www.samajalive.in
Friday, December 5, 2025
20.1 C
Bhubaneswar

ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଟିଟିପି ଉପମୁଖ୍ୟ ନିହତ

ଇସଲାମାବାଦ : ଆଫଗାନିସ୍ତାନର ବାରମାଲ ଅଞ୍ଚଳର ମାରଘାରେ ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଶୁକ୍ରବାର ତେହରିକ୍‌-ଇ-ତାଲିବାନ ପାକିସ୍ତାନ (ଟିଟିପି)ର ଉପମୁଖ୍ୟ ଖାନ ସଇଦ ମେହସୁଦ ଓରଫ ସାଜନା ସମେତ ୪ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଆଫଗାନିସ୍ତାନ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉତ୍ତର ୱାଜିରସ୍ଥାନର ଆତଙ୍କବାଦୀ ଅଞ୍ଚଳ ଉପରେ ଆମେରିକା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଥିଲା । ଏଥିରେ ଟିଟିପିର ଉପମୁଖ୍ୟ ଖାନ ସଇଦ ସାଜନାର ମୃତ୍ୟୁ ଘଟିଛି । ସାଜନା ପାକିସ୍ତାନୀ ସେନାର ଅତି ଘନିଷ୍ଠ ଥିଲା ଓ ହକ୍କାନି ନେଟୱାର୍କର ସବୁଠୁ ବଡ଼ ସମର୍ଥକ ଥିଲା ବୋଲି

କୁହାଯାଉଛି । ଡ୍ରୋନ୍‌ ଆକ୍ରମଣରେ ସାଜନା ସହ ତାର ପୁତୁରା ଇସ୍ମାଇଲ ଓ ଦୁଇ ଅଙ୍ଗରକ୍ଷକଙ୍କ ମୃତ୍ୟୁ ଘଟିଛି । ଆମେରିକା ଓ ଆଫଗାନିସ୍ତାନ ସେନା ମିଳିତ ଭାବେ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି । ଆତଙ୍କବାଦୀ ଅଞ୍ଚଳରେ ଆମେରିକା ପକ୍ଷରୁ ଆକାଶମାର୍ଗ ଆକ୍ରମଣକୁ ବଢାଇ
ଦିଆଯାଇଛି ।କରିଛନ୍ତି । ଆତଙ୍କବାଦୀ ଅଞ୍ଚଳରେ ଆମେରିକା ପକ୍ଷରୁ ଆକାଶମାର୍ଗ ଆକ୍ରମଣକୁ ବଢାଇ ଦିଆଯାଇଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories