www.samajalive.in
Thursday, December 11, 2025
13.1 C
Bhubaneswar

ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର : ଚଳିତ ବର୍ଷ ବିଦ୍ୟୁତ୍‌ ଦର ବଢ଼ିବ ନାହିଁ। ବିଭିନ୍ନ ବର୍ଗର ଉପଭୋକ୍ତା, ବିତରଣକାରୀ କମ୍ପାନୀ, ବିଭିନ୍ନ ସଂସ୍ଥାର ମତାମତ, ଅଭିଯୋଗ ସଂକ୍ରାନ୍ତ ଶୁଣାଣି ପରେ ଓଡ଼ିଶା ବିଦ୍ୟୁତ୍‍ ନିୟାମକ ଆୟୋଗ(ଓଇଆର୍‍ସି) ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦ୍ୟୁତ୍‌ ‌ଆଇନ ୨୦୦୩ର ଧାରା ୬୪(୩) କ୍ଷମତା ବଳରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଇଆର୍‌ସି ବିଦ୍ୟୁତ୍‍ ଶୁଳ୍କ ଧାର୍ଯ୍ୟ କରିବା ସହିତ ବିଭିନ୍ନ ବର୍ଗର ଉପଭୋକ୍ତାଙ୍କୁ କେତେକ ରିଆତି ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍‌ ଶୁଳ୍କ ଜୁନ୍ ୧ରୁ କାର୍ଯ୍ୟକାରୀ କରାଯାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍‌ ଶୁଳ୍କ ଧାର୍ଯ୍ୟ କରାଯିବା ନେଇ ଗତ ଫେବୃଆରୀ ମାସରେ ଓଡ଼ିଶା ବିଦ୍ୟୁତ୍‍ ନିୟାମକ ଆୟୋଗ(ଓଇଆର୍‍ସି)ଙ୍କ ନିକଟରେ ଶୁଣାଣି ହୋଇଥିଲା। ପ୍ରତିବର୍ଷ ଭଳି ମାର୍ଚ୍ଚ ମାସରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍‌ ଶୁଳ୍କ ଧାର୍ଯ୍ୟ କରାଯାଇଥାଏ। ଚଳିତ ବର୍ଷ ସାଧାରଣ ନିର୍ବାଚନ ଯୋଗୁଁ ନିର୍ବାଚନ କମିସନ ଆଚରଣ ବିଧି ଘୋଷଣା କରିବା ଫଳରେ ବିଦ୍ୟୁତ୍‌ ଶୁଳ୍କ ସମ୍ପର୍କରେ ଓଇଆର୍‌ସି ନିଷ୍ପତ୍ତି ସର୍ବସାଧାରଣରେ ଘୋଷଣା କରାଯାଇ ପାରି ନ ଥିଲା। ନିର୍ବାଚନ ଆଚରଣ ବିଧି କଟକଣା ଉଠିଲା ପରେ ଫଣି ଯୋଗୁଁ ରାଜ୍ୟର ଅନେକ ଜିଲା ପ୍ରଭାବିତ ହୋଇଥିଲା। ତେଣୁ ବିଧିବଦ୍ଧ ଭାବେ ବିଦ୍ୟୁତ୍‌ ଶୁଳ୍କ ସମ୍ପର୍କିତ ବିସ୍ତୃତ ରିପୋର୍ଟ ବିଦ୍ୟୁତ ନିୟାମକ ଆୟୋଗ ଘୋଷଣା କରିପାରି ନ ଥିଲେ। ଗତ ଆର୍ଥିକ ବର୍ଷରେ ବିଦ୍ୟୁତ୍‌ ଶୁଳ୍କ ସମ୍ପର୍କିତ ଦେୟକୁ ଓଇଆର୍‌ସି ଅପରିବର୍ତ୍ତିତ ରଖିଛନ୍ତି। ଜୁନ୍ ୧ରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏସମ୍ପର୍କରେ ‘ସମାଜ’ରେ ଗତ ମେ ୨୮ ତାରିଖରେ ଏନେଇ ଖବର ପ୍ରକାଶିତ ହୋଇଥିଲା।
ଉପଭୋକ୍ତାଙ୍କୁ ଡିଜିଟାଲ୍‌ ପେମେଣ୍ଟ କରିବାକୁ ଉତ୍ସାହିତ କରିବା ଲାଗି ଓଇଆର୍‌ସିଙ୍କ ପକ୍ଷରୁ ୨ ପ୍ରତିଶତ ରିଆତି ପ୍ରଦାନ କରାଯାଇଛି। ଉପଭୋକ୍ତାଙ୍କୁ ତତ୍କାଳ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ଦିଆଯିବା ବ୍ୟବସ୍ଥାକୁ ଅବ୍ୟାହତ ରଖାଯାଇଛି। ସ୍ବଜଳ ଧାରା ଉପଭୋକ୍ତାଙ୍କୁ ୧୦ ପ୍ରତିଶତ ସ୍ବତନ୍ତ୍ର ରିଆତି ଦିଆଯାଇଛି। ଘରୋଇ ଉପଭୋକ୍ତାଙ୍କଠାରୁ ମିଟର ଭଡ଼ା ବାବଦରେ ୨୦ ଟଙ୍କା ଲେଖାଏଁ ୬୦ ମାସ ପର୍ଯ୍ୟନ୍ତ ନିଆଯିବ। ରାଜ୍ୟର ଚାରିଟି ବିଦ୍ୟୁତ ଆବଣ୍ଟନକାରୀ ସଂସ୍ଥା ନେସ୍କୋ, ୱେସ୍କୋ, ସାଉଥ୍‌କୋ ଏବଂ ସେସୁର ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଶୁଳ୍କ ଧାର୍ଯ୍ୟ କରାଯାଇଛି। ପୂର୍ବବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ୫୦ ୟୁନିଟ୍‍ରୁ କମ ବିଦ୍ୟୁତ୍‍ ବ୍ୟବହାର କରୁଥିବା ଉପଭୋକ୍ତାମାନେ ୟୁନିଟ୍‍ ପିଛା ୨.୫୦ ଟଙ୍କା ପୈଠ କରିବେ। ସେହିପରି ୫୧ରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ଗ୍ରାହକଙ୍କୁ ୟୁନିଟ୍‍ ପିଛା ୪.୩୦ ଟଙ୍କା ଦେବାକୁ ହେବ। ୨୦୧ରୁ ୪୦୦ ୟୁନିଟ୍‍ ପର୍ଯ୍ୟନ୍ତ ଉପଭୋକ୍ତା ୟୁନିଟ୍‌ ପ୍ରତି ୫.୩୦ ଟଙ୍କା ଦରରେ ଦେୟ ପ୍ରଦାନ କରିବେ। ଯେଉଁ ଉପଭୋକ୍ତାମାନେ ୪୦୦ ୟୁନିଟ୍‍ରୁ ଅଧିକ ବ୍ୟବହାର କରୁଛନ୍ତି ୟୁନିଟ୍‍ ପିଛା ୫.୭୦ ଟଙ୍କା ହାରରେ ଦେୟ ପୈଠ କରିବେ। ଚଳିତ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍‍ ଶୁଳ୍କ ବୃଦ୍ଧି କରାଯିବା ଲାଗି ବିଦ୍ୟୁତ୍‍ ଉତ୍ପାଦକ, ବିଦ୍ୟୁତ୍‍ କ୍ରେତା, ବିଦ୍ୟୁତ୍‌ ସରବରାହ ଏବଂ ଆବଣ୍ଟନକାରୀ ସଂସ୍ଥାମାନେ ସେମାନଙ୍କ ବିଭିନ୍ନ ରାଜସ୍ବ ଆବଶ୍ୟକତା ରହିଥିବା ଦର୍ଶାଇ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରିବାକୁ ଯୁକ୍ତି ଦର୍ଶାଇଥିଲେ। ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ଉତ୍ପାଦନ ଖର୍ଚ୍ଚ ୧ ପ୍ରତିଶତ ହ୍ରାସ ପାଇଥିବା ବେଳେ ଓପିଜିସିର ଉତ୍ପାଦନ ଶୁଳ୍କ ହାରାହାରି ୧୫ ପ୍ରତିଶତ ବୃଦ୍ଧି ପାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories