www.samajalive.in
Saturday, December 13, 2025
26.1 C
Bhubaneswar

ଫନି କ୍ଷତିଗ୍ରସ୍ତ ରାହାଙ୍ଗିରିଆ ଗାଁ ପରିଦର୍ଶନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

ବୀରହରେକୃଷ୍ଣପୁର :  ବାତ୍ୟା ଫନିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ପଞ୍ଚାୟତ ରାହାଙ୍ଗିରିଆ ଗାଁକୁ ଦ୍ୱିତୀୟ ଥର ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଦଳୀୟ ନେତା ସମ୍ବିତ ପାତ୍ର ଓ ଦଳର ସଦସ୍ୟଙ୍କ ସହ ଗସ୍ତ କରି ସେଠାକାର ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ ବାତ୍ୟାରେ କ୍ଷତିଗ୍ରସ୍ତ ରାହାଙ୍ଗିରିଆ ଗାଁ ଧୀରେ ଧୀରେ ସ୍ୱାଭାବିକ ହେବା ଆରମ୍ଭ କରିଛି। ପୁରୀ ସଦର ଓ ଅନ୍ୟାନ୍ୟ ପ୍ରମୁଖ ଅଂଚଳରେ ବିଜୁଳି ପହଁଚିଥିବା ବେଳେ ଏପର୍ଯ୍ୟନ୍ତ ରାହାଙ୍ଗିରିଆ ସମେତ ଅନେକ ଗ୍ରାମାଂଚଳରେ ବିଦ୍ୟୁତ ପହଁଚିନାହିଁ।
ତେଣୁ ପୁରୀ ଜିଲ୍ଲାର ସବୁ ଗାଁକୁ ପୁନଃ ବିଜୁଳି ସଂଯୋଗ ଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଏହି ଗସ୍ତକାଳରେ ରାହାଙ୍ଗିରିଆ ଗାଁର ଲୋକମାନେ ଗାଁର ବିକାଶ ଓ ପୁନରୁଦ୍ଧାର ସମ୍ବନ୍ଧୀୟ ସମସ୍ୟା ଜଣାଇଥିବା ବେଳେ ଗାଁଗଣ୍ଡାରେ ସବୁ ସୁବିଧା ଶୀଘ୍ର ସ୍ୱାଭାବିକ କରାଯିବା ନେଇ ସ୍ଥାନୀୟ ପ୍ରାଶାସନିକ ଅଧିକାରୀଙ୍କୁ ଅବଗତ କରାଯିବ। ସବୁ ଲୋକଙ୍କୁ ନ୍ୟାୟ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଉଲ୍ଲେଖନୀୟ ଯେ ,ପୂର୍ବରୁ ଫନି ବାତ୍ୟା ପରେ ମଇ ୫ ତାରିଖରେ ଶ୍ରୀ ପ୍ରଧାନ ଏହି ବାତ୍ୟା ପ୍ରଭାବିତ ଗାଁକୁ ଗସ୍ତ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories