www.samajalive.in
Thursday, December 11, 2025
18.1 C
Bhubaneswar

ଇଂଲଣ୍ଡ-ପାକିସ୍ତାନ ମୁକାବିଲା ଆଜି

ଟ୍ରେଣ୍ଟ୍‌ ବ୍ରିଜ୍ : ଚଳିତ କ୍ରିକେଟ ବିଶ୍ବକପ୍‌ରେ ସୋମବାର ଏଠାରେ ଆୟୋଜକ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲିଗ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜିତି ତା’ର ବିଜୟଧାରା ବଜାୟ ରଖିବାକୁ ଇଂଲଣ୍ଡ ନିଶ୍ଚୟ ଚାହିଁବ। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ରେ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିବା ପାକିସ୍ତାନ ବିଜୟଧାରାକୁ ଫେରିବାକୁ ଚାହିଁବ। ବିଶ୍ବକପ୍‌ ପୂର୍ବରୁ ଇଂଲଣ୍ଡମାଟିରେ ଏହି ଦୁଇଦେଶ ୫ ମ୍ୟାଚ୍‌ର ଦିନିକିଆ ସିରିଜ୍ ଖେଳିଥିଲେ। ଏହାର ପ୍ରଥମ ମ୍ୟାଚ୍ ବାତିଲ ହୋଇଥିବା ବେଳେ ଇଂଲଣ୍ଡ ପରବର୍ତ୍ତୀ ୪ଟିଯାକ ଦିନିକିଆରେ ବିଜୟୀ ହୋଇଥିଲା। ସମସ୍ତ ମ୍ୟାଚ୍‌​‌େ​‌ର ବଡ଼ ସ୍କୋର୍ ହୋଇଥିବା ବେଳେ ଇଂଲଣ୍ଡର ବ୍ୟାଟ୍‌ସମ୍ୟାନ୍ ଆଗରେ ରହିଥିଲେ। ତେବେ ଫରକ ଏହା ଯେ ଉକ୍ତ ମ୍ୟାଚ୍‌ରେ ପାକିସ୍ତାନର ବାମହାତି ଫାଷ୍ଟବୋଲର ମହମ୍ମଦ ଆମିର ଖେଳିନଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷରେ ପାକିସ୍ତାନ ପରାସ୍ତ ହୋଇଥିଲେ ହେଁ ଉକ୍ତ ମ୍ୟାଚ୍‌ରେ ଆମିର ୩ଟିଯାକ ୱିକେଟ ନେଇଥିଲେ।
ଉକ୍ତ ଦିନିକିଆ ସିରିଜ୍ ପରି ବିଶ୍ବକପ୍ ମ୍ୟାଚ୍‌ରେ ମଧ୍ୟ ଇଂଲଣ୍ଡର ଆକ୍ରମଣାତ୍ମକ ବ୍ୟାଟିଂକୁ ରୋକିବା ପାକିସ୍ତାନ ବୋଲରଙ୍କ ମୁଖ୍ୟ ଲକ୍ଷ୍ୟ ରହିବ। ଦକ୍ଷିଣ ଆଫ୍ରିକାର ଭଲ ବୋଲିଂ ଆକ୍ରମଣ ବିପକ୍ଷରେ ଇଂଲଣ୍ଡ ୩୧୧ ରନ୍ କରି ପାରିଥିଲା। ଏହି ମ୍ୟାଚ୍‌ରେ ଓପ୍‌ନର ଜନି ବେୟାରଷ୍ଟୋ ବିଫଳ ହୋଇଥିଲେ ହେଁ ଜେସନ ରୟ, ଜୋ ରୁଟ୍, ଅଧିନାୟକ ଇଓନ୍ ମୋର୍ଗାନ୍ ଓ ବେନ୍ ଷ୍ଟୋକ୍‌ସ ଅର୍ଦ୍ଧଶତକ ମାରିଥିଲେ। ଚଳିତ ବିଶ୍ବକପ୍‌ର ଷ୍ଟାଡିୟମ୍‌ ମଧ୍ୟରେ ଟ୍ରେଣ୍ଟ୍ ବ୍ରିଜ୍ ହେଉଛି ବ୍ୟାଟିଂ ପାଇଁ ସବୁଠାରୁ ଅନୁକୂଳ ପିଚ୍। ଏଠାରେ ହିଁ ଇଂଲଣ୍ଡ ତା’ର ଦିନିକିଆ ଇତିହାସରେ ୨ଟି ବଡ଼ ସ୍କୋର କରିଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ବୋଲିଂ ସମ୍ମୁଖରେ ପାକିସ୍ତାନର ବ୍ୟାଟିଂ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା। ୱେଷ୍ଟଇଣ୍ଡିଜ୍ ପରି ଅନୁରୂପ ଶାଣିତ ଇଂଲଣ୍ଡର ବୋଲିଂ ଆକ୍ରମଣ ବିପକ୍ଷରେ ରନ୍ ସ୍କୋର୍‌କରିବା ପାକିସ୍ତାନ ବ୍ୟାଟ୍‌ସମ୍ୟାନଙ୍କ ପାଇଁ ବଡ଼ ଆହ୍ବାନ ହେବ। ସର୍ଟ ପିଚ୍ ବୋଲିଂ ସମ୍ମୁଖରେ ପାକିସ୍ତାନ ବ୍ୟାଟ୍‌ସମ୍ୟାନଙ୍କ ଦୁର୍ବଳତା ପଦାରେ ପକାଇ ପାରିଥିଲେ ୱେଷ୍ଟଇଣ୍ଡିଜ୍‌ର ଫାଷ୍ଟବୋଲର। ଇଂଲଣ୍ଡ ମଧ୍ୟ ସମାନ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇପାରେ। ଦ୍ରୁତଗତିରେ ବୋଲିଂ କରୁଥିବା ଜୋଫ୍ରା ଆର୍ଚରଙ୍କ ସହ ମାର୍କ ଉଡ୍‌ଙ୍କ ଜରିଆରେ ନୂଆବଲ୍‌ରେ ଆକ୍ରମଣ କରିବାକୁ ଇଂଲଣ୍ଡ ଯୋଜନା କରିଛି। ୨୦୧୫ ବିଶ୍ବକପ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ ଇଂଲଣ୍ଡ ଦିନିକିଆ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଚାଲିଛି। ଫଳରେ ଏହା ଆଇସିସି ଦିନିକିଆ ମାନ୍ୟତାର ୧ନଂ ସ୍ଥାନକୁ ଉନ୍ନୀତ ହୋଇଛି। ୩ ଦିନ ତ​‌େ​‌ଳ ବ୍ୟାଟିଂ ପାଇଁ ସହଜ ନଥିବା ଏକ ପିଚ୍‌ରେ ଇଂଲଣ୍ଡ ୮ ୱିକେଟରେ ୩୧୧ ରନ୍‌କରି ତା’ର ବ୍ୟାଟିଂ ଶକ୍ତି ପ୍ରଦର୍ଶନ କରିସାରିଛି। ଅନ୍ୟପକ୍ଷରେ କ୍ରମାଗତ ୧୧ଟି ଦିନିକିଆ ମ୍ୟାଚ୍‌ରେ ପରାସ୍ତ ହୋଇଛି ପାକିସ୍ତାନ। ଇଂଲଣ୍ଡ ବିପକ୍ଷରେ ଏହି ଧାରା ଭାଙ୍ଗିବାକୁ ପାକିସ୍ତାନ ଲକ୍ଷ୍ୟରଖିଛି। ଏଣେ ଇଂଲଣ୍ଡ ସର୍ଟ ପିଚ୍ ବୋଲିଂକରି ପାକିସ୍ତାନକୁ କୋଣଠେସା କରିବାର ଲକ୍ଷ୍ୟ ରଖିଥିବା ବେଳେ ପାକିସ୍ତାନର ପେସ୍ ବାହିନୀ ମଧ୍ୟ ଅନୁରୂପ କରିବାକୁ ଚେତାବନୀ ଦେଇଛନ୍ତି। ଏପରି କ୍ଷେତ୍ରରେ ବ୍ୟାଟ୍‌ସମ୍ୟାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories