www.samajalive.in
Monday, December 8, 2025
13.1 C
Bhubaneswar

ଘର ଆଗରେ ଏସବୁ ବସ୍ତୁ ରହିବା ଆଦୌ ଉଚିତ ନୁହେଁ

ସାଧାରଣତଃ ନୂଆ ଘର ନିର୍ମାଣ କରିବା ବା କିଣିବା ବେଳେ ଆମେ ବାସ୍ତୁ ଦିଗ ପ୍ରତି ଧ୍ୟାନ ଦେଇଥାଉ। କାରଣ ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ ନିର୍ମାଣ କରାଯାଇଥିବା ଘରେ ସର୍ବଦା ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହିଥାଏ। ତେବେ କେବଳ ଘର ଭିତରର ବାସ୍ତୁ ପ୍ରତି ଧ୍ୟାନ ଦେଲେ ହେବ ନାହିଁ, ଘର ବାହାରେ ବା ଘର ସମ୍ମୁଖ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ। ଏପରି କିଛି ବସ୍ତୁ ଅଛି ଯାହା ଘର ଆଗରେ ରହିବା ଆଦୌ ଉଚିତ ନୁହେଁ। ଏହାଦ୍ବାରା ଘର ଉପରେ ନକରାତ୍ମକ ପ୍ରଭାବ ପଡ଼ିବା ସହ ଘରେ ଅନେକ ସମସ୍ୟା ଦେଖାଦେଇଥାଏ। ଚାଲନ୍ତୁ ଜାଣିବା ଘର ଆଗରେ କ’ଣ ସବୁ ରହିବା ଉଚିତ ନୁହେଁ–

ଘର ଆଗରେ କଣ୍ଟା ଗଛ ରହିବା ଉଚିତ ନୁହେଁ :
ଘର ଆଗରେ କୌଣସି ପ୍ରକାରର କଣ୍ଟା ଜାତୀୟ ଗଛ ରହିବା ଉଚିତ ନୁହେଁ। ଏହା ଦ୍ୱାରା ଶତ୍ରୁ ସଂଖ୍ୟା ବୃଦ୍ଧି ପାଇଥାଏ ଓ ପରିବାରରେ ଝଗଡ଼ା ସୃଷ୍ଟି ହୋଇଥାଏ। କେବଳ ଏତିକି ନୁହେଁ ଏହା ଦ୍ୱାରା ଆପଣଙ୍କ ଶରୀର ମଧ୍ୟ ବାରମ୍ବାର ଖରାପ ହୋଇଥାଏ।

- Advertisement -

ପଥର ଗଦା ରଖନ୍ତୁ ନାହିଁ :
ବାସ୍ତୁ ଶାସ୍ତ୍ର ଅନୁସାରେ, ଘର ଆଗରେ କେବେହେଲେ ପଥର ଗଦା ରଖନ୍ତୁ ନାହିଁ। ଯଦି କୁଢ ହୋଇଥିବା ପଥର ଘର ଆଗରେ ରହିବାକୁ ଦିଅନ୍ତି ତେବେ ଏହା ଆପଣଙ୍କ ପରିବାର ଉନ୍ନତିରେ ବାଧା ସୃଷ୍ଟି କରିଥାଏ।

ଡଷ୍ଟବିନ୍ :
ଡଷ୍ଟବିନ୍ ଡବା ଏମିତି ଏକ ବସ୍ତୁ ଯାହା ନକରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ। ଏହା ବ୍ୟତୀତ ଆପଣଙ୍କ ଶରୀରର ମଧ୍ୟ କ୍ଷତି କରିଥାଏ। ଏଥିପାଇଁ ଡଷ୍ଟବିନକୁ ଘର ଆଗରେ ନରଖିବାକୁ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି।

ବିଶାଳ ବୃକ୍ଷ :
ଯଦି ଅପଣଙ୍କ ଘର ଆଗରେ ବିଶାଳ ବୃକ୍ଷ ରହିଥାଏ ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ସମସ୍ୟା ଦାୟକ ହୋଇଥାଏ। ଏହା ଦ୍ୱାରା ଆପଣଙ୍କ ଘରେ ଦୁଃଖ ଓ କଷ୍ଟ ବଢିଯାଇଥାଏ।

ରାସ୍ତା ଠାରୁ ଘରର ଦ୍ୱାରବନ୍ଧ ଉଚ୍ଚା ହେବା ଦରକାର :
ଆପଣ ଯେଉଁ ଘରେ ରହୁଛନ୍ତି ତାହାର ମୁଖ୍ୟ ଦ୍ୱାର ବନ୍ଧ ସବୁବେଳେ ସାମ୍ନା ରାସ୍ତା ଠାରୁ ଉଚ୍ଚା ହେବା ଦରକାର। ଯଦି ଦ୍ୱାରବନ୍ଧର ଉଚ୍ଚତା ରାସ୍ତା ଉଚ୍ଚତା ସହ ସମାନ ବା କମ୍ ହୋଇଥାଏ ତେବେ ଏହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ। ଏହାଦ୍ବାରା ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ବଢିଥାଏ।

ବିଦ୍ୟୁତ ଖୁଣ୍ଟି :
ଘର ଆଗରେ ବିଦ୍ୟୁତ ଖୁଣ୍ଟି ରହିବା ଉଚିତ ନୁହେଁ। ଏହା ରହିବା ଅଶୁଭ ହୋଇଥାଏ ଓ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories