www.samajalive.in
Thursday, December 11, 2025
16.1 C
Bhubaneswar

ଟ୍ରକ ଚାଳକଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ସନ୍ଦେହ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅନ୍ତର୍ଗତ ମୁଚବାହାଲ ଅଂଚଳରେ ମଙ୍ଗଳବାର ଜଣେ ଟ୍ରକ ଚାଳକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ବେଳେ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି। ମୃତ ଟ୍ରକ ଚାଳକ ଜଣକ ବିହାର ରାଜ୍ୟ ନୱାଦା ଜିଲା ଅଂଚଳର ଅଶୋକ ସିଂହ (୫୦) ବୋଲି ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଯେ, ଗତ ପ୍ରାୟ ଏକ ମାସ ହେବ ଅଶୋକ ବିହାରରୁ ଆସି ବେଲପାହାଡ଼ର ଜଣେ ମାଲିକଙ୍କ ଅଧିନରେ ଟ୍ରକ ଚଳାଉଥିଲେ। ଆଜି ମଧ୍ୟାନ୍ନ ୧.୩୦ଟାରେ ଟ୍ରକ ଚାଳକ ଅଶୋକ ସହିତ ତାଙ୍କ ମାଲିକ ଫୋନ ଯୋଗେ ଯୋଗାଯୋଗ କରି ଗାଡ଼ି ସମ୍ବନ୍ଧରେ କଥାବାର୍ତା ହୋଇଥିଲେ। ଏହା ପରେ ମାଲିକ ପୁଣି ଅପରାହ୍ନ ପ୍ରାୟ ୩ଟାରେ ଅଶୋକଙ୍କୁ ଫୋନ କରିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ଏହା ପରେ ବେଲପାହାଡ଼ ପୌରାଂଚଳ ଅନ୍ତର୍ଗତ ମୁଚବାହାଲସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଅଶୋକଙ୍କ ଶବକୁ ପୁଲିସ ଉଦ୍ଧାର କରିଥିଲା। ମୃତ ଅଶୋକଙ୍କ ମୁହଁରୁ ପ୍ରବଳ ରକ୍ତଶ୍ରାବ ହୋଇଥିବା ଜଣାପଡ଼ିଛି। ତେବେ ମୃତ ଅଶୋକଙ୍କ ମୃତଦେହକୁ ଲକ୍ଷ୍ୟ କରି କେହି ତାଙ୍କୁ ହତ୍ୟା କରିଥାଇପାରେ ବୋଲି ଅନୁମାନ କରାଯାଉଛି।

ଅନ୍ୟ ପକ୍ଷରେ ଅଶୋକ ଏବଂ ଆଉ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ମାରପିଟ ଘଟଣାରୁ ତାଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଅଶୋକଙ୍କ ମୃତ୍ୟୁକୁ ନେଇ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥାଇପାରେ ବୋଲି ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଏନେଇ ଆସନ୍ତା କାଲି ସବିଶେଷ ତଥ୍ୟ ମିଳିପାରିବ ବୋଲି ପୁଲିସ ପ୍ରକାଶ କରିଛି। ବେଲପାହାଡ଼ ଥାନାଧିକାରୀ ରଶ୍ମିତା ବେହେରା ଏବଂ ପୁଲିସ ଦଳ ଘଟଣା ସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଆସନ୍ତା କାଲି ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories