www.samajalive.in
Sunday, December 14, 2025
26.1 C
Bhubaneswar

ସ୍ୱତନ୍ତ୍ର ଅତିଥି ଭାବେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ ମୋଦୀ

ନୂଆଦିଲ୍ଲୀ : ଚଳିତ ବର୍ଷ ଅଗଷ୍ଟ ୨୪ରୁ ୨୬ ପର୍ଯ୍ୟନ୍ତ ଫ୍ରାନ୍ସର ବାଇଆରିଜ ସହରରେ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସ୍ୱତନ୍ତ୍ର ଅତିଥି ଭାବେ ମୋଦୀ ଏହି ଶିଖର ସମ୍ମିଳନୀକୁ ଯିବେ। ଏଥିପାଇଁ ଇମାନୁଏଲ ପଠାଇଥିବା ନିମନ୍ତ୍ରଣକୁ ମୋଦୀ ସୋମବାର ଗ୍ରହଣ କରିଛନ୍ତି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ମଙ୍ଗଳମାର ଏହି ସୂଚନା ଦେଇଛନ୍ତି। ରବୀଶ କହିଛନ୍ତି ଯେ ବିଶ୍ୱର ଏକ ପ୍ରମୁଖ ଆର୍ଥିକ ଶକ୍ତି ଭାବେ ଭାରତକୁ ସ୍ୱୀକୃତି ମିଳିଛି। ଏହି ନିମନ୍ତ୍ରଣ କୂଟନୈତିକସ୍ତରରେ ଭାରତର ଭାଗିଦାରୀକୁ ପ୍ରମାଣିତ କରୁଛି। ଖୁବଶୀଘ୍ର ଏ ନେଇ ଅଧିକ ତଥ୍ୟ ପ୍ରଦାନ କରାଯିବ।
ଭାରତ ଗସ୍ତରେ ଆସିଥିବା ଫ୍ରାନ୍ସର କନିଷ୍ଠ ବିଦେଶ ମନ୍ତ୍ରୀ ଜେନ ବାପଟିଷ୍ଟ ଲେମୋନେ ସୋମବାର ଇମାନୁଏଲଙ୍କ ନିମନ୍ତ୍ରଣ ମୋଦୀଙ୍କୁ ପ୍ରଦାନ କରିଥିଲେ। ମୋଦୀ ନିମନ୍ତ୍ରଣକୁ ଗ୍ରହଣ କରିବା ପରେ ସେ କହିଛନ୍ତି ଯେ ଜି-୭ ଶିଖର ସମ୍ମିଳନୀରେ ଭାରତ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଦ୍ୱାରା ଦୁଇ ଦେଶ ମଧ୍ୟରେ କୂଟନୈତିକ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ ହେବ।
ମୋଦୀ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ୟୁରୋପୀୟ ନେତା ଭାବେ ଫ୍ରାନ୍ସର କନିଷ୍ଠ ବିଦେଶ ମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି। ଏହା ପୂର୍ବରୁ ବିଦେଶୀ ନେତାଭାବେ ବିମଷ୍ଟେକ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷମାନେ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ପହଞ୍ଚିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories