www.samajalive.in
Thursday, December 11, 2025
13.1 C
Bhubaneswar

୪ର୍ଥ ଦିନରେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଧର୍ମଘଟ; ଦେଶବ୍ୟାପୀ ସମର୍ଥନ, ଚିକିତ୍ସା​‌ ସେବା ବାଧାପ୍ରାପ୍ତ

କୋଲକାତା: ପଶ୍ଚିମବଙ୍ଗର କୋଲକାତା ଏନଆରଏସ ମେଡିକାଲ କଲେଜରେ ଡାକ୍ତରମାନଙ୍କୁ ଆକ୍ରମଣ ଘଟଣାକୁ ଦେଶବ୍ୟାପୀ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ରାଜ୍ୟରେ ଡାକ୍ତରମାନଙ୍କ ଧର୍ମଘଟ ଶୁକ୍ରବାର ୪ର୍ଥ ଦିନରେ ପହଞ୍ଚିଛି। ମେଡିକାଲ ସମ୍ମୁଖରେ ଡାକ୍ତରମାନେ ଧାରଣା ଦେଇଛନ୍ତି। ରାଜ୍ୟରେ ବିଭିନ୍ନ ସରକାରୀ ହସ୍ପିଟାଲରେ ଡାକ୍ତରମାନେ ପ୍ରତିବାଦ ଜଣାଇ ଆନ୍ଦୋଳନ ଚଳାଇଥିବାରୁ ରୋଗୀସେବାକୁ ନେଇ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ଦେଶବ୍ୟାପୀ ସରକାରୀ ଏବଂ ଘରୋଇ ହସ୍ପିଟାଲର ଡାକ୍ତରମାନେ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଥିବାରୁ ରୋଗୀସେବା ବାଧାପ୍ରାପ୍ତ ହୋଇଛି।

ଅନ୍ୟପଟେ ଗତ ମଙ୍ଗଳବାରଠାରୁ ବନ୍ଦ ରହିଥିବା ଏନଆରଏସ ମେଡିକାଲ କଲେଜର ଜୁନିୟର ଡାକ୍ତରମାନେ ଶୁକ୍ରବାର ସକାଳେ ରୋଗୀମାନଙ୍କୁ ଜରୁରିକାଳୀନ ୱାର୍ଡକୁ ଯିବାକୁ ଅନୁମତି ଦେଇଥିଲେ। କିନ୍ତୁ ସେମାନେ ରୋଗୀଙ୍କ ଚିକିତ୍ସା କରି ନ ଥିଲେ। ସେହିପରି ରାଜ୍ୟରେ ବିଭିନ୍ନ ସରକାରୀ ହସ୍ପିଟାଲରେ ବର୍ହିବିଭାଗରେ ଚିକିତ୍ସା ସେବା ବନ୍ଦ ରହିଛି। ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡାକ୍ତରମାନେ ଅଡ଼ିବସିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତ ସୋମବାର ରାତିରେ ଏନଆରଏସ ମେଡିକାଲ କଲେଜରେ ରୋଗୀମୃତ୍ୟୁକୁ କେନ୍ଦ୍ରକରି କେତେଜଣ ଲୋକ ୨ ଜଣ ଡାକ୍ତରଙ୍କୁ ମାଡ଼ ମାରିଥିଲେ। ଏହା ପ୍ରତିବାଦରେ ମଙ୍ଗଳବାରଠାରୁ ଡାକ୍ତରମାନେ ଧର୍ମଘଟ ଜାରି ରଖିଛନ୍ତି। ଏପରି କି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରମାନଙ୍କୁ ବୁଝାଶୁଝା କରିବା ବଦଳରେ କାର୍ଯ୍ୟରେ ଯୋଗଦେବାକୁ ଧମକ ଦେବାରୁ ପରିସ୍ଥିତି ଆହୁରି ଜଟିଳ ହୋଇଛି। ଡାକ୍ତରମାନଙ୍କୁ ସୁରକ୍ଷା ଏବଂ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ନୂଆଦିଲ୍ଲୀ ଏମ୍‌ସ ଏବଂ ରାୟପୁର ଏମ୍‌ସ ସମେତ ବିଭିନ୍ନ ରାଜ୍ୟରେ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଆନ୍ଦୋଳନରେ ସାମିଲ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories