www.samajalive.in
Saturday, December 6, 2025
19.1 C
Bhubaneswar

ଗ୍ଲୋଭ୍‌ସ ବିବାଦ: ଧୋନୀଙ୍କ ସମର୍ଥନରେ ବିସିସିଆଇ, ଆଇସିସିକୁ ଲେଖିଲା ଚିଠି

ନୂଆଦିଲ୍ଲୀ: ବିଶ୍ଵ କପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ ତଥା ୱିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନୀଙ୍କ ଗ୍ଲୋଭ୍‌ସରେ ଭାରତୀୟ ସେନାର ‘ବଳିଦାନ ବ୍ୟାଜ୍‌’ ଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆସିସି) ପ୍ରଶ୍ନ ଉଠାଇଛି। ଏହା ସହିତ  ଆଇସିସି ଧୋନୀଙ୍କୁ ତାଙ୍କ ଗ୍ଲୋଭ୍‌ସରୁ ‘ବଳିଦାନ ବ୍ୟାଜ୍‌’କୁ ହଟାଇବାକୁ କହିଛି। ଧୋନୀଙ୍କୁ ଗ୍ଲୋଭ୍‌ସରୁ ବ୍ୟାଜ୍‌ ହଟାଇବାକୁ କହିବା ଲାଗି ଆଇସିସି ବିସିସିଆଇକୁ ନିବେଦନ କରିଛି। ତେବେ ଏହାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଖେଳ ଜଗତଠାରୁ ଆରମ୍ଭ କରି ପ୍ରଶଂସକମାନେ ଧୋନୀଙ୍କ ସମର୍ଥନରେ ବାହାରିଛନ୍ତି।

ବିସିସିଆଇ ପ୍ରଶାସକ କମିଟି ମୁଖ୍ୟ ବିନୋଦ ରାୟ କହିଛନ୍ତି, ଆମେ ନିଜ ଖେଳାଳିମାନଙ୍କ ସାଥୀରେ ଅଛୁ। ଧୋନୀଙ୍କ ଗ୍ଲୋଭ୍‌ସରେ ଯେଉଁ ଚିହ୍ନ ରହିଛି ତାହା କୌଣସି ଧର୍ମର ପ୍ରତୀକ ନୁହେଁ କିମ୍ବା ବ୍ୟବସାୟିକ ନୁହେଁ। ବ୍ୟାଜ୍‌ ଲଗାଇବା ପୂର୍ବରୁ ଆଇସିସିର ଅନୁମତି ନେବା ସମ୍ପର୍କରେ ଯାହା କଥା ଉଠୁଛି, ସେ ନେଇ ଆମେ ଧୋନୀଙ୍କ ପାଇଁ ନିବେଦନ କରିବୁ ବୋଲି ରାୟ କହିଛନ୍ତି।

- Advertisement -

ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି, ଧୋନୀ କିଛି ଭୁଲ କରିନାହାନ୍ତି। ଆଇସିସି କେବଳ ବ୍ୟବସାୟିକ ଚିହ୍ନ ଉପରେ ପ୍ରତିବନ୍ଧକ ଲଗାଇଥାଏ। ବିସିସିଆଇ ପକ୍ଷରୁ ଏ ସମ୍ପର୍କରେ ଆଇସିସିକୁ ଚିଠି ଲେଖାଯାଇ ଅବଗତ କରାଯାଇଛି। ଏହା ଆଇସିସିର କୌଣସି ନିୟମକୁ ଉଲ୍ଲଂଘନ କରିନାହିଁ।

ତେବେ ଆଇସିସିର ସାଧାରଣ ପରିଚାଳକ କହିଛନ୍ତି, ବିସିସିଆଇ ଧୋନୀଙ୍କ ପାଇଁ ‘ବଳିଦାନ’ ବ୍ୟାଜ୍‌ ବ୍ୟବହାର କରିବାକୁ ଅନୁମତି ମାଗିବା ସମ୍ପର୍କରେ ମୁଁ ଅବଗତ ନାହିଁ। ଏହା ଉପରେ ଆଇସିସି ଦ୍ବାରା ବିଚାର କରାଯିବା ଉଚିତ।

ଅନ୍ୟପଟେ ଧୋନୀଙ୍କୁ କ୍ରୀଡ଼ା ଜଗତର ବଡ଼ ବଡ଼ ତାରକାମାନେ ସମର୍ଥନ ଜଣାଇଛନ୍ତି। କୁସ୍ତି ଯୋଦ୍ଧା ଯୋଗେଶ୍ଵର ଦତ୍ତ କହିଛନ୍ତି ଯେ, ଧୋନୀଙ୍କୁ ନେଇ ଆମେ ଗର୍ବ କରୁଛୁ। ଧୋନୀ ସେନାର ‘ବଳିଦାନ’ ବ୍ୟାଚ୍‌ ପିନ୍ଧିବା ଜାରି ରଖିବା ଉଚିତ। ସେହିପରି କୁସ୍ତି ଯୋଦ୍ଧା ସୁଶୀଲ କୁମାର ଏବଂ ପୂର୍ବତନ ହକି ଖେଳାଳି ସରଦାର ସିଂହ ଧୋନୀଙ୍କୁ ସମର୍ଥନ କରିଛନ୍ତି। ଭାରତୀୟ ଖେଳାଳିମାନେ କହିଛନ୍ତି, ‘ବଳିଦାନ’ ବ୍ୟାଜ୍‌ ପିନ୍ଧିବା ସମ୍ମାନର କଥା। ଆଇସିସି ଏଭଳି କଠୋରତା ଦେଖାଇବା ଉଚିତ ନୁହେଁ।

‘ବଳିଦାନ’ ବ୍ୟାଜ୍‌ କ’ଣ:

ପାରାଶୁଟ୍‌ ରେଜିମେଣ୍ଟର ସ୍ବତନ୍ତ୍ର ବାହିନୀଙ୍କ ପାଖରେ ଭିନ୍ନ ଭିନ୍ନ ବ୍ୟାଜ୍‌ ରହିଛି। ଏସବୁକୁ ‘ବଳିଦାନ’ ରୂପରେ ଜଣାଯାଇଥାଏ। ଏହି ବ୍ୟାଜ୍‌ରେ ‘ବଳିଦାନ’ ଶବ୍ଦକୁ ଦେବନାଗରୀ ଲିପିରେ ଲେଖାଯାଇଛି। ଏହି ବ୍ୟାଜ୍‌ ରୂପା ଧାତୁରେ ନିର୍ମିତ। ଏହି ବ୍ୟାଜ୍‌କୁ କେବଳ ଅର୍ଦ୍ଧ ସାମରିକ ବାହିନୀ ପିନ୍ଧିଥାନ୍ତି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories