www.samajalive.in
Thursday, December 11, 2025
13.1 C
Bhubaneswar

ନୀତୀଶଙ୍କ ପାଇଁ ମହାମେଣ୍ଟ ଦ୍ବାର ଉନ୍ମୁକ୍ତ : ରାବ୍ରୀ ଦେବୀ

ପାଟନା : ବିଜେପି ସହିତ ତିକ୍ତତା ବୃଦ୍ଧିକୁ ନେଇ ଜେଡିୟୁ ଏବେ ମହାମେଣ୍ଟ ଆଡକୁ ଢଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି କ୍ରମରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ପାଇଁ ମହାମେଣ୍ଟର ଦ୍ବାର ସର୍ବଦା ଉନ୍ମୁକ୍ତ ରହିଛି ବୋଲି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରୀ ଦେବୀ କହିଛନ୍ତି। ରାବଡି କହିଛନ୍ତି ଯେ ନୀତୀଶ ଯଦି ମହାମେଣ୍ଟକୁ ପୁଣି ଫେରନ୍ତି ତେବେ ଏ ନେଇ କୌଣସି ଆପତ୍ତି ନାହିଁ। ତେବେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଆରଜେଡିର ବରିଷ୍ଠ ନେତା ନେବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହ କହିଛନ୍ତି ଯେ ନୀତୀଶ କୁମାର ଅଣବିଜେପି ଦଳ ସହିତ ହାତ ମିଶାଇ ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଲଢେଇ କରିବା ଦରକାର। ପ୍ରସାଦ କହିଛନ୍ତି ଯେ ନୀତୀଶ ନିଶ୍ଚିତ ଭାବେ ମେଣ୍ଟ ପରିବର୍ତ୍ତନ କରିବେ। ଅତୀତରେ ସେ ଏପରି ଅନେକ ଥର କରିଛନ୍ତି। ତେଣୁ ଏହା କିଛି ଆଶ୍ଚର୍ଯ୍ୟ କଥା ହେବ ନାହିଁ। ଆମେ ସମସ୍ତେ ବିଜେପି ବିରୋଧରେ ଏକାଠି ଲଢିବାକୁ ଚାହୁଁ। ଲୋକସଭା ନିର୍ବାଚନରେ ଜେଡିୟୁ-ବିଜେପି ନେତୃତ୍ବ ଏନଡିଏରେ ସାମିଲ ହୋଇଥିଲା। ମାତ୍ର ​‌େ​ଜଡିୟୁ କେନ୍ଦ୍ରର ଏନଡିଏ ସରକାରରେ ସାମିଲ ହୋଇ ନାହିଁ। ଅନ୍ୟପଟେ ନୀତୀଶ ବିହାର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରି ଜେଡିୟୁ ୮ ନୂଆ ସଦସ୍ୟଙ୍କୁ ସାମିଲ କରିଥିବାବେଳେ ବିଜେପିକୁ ଏହି ସମ୍ପ୍ରସାରଣରୁ ବାଦ୍ ଦେଇଛନ୍ତି। ୨୦୧୭ରେ ନୀତୀଶ ଆରଜେଡି ନେତୃତ୍ବ ମହାମେଣ୍ଟ ଛାଡି ଏନଡିଏରେ ଯୋଗ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories