www.samajalive.in
Thursday, December 11, 2025
13.1 C
Bhubaneswar

ବିଧାୟକଙ୍କ ନିର୍ଦେଶରେ ଚାପୁଡ଼ା ମାରିଥିଲେ ନିର୍ବାହୀ ଯନ୍ତ୍ରୀ; ଅପହରଣ ଅଭିଯୋଗକୁ ଖଣ୍ଡନ କଲେ ଜେଇ

ବଲାଙ୍ଗୀର:  ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟବନ୍ତ ଶବରଙ୍କୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ଉଠବସ କରାଇବା ଘଟଣା ନୂଆ ମୋଡ ନେଇଛି । ବିଧାୟକଙ୍କ ନିର୍ଦେଶରେ ତାଙ୍କ ଉପରିସ୍ଥ ଅଧିକାରୀ ତଥା ନିର୍ବାହୀ ଯନ୍ତ୍ରୀ ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ଜୟବନ୍ତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ତାଙ୍କୁ ଅପହରଣ କରାଯାଇଥିବା ନେଇ ହୋଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ତାଙ୍କୁ କେହି ଅପହରଣ କରି ନ ଥିଲେ, ବରଂ ସେ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ ବୋଲି କନିଷ୍ଠ ଯନ୍ତ୍ରୀ ଜୟବନ୍ତ କହିଛନ୍ତି । ବିଧାୟକ ମୋତେ ଘରକୁ ଫେରିବାକୁ ଅନୁରୋଧ କରିଥିଲେ । ବିଧାୟକଙ୍କ ଗାଡିରେ ପ୍ରଥମେ ବେଲପଡା ଓ ପରେ ପାଟଣାଗଡ ଫେରିଲି ବୋଲି ଜୟବନ୍ତ ଶବର କହିଛନ୍ତି। ତେବେ ଖରିଆର ଅଞ୍ଚଳରୁ ପୁଲିସ ତାଙ୍କୁ ଉଦ୍ଧାର କରି ଘରେ ଛାଡିଛି।

ଜୟବନ୍ତ କହିଛନ୍ତି, ନିର୍ବାହୀ ଯନ୍ତ୍ରୀ ଚାପୁଡା ନ ମାରିଲେ ଉତ୍ତ୍ୟକ୍ତ ଲୋକେ ମାଡ ମାରିବେ ବୋଲି ବିଧାୟକ ଧମକ ଦେଇଥିଲେ । ପରେ ମୋତେ ଉଠବସ୍‌ ହେବାକୁ କହିଥିଲେ। ଆକ୍ରମଣ ଭୟରେ ମୁଁ ବାଧ୍ୟ ହୋଇ ଉଠବସ୍ ହୋଇଥିଲି । ଲଜ୍ଜାଜନକ ପରିସ୍ଥିତି ଦେଖି ସେତେବେଳେ ମୁଁ କିଛି କହିପାରି ନ ଥିଲି ବୋଲି କୋହଭରା କଣ୍ଠରେ ଜୟବନ୍ତ ଶବର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ।

- Advertisement -

ସୂଚନାଯୋଗ୍ୟ, ପାଟଣାଗଡ଼ ବିଧାୟକ ସରୋଜ ମେହେର ନିମ୍ନମାନର ରାସ୍ତା କାମ ଯୋଗୁଁ କନିଷ୍ଠ ଯନ୍ତ୍ରୀ ଜୟବନ୍ତ ଶବରଙ୍କୁ ବୁଧବାର ଅପରାହ୍ନରେ ସର୍ବସମ୍ମୁଖରେ ଉଠବସ୍ କରାଇଥିଲେ । ଏହାର ଏକ ଭିଡିଓ ଗୁରୁବାର ଭାଇରାଲ ହୋଇଥିଲା। ଏହି ଘଟଣା ବିଭିନ୍ନ ଗଣ ମାଧ୍ୟମରେ ପ୍ରସାରିତ ହେବା ପରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସରକାରୀ ବାବୁଙ୍କୁ ସାବାଡ କରିବା ଠିକ୍ ହୋଇଛି ବୋଲି କିଛି ଲୋକ ପ୍ରତିକ୍ରିୟା ଦେଇଥିବା ବେଳେ ଆଇନକୁ ହାତକୁ ନେଇଥିବା ବିଧାୟକଙ୍କ କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଥିଲା । ବିଭିନ୍ନ ସ୍ଥାନରେ ସମାଲୋଚନାର ଶିକାର ହେବା ପରେ ବିଧାୟକ ସରୋଜ ମେହେର ନିଜର ଦବଙ୍ଗଗିରି ପାଇଁ ଦୁଃଖ ପ୍ରକାଶ କରି ଗଣମାଧ୍ୟମରେ କ୍ଷମା ପ୍ରର୍ଥନା କରିଥିଲେ ।

ଅନ୍ୟପକ୍ଷରେ ଅପମାନର ଶିକାର ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ପ୍ରବୀଣା ରାଜସିଂହ ପାଟଣାଗଡ ଥାନାରେ ଏକ ଏତଲା ଦେଇଥିଲେ । ବୁଧବାର ଅପରାହ୍ନରେ ୩ଟାରେ ବିଧାୟକ ତାଙ୍କ ଘରକୁ ଆସି ସ୍ବାମୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ । ତାଙ୍କ ସ୍ବାମୀଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯିବା ସହିତ ଉପସ୍ଥିତ ଉତ୍ତ୍ୟକ୍ତଲୋକେ ମାଡ ମାରିଥିଲେ । ଏହା ସହ ତାଙ୍କୁ ଜାତିଆଣ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ତାଙ୍କ ସ୍ବାମୀ ମାନସିକ ଭାରସାମ୍ୟ ହରାଇ ବିସିଥିବା ବେଳେ ବୁଧବାର ଠାରୁ ଘରକୁ ଫେରି ନାହାନ୍ତି ଏବଂ ବିଧାୟକ ମେହେର କୌଣସି ଅଘଟଣ ଘଟାଇ ଥାଇ ପାରନ୍ତି ବୋଲି ଜୟବନ୍ତଙ୍କ ପତ୍ନୀ ଏତଲାରେ ଦର୍ଶାଇଥିଲେ । ବିଧାୟକ ମେହେରଙ୍କୁ ତୁରନ୍ତ ଗିରଫ କରି ଦଣ୍ଡିତ କରିବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ପ୍ରବୀଣା ରାଜସିଂହ ଦାବି କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories