www.samajalive.in
Wednesday, December 10, 2025
26.1 C
Bhubaneswar

ରଜ ପାଇଁ ସୁଆଦିଆ କ୍ଷୀର ବରା

ବରା ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଆଉ ଅଳ୍ପ ଦିନ ବାକି ରହିଲା ରଜ। ଏହି ରଜରେ ଏକ ସ୍ୱାଦିଷ୍ଟ ଓ ଭିନ୍ନ ଉପାୟରେ ପ୍ରସ୍ତୁତ ବରା ଖାଇ ରଜକୁ ଉପଭୋଗ କରିବାକୁ ଏହାର ପ୍ରସ୍ତୁତି ପ୍ରଣାଳି ବିଷୟରେ ଜାଣନ୍ତୁ।
କ୍ଷୀର ବରା
ଆବଶ୍ୟକ ସାମଗ୍ରୀ
କ୍ଷୀର – ୧କପ
ଚିନି – ୧କପ
ଛେନା – ୧୦୦ ଗ୍ରାମ
ଅରୁଆ ଚାଉଳ ଗୁଣ୍ଡ – ୨କପ
ଗୁଜୁରାତି ଗୁଣ୍ଡ – ୧ ଚାମଚ
କାଜୁ – ୪ଟି
ଲୁଣ – ଆବଶ୍ୟକ ଅନୁଯାୟୀ
ତେଲ – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ। ଏଥିରେ ୩ କପ ପାଣି ଦେଇ ୧ କପ ଚିନି ପକାଇ ସିରା ପ୍ରସ୍ତୁତ କରନ୍ତୁ। ସିରାକୁ ଅଧିକ ମୋଟା କରନ୍ତୁ ନାହିଁ। ସିରା ପ୍ରସ୍ତୁତ ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଆଉ ଏକ ପାତ୍ର ନେଇ ସେଥିରେ ଚାଉଳ ଗୁଣ୍ଡରେ ଛେନା, କ୍ଷୀର, କାଜୁ, ସାମାନ୍ୟ ଲୁଣ, ଗୁଜୁରାତି ଗୁଣ୍ଡକୁ ମିଶାଇ ଭଲ ଭାବେ ଚକଟି ରଖନ୍ତୁ। ଏହି ଚକଟାକୁ ୧୫ରୁ ୨୦ମିନିଟ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ପ୍ରସ୍ତୁତ କରିରଖିଥିବା ଚକଟାକୁ ଛୋଟ ଛୋଟ ବଲ୍‍ ଆକୃତିର କରି ବରା ଭଳି ପ୍ରସ୍ତୁତ କରନ୍ତୁ ଓ ଏହାକୁ ଗରମ ତେଲରେ ପକାଇ ଛାଣନ୍ତୁ। ଛାଣିବା ସମୟରେ ଆଞ୍ଚକୁ ଧୀମା କରି ଦିଅନ୍ତୁ। ଛାଣି ସାରିବା ପରେ ପାତ୍ରରେ ପ୍ରସ୍ତୁତ କରି ରଖିଥିବା ସିରାରେ ଏହାକୁ ପକାଇ ୨ରୁ ୩ମିନିଟ ରଖନ୍ତୁ। ଏହା ପରେ ପ୍ରସ୍ତୁତ ବରାକୁ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories