www.samajalive.in
Thursday, December 11, 2025
13.1 C
Bhubaneswar

ଏସସିଓ ସମ୍ମିଳନୀରେ ଏକ କୋଣରେ ବସି ରହିଲେ ଇମ୍ରାନ; ହାତ ମିଳାଇଲେନି କି କଥା ହେଲେନି ମୋଦୀ

ବିସ୍କେକ୍‌: କିର୍ଗିଜସ୍ତାନର ରାଜଧାନୀ ବିସ୍କେକରେ ଗୁରୁବାରଠାରୁ ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମଳନୀ ଆରମ୍ଭ ହୋଇଛି। ଏଥିରେ ଭାରତ, ପାକିସ୍ତାନ, ଚୀନ, ରୁଷ ସମେତ ବିଭିନ୍ନ ରାଷ୍ଟ୍ରର ନେତାମାନେ ଯୋଗଦେଇଛନ୍ତି। ତେବେ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକା ସମୟରେ ପହଞ୍ଚିଥିଲେ। କିନ୍ତୁ ମୋଦୀ ଇମ୍ରାନଙ୍କ ସହିତ ହାତ ମିଳାଇ ନ ଥିଲେ କି କଥା ବି ହୋଇ ନ ଥିଲେ। ସେହିପରି ସମ୍ମିଳନୀ ଚାଲିଥିବାବେଳେ ଇମ୍ରାନ ଏକ କୋଣରେ ବସିରହିଥିବା ଦେଖାଯାଇଥିଲା। ପ୍ରଥମ ଦିନ ସମ୍ମିଳନୀ ଆରମ୍ଭ ହେବାଠାରୁ ଶେଷ ପର୍ଯ୍ୟନ୍ତ ମୋଦୀ ତାଙ୍କ ସହିତ ଆଦୌ କଥାବାର୍ତ୍ତା ହୋଇ ନ ଥିଲେ।

ମୋଦୀ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ବିଶ୍ଵର ଅନ୍ୟ ନେତାମାନଙ୍କୁ ସ୍ବାଗତ କରିବା ସହ ହାତ ମିଳାଇଥିଳେ। କିନ୍ତୁ ଇମ୍ରାନଙ୍କୁ ଅଣଦେଖା କରି ମୋଦୀ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ, ଯେକୌଣସି ମଞ୍ଚ ହେଉ, ଆତଙ୍କବାଦକୁ ଶେଷ ନ କରିବା ଯାଏ ପାକିସ୍ତାନ ପ୍ରତି ତାଙ୍କର ବ୍ୟବହାର ବଦଳିବ ନାହିଁ।

- Advertisement -

ମୋଦୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବା ସହିତ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ। ଏହି ଅବସରରେ ମୋଦୀ କହିଥିଲେ ଯେ, ପାକିସ୍ତାନ ଭାରତ ସହିତ ଆଲୋଚନା ଆରମ୍ଭ କରିବା ପୂର୍ବରୁ ଆତଙ୍କବାଦ ବିରୋଧରେ ଦୃଢ଼ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories