www.samajalive.in
Friday, December 12, 2025
26.1 C
Bhubaneswar

ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନକୁ ସମର୍ଥନ କରି ଭୁବନେଶ୍ବର ଏମ୍‌ସ ଡାକ୍ତରଙ୍କ ଧାରଣା

ଭୁବନେଶ୍ୱର : ପଶ୍ଚିମବଙ୍ଗର କୋଲକାତା ଏନଆରଏସ ମେଡିକାଲ କଲେଜରେ ଡାକ୍ତରମାନଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନ କରାଯାଉଥିବା ବେଳେ ଭୁବନେଶ୍ବର ଏମ୍‌ସ ଆବାସିକ ଡାକ୍ତର ସଂଘ ଏହାକୁ ସମର୍ଥନ କରିଛି। ସଂଘ ପକ୍ଷରୁ ଶୁକ୍ରବାର ଭୁବନେଶ୍ବର ଏମ୍‌ସ ସମ୍ମୁଖରେ ଡାକ୍ତରମାନେ ଧାରଣା ଦେଇ ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ରୋଗୀ ଓ ତାଙ୍କ ସମ୍ପର୍କୀୟ ଡାକ୍ତରଖାନା ସମ୍ମୁଖରେ ବହୁ ସମୟ ଧରି ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି।

ସେହିପରି ଆଜି ଦିଲ୍ଲୀ ସ୍ଥିତ ଏମ୍‌ସ ଡାକ୍ତରମାନେ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରି ଦିନିକିଆ ଧାରଣା ଦେଇଛନ୍ତି। ଏଥିଯୋଗୁଁ ବହିର୍ବିଭାଗ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।

- Advertisement -

ଗୁରୁବାର କଟକ ଏସସିବି ମେଡ଼ିକାଲ କଲେଜର ଛାତ୍ରଛାତ୍ରୀ ଏବଂ ଓମସା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ହାଇଦ୍ରାବାଦରେ ମଧ୍ୟ ଡାକ୍ତରମାନେ ମୁଣ୍ଡରେ କପଡ଼ା ବାନ୍ଧି ପ୍ରତିକାତ୍ମକ ଆନ୍ଦୋଳନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୧୦ ତାରିଖ ରାତିରେ କୋଲକାତାର ଏନଆରଏସ ମେଡିକାଲ କଲେଜରେ ଡାକ୍ତରଙ୍କୁ ଆକ୍ରମଣ ହୋଇଥିଲା। ଏହାର ପ୍ରତିବାଦ କରି ସେଠାରେ ଡାକ୍ତରଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଓଡ଼ିଶା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହାଇଦ୍ରାବାଦ ଓ ଦିଲ୍ଲୀ ସମେତ ଦେଶର ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଡାକ୍ତରଙ୍କ ପ୍ରତିବାଦ ଦେଖିବାକୁ ମିଳିଛି। ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନନେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories