www.samajalive.in
Friday, December 12, 2025
26.1 C
Bhubaneswar

ଭୁଟାନ ଗସ୍ତରେ ବିଦେଶ ମନ୍ତ୍ରୀ ଏସ୍‍ ଜୟଶଙ୍କର

ଥିମ୍ପୁ : ବିଦେଶ ମନ୍ତ୍ରୀ ଡ. ଏସ୍‍ ଜୟଶଙ୍କର ଶୁକ୍ରବାର ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ। ଏହି ଗସ୍ତରେ ସେ ନିଜ ଭୁଟାନ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଓ ପ୍ରଧାନମନ୍ତ୍ରୀ ଲୋତେ ସେରିଙ୍ଗଙ୍କୁ ସାକ୍ଷାତ କରିବେ। ତାଙ୍କର ଭୁଟାନର ରାଜା ଜିଗମେ ଖେସର ନାମଗ୍ୟାଲ ୱାଙ୍ଗଚୁକ୍‍ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଭୁଟାନ ରାଜଧାନୀ ଥିମ୍ପୁରେ ପହଞ୍ଚିବା ପରେ ଡ. ଏସ୍‍ ଜୟଶଙ୍କରଙ୍କୁ ଭୁଟାନ ବିଦେଶ ମନ୍ତ୍ରୀ ତାଣ୍ଡି ଦୋରଜି ସ୍ୱାଗତ କରିଥିଲେ। ଏନେଇ ଗୁରୁବାର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ପଡୋଶୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଭାରତ ଗୁରୁତ୍ୱ ଦେଇଛି। ବିଦେଶ ମନ୍ତ୍ରୀ ଡ. ଏସ୍‍ ଜୟଶଙ୍କରଙ୍କ ଭୁଟାନ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ କରିବ ଓ ସହଯୋଗକୁ ଅଧିକ ମଜଭୁତ କରିବାରେ ସହାୟକ ହେବ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories