www.samajalive.in
Saturday, December 13, 2025
26.1 C
Bhubaneswar

ମମତାଙ୍କୁ ‘ଲେଡି ଗାନ୍ଧି’ କହିଲେ ହାର୍ଦ୍ଦିକ

କଲକାତା : ଗୁଜରାଟର ପାଟିଦାର ନେତା ହାର୍ଦ୍ଦିକ ପଟେଲ କଲକତାଠାରେ ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଅଧ୍ୟକ୍ଷା ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାର ଅବସରରେ ହାର୍ଦ୍ଦିକ ମାମତାଙ୍କୁ ‘ଲେଡି ଗାନ୍ଧି’ ବୋଲି ଆଖ୍ୟା ଦେଇଥିଲେ । ସେପଟେ ମମତା ମଧ୍ୟ ହାର୍ଦ୍ଦିକଙ୍କୁ ଟିଏମ୍‌ସିରେ ଯୋଗ ଦେବାକୁ ଆମନ୍ତ୍ରଣ କରିଥିଲେ । ଏହାସହ ୨୦୧୯ ଲୋକସଭା ନିର୍ବାଚନରେ ହାର୍ଦ୍ଦିକ ପଶ୍ଚିମବଙ୍ଗରେ ମମତାଙ୍କ ପାଇଁ ପ୍ରଚାର କରିବେ ବୋଲି ସଂକେତ ଦେଇଛନ୍ତି ।

ସାକ୍ଷାତାକାର ପରେ ହାର୍ଦ୍ଦିକ ଟ୍ୱିଟ୍‌ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ନିଜ କାର୍ଯ୍ୟାଳୟରୁ କଲକତାରୁ ଦୃଶ୍ୟ ଦେଖାଇଥିଲେ । ପାରଦର୍ଶିତା, ପ୍ରାମାଣିକତା ଓ ନିଜ ବିଚାରଧାରାରେ ଆଗକୁ ବଢିବା ପାଇଁ ସେ ମମତାଙ୍କୁ ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାକ୍ଷାତାର ସମୟରେ ହାର୍ଦ୍ଦିକଙ୍କୁ ଟିଏମ୍‌ସିରେ ଯୋଗଦେଇ ଗୁଜରାଟରେ ଟିଏମ୍‌ସିର ମଙ୍ଗ ଧରିବାକୁ ଅଫର ଦେଇଥିଲେ ।ପ୍ରକାଶ ଯେ ଗତ ଗୁଜରାଟ ନିର୍ବାଚନ ସମୟରେ ମମତା ବାନାର୍ଜୀ ଫୋନ୍‌ ଯୋଗେ ହାର୍ଦ୍ଦିକଙ୍କ ସହ କଥା ହୋଇଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories