www.samajalive.in
Thursday, December 11, 2025
18.1 C
Bhubaneswar

କିମ୍‍ ଜୋଙ୍ଗ ଉନ୍‍ ସହ ମମତାଙ୍କ ତୁଳନା କଲେ ଗିରିରାଜ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‍ସି ନେତ୍ରୀ ମମତା ବାନାର୍ଜୀଙ୍କ ତୁଳନା ଉତ୍ତରପ୍ରଦେଶର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍‍ଙ୍କ ସହ କରିଛନ୍ତି।
ଗିରିରାଜ କହିଛନ୍ତି ଯେ ମମତା ନିଜ ରାଜ୍ୟରେ କିମ ଜୋଙ୍ଗ ଉନଙ୍କ ଭୂମିକା ନିର୍ବାହ କରୁଛନ୍ତି। ନିଜ ଅଧିକାର ପାଇଁ ଉଠୁଥିବା ସ୍ୱରକୁ ସେ ଚାପି ଦେଉଛନ୍ତି। ମମତା ନିଜ ରାଜ୍ୟରେ ବିଜୟ ଯାତ୍ରା ବହାର କରିବାକୁ ଅନୁମତି ଦେଉନାହାନ୍ତି। ଜନତା ତାଙ୍କୁ କଡ଼ା ଜବାବ ଦେବେ। ଖୁବଶୀଘ୍ର ଲୋକେ ତାଙ୍କ ଶ୍ରାଦ୍ଧର ଶୋଭାଯାତ୍ରା ବାହାର କରିବେ।
ପ୍ରକାଶ ଯେ ପଶ୍ଚିମବଙ୍ଗ ଲୋକସଭା ନିର୍ବାଚନରେ ୪୨ ଆସନରୁ ବିଜେପି ୧୮ଟିରେ ବିଜୟୀ ହୋଇଛି। ଏଥିପାଇଁ ବିଜେପି ପଶ୍ଚିମବଙ୍ଗରେ ବିଜୟ ଶୋଭାଯାତ୍ରା ବାହାର କରିବାକୁ ଅନୁମତି ଲୋଡିଥିଲା। ମାତ୍ର ମମତା ଗୁରୁବାର ବିଜେପିକୁ ଅନୁମତି ଦେବାକୁ ମନା କରିଦେଇଥିଲେ।
ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ମମତାଙ୍କୁ କଡ଼ା ସମାଲୋଚନା କରିଥିଲେ। ମମତା ବାରମ୍ବାର ସମ୍ବିଧାନର ଉଲ୍ଲଙ୍ଘନ କରୁଛନ୍ତି। ମମତାଙ୍କ ଅବଗଣନା ଆରମ୍ଭ ହୋଇଯାଇଛି। ଲୋକେ ଏହାର ଜବାବ ଦେବେ ବୋଲି ଗିରିରାଜ କହିଛନ୍ତି।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories