www.samajalive.in
Thursday, December 11, 2025
18.1 C
Bhubaneswar

ଯନ୍ତ୍ରୀଙ୍କୁ ଉଠବସ ଘଟଣା : ଦୁଃଖ ପ୍ରକାଶ କଲେ ପାଟଣାଗଡ଼ ବିଧାୟକ

ବଲାଙ୍ଗୀର : କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଯିବା ଘଟଣାରେ ପାଟଣାଗଡ଼ର ବିଜେଡ଼ି ବିଧାୟକ ସରୋଜ ମେହେର ଦୁଃଖ ପ୍ରକାଶ କରିବା ସହ ନିଜ ପ୍ରତିକ୍ରିୟା ରଖିଛନ୍ତି। ପରିସ୍ଥିତକୁ ଦେଖି ଏପରି କରିବାକୁ ବାଧ୍ୟ ହୋଇଥିଲେ ବୋଲି ସେ କହିଛନ୍ତି।  ପ୍ରକାଶ ଯେ, ବଲାଙ୍ଗୀର ଜିଲା ପାଟଣାଗଡ଼ ନବ ନିର୍ବାଚିତ ବିଧାୟକ ସରୋଜ ମେହେର ଜଣେ ସରକାରୀ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।

ଏହାକୁ ନେଇ ସରୋଜ କହିଛନ୍ତି ଯେ, ନିମ୍ନମାନର ରାସ୍ତାକାମରେ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ଲୋକ ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମାରିବା ପାଇଁ ଆସିଥିଲେ। ସେହି ସମୟରେ ପରିସ୍ଥିତିକୁ ଶାନ୍ତ କରାଇବା ପାଇଁ ସେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ହେବାକୁ କହିଥିଲେ। ଏପରିକି କାର୍ଯ୍ୟାନୁଷ୍ଠାନ ଦାବି ନେଇ ତାଙ୍କ ଉପରେ ମଧ୍ୟ ଆକ୍ରମଣର ଆଶଙ୍କା ଥିଲା ବୋଲି ସରୋଜ କହିଛନ୍ତି। ସେ ଉକ୍ତ ଘଟଣା ପାଇଁ ଦୁଃଖିତ ବୋଲି କହିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories