍ରାକ୍ଚର ହୋଇଥିବା ଜଣାପଡ଼ିଛି। ସୁସ୍ଥ ହେବା ଲାଗି ତାଙ୍କୁ ଅତି କମ୍‌ରେ ୧୦ ଦିନ ସମୟ ଲାଗିବ। ଏହି ସମୟ ପରେ ଧାୱନ ଯଦି ଫିଟ୍‌ନେସ ଟେଷ୍ଟରେ ସଫଳ ହୁଅନ୍ତି ତା’ହେଲେ ସେ ଅବଶିଷ୍ଟ ମ୍ୟାଚଗୁଡ଼ିକ ଖେଳିବେ। ନଚେତ ତାଙ୍କ ସ୍ଥାନରେ ପନ୍ତଙ୍କୁ ନିଆଯିବ। ରୋହିତ ଶର୍ମାଙ୍କ ସହିତ ପନ୍ତ ଇନିଂସ ଓପନ କରିବେ ବୋଲି ସୂଚନା ମିଳିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories