www.samajalive.in
Monday, December 8, 2025
24.1 C
Bhubaneswar

ପାଟିକୁ ସୁଆଦିଆ; ତ୍ୱଚା ପାଇଁ କ୍ଷତିକାରକ ଏହି ଖାଦ୍ୟ

ଆମେ ଏପରି ବହୁ ଖାଦ୍ୟ ଖାଇଥାଉ ଯାହା ଆମ ତ୍ୱଚାକୁ ପାଇଁ ହିତକାରକ ହେବା ବଦଳରେ କ୍ଷତିକାରକ ହୋଇଥାଏ। ଜାଣତରେ ହେଉ ଅବା ଅଜାଣରେ ପାଟିକୁ ସୁଆଦିଆ ଲାଗୁଥିବା ଖାଦ୍ୟ ଆମ ଖାଇବାକୁ ପସନ୍ଦ କରୁ । ତେବେ ଆସନ୍ତୁ ଜାଣିବା ସେଭଳି ଖାଦ୍ୟ ବିଷୟରେ ଯାହା ପାଟିକୁ ସ୍ବାଦ ଲାଗିଥାଏ ସତ, ହେଲେ ତ୍ୱଚା ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ….

courtesy : Science News

କଫି –
କଫିରେ ଥିବା କେଫିନ ଷ୍ଟ୍ରେସ ହର୍ମୋନ ସ୍ତରକୁ ଅସନ୍ତୁଳତି କରିଥାଏ। ଯାଦ୍ୱାରା ମୁହଁର ଚର୍ମ ଉପରେ କୁପ୍ରଭାବ ପଡ଼ିବା ସହ କଳା ପକାଇଥାଏ। ତେଣୁ କଫି ପିଇବାକୁ ଅଧିକ ପସନ୍ଦ ଥିଲେ ଦିନକୁ ଥରେ କିମ୍ବା ସପ୍ତାହକୁ ୩ ଥର ପିଅନ୍ତୁ।

- Advertisement -
courtesy : NDTV Food

ଧଳା ପାଉଁରୁଟି –
ଜଳଖିଆରେ ପାଉଁରୁଟି ଖାଇବା ବହୁ ଲୋକଙ୍କୁ ବେଶ ପସନ୍ଦ। ମାତ୍ର ଖୁବ କମ ଲୋକେ ଜାଣିଥିବେ ଏହାକୁ ଖାଇବା ଦ୍ୱାରା ଶରୀରରେ ଇନସୁଲିନର ମାତ୍ରା ବୃଦ୍ଧି ପାଇବା ସହ ମୁହଁର ତୋଫାପଣକୁ କମ କରିଥାଏ।

courtesy : NDTV Food

ମସଲାଯୁକ୍ତ ଖାଦ୍ୟ –
ମସଲାଯୁକ୍ତ ଖାଦ୍ୟ ପାଟିକୁ ସୁଆଦିଆ ଲାଗେ। ମାତ୍ର ଏହାକୁ ଖାଇବା ଦ୍ୱାରା ଶରୀରର ଉଷ୍ଣତା ବୃଦ୍ଧି ପାଇଥାଏ। ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହେବା ସହ ମୁହଁର ଗୋରା ରଙ୍ଗକୁ କମ କରିଥାଏ।

courtesy : Remedies For Me

ଛଣାଛଣି ଖାଦ୍ୟ –
ଛଣାଛଣି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଫ୍ୟାଟ ବୃଦ୍ଧି ପାଇଥାଏ। ଯାଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇପାରିନଥାଏ। ଫଳରେ ଚର୍ମକୁ ସଠିକ ମାତ୍ରାରେ ଅମ୍ଳଜାନ ମିଳିପାରେ ନାହିଁ ଓ ତ୍ୱଚାର ତୋଫାପଣ କମ ହୋଇ କଳାପଡ଼ିଥାଏ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories