www.samajalive.in
Saturday, December 13, 2025
14.1 C
Bhubaneswar

ଗର୍ଭାବସ୍ଥାରେ କରନ୍ତୁ ନାହିଁ ଏସବୁ ଭୁଲ୍

ସାଧାରଣତଃ ଏହା ପ୍ରାୟ ଆମେ ସମସ୍ତେ ଜାଣନ୍ତି ଯେ ଗର୍ଭାବସ୍ଥାରେ ମହିଳାଙ୍କୁ ବିଶେଷ ଭାବେ ଯତ୍ନବାନ୍ ଓ ସତର୍କ ରହିବାକୁ ପଡ଼ିଥାଏ। କାରଣ ତାଙ୍କର ପ୍ରତ୍ୟେକଟି କାର୍ୟ୍ୟ ତାଙ୍କ ଗର୍ଭରେ ଥିବା ଶିଶୁ ଉପରେ ପ୍ରଭାବ ପକାଇଥାଏ। ତେବେ ଖୁବ୍ କମ୍ ଲୋକେ ଏବିଷୟରେ ଅବଗତ ଯେ, ଏପରି କିଛି କାର୍ୟ୍ୟ ଅଛି ଯାହାକୁ ଗର୍ଭବତୀ ମହିଳା ଭୁଲରେ ମଧ୍ୟ କରିବା ଉଚିତ ନୁହେଁ। ଚାଲନ୍ତୁ ଜାଣିବା ସେହି ସବୁ କାର୍ଯ୍ୟ ବିଷୟରେ-

-କୌଣସି ରଙ୍ଗର ବାସ୍ନା କିମ୍ବା ନେଲ୍ ପଲିସର ବାସ୍ନା ଆଦିରୁ ଗର୍ଭବତୀ ମହିଳା ନିଜକୁ ଦୂରେଇ ରଖିବା ଉଚିତ। ବିଶେଷ କରି ସେପରି କିଛି ବସ୍ନାରୁ ଦୂରେଇ ରୁହନ୍ତୁ ଯାହାକୁ ଶୁଂଘିବା ମାତ୍ରେ ଆପଣଙ୍କୁ ଅସ୍ବସ୍ତିକର ଅନୁଭୂତ ହେଉଛି। କାରଣ ଏହା ଖାଲି ଆପଣଙ୍କ ପାଇଁ ନୁହେଁ ବରଂ ଆପଣଙ୍କ ଶିଶୁର ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ କ୍ଷତିକାରକ ହୋଇଥାଏ।
-ଗର୍ଭବତୀମାନେ ପିଠି ମାଡ଼ି ଶୁଅନ୍ତୁ ନାହିଁ। କାରଣ ଏପରି ଶୋଇବା ଦ୍ବାରା ନିଃଶ୍ବାସ-ପ୍ରଶ୍ବାସରେ ଅସୁବିଧା ହୋଇଥାଏ। ଯାହା ଗର୍ଭବତୀ ମହିଳାଙ୍କ ପାଇଁ ଆଦୌ ଠିକ୍ ହୋଇନଥାଏ। ତେଣୁ ସବୁବେଳେ ବାମ ଅଥବା ଡାହାଣ କଡ଼ ମାଡ଼ି ଶୋଇବାକୁ ଚେଷ୍ଟା କରନ୍ତୁ।
-କେବେହେଲେ ଏକୁଟିଆ ରୁହନ୍ତୁ ନାହିଁ। କାରଣ ଏହି ସମୟରେ ଏକୁଟିଆ ରହିବା ଦ୍ବାରା ମନରେ ଅନେକ କଥା ଚାଲିଥାଏ ଯାହା ଶିଶୁ ଉପରେ ପ୍ରଭାବ ପକାଇଥାଏ। ତେଣୁ ଏହି ସମୟରେ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ।
-ଅନେକ ମହିଳା ଗର୍ଭାବସ୍ଥାରେ ଫେସିଆଲ୍ କରିଥା’ନ୍ତି। ହେଲେ ଏପରି କରିବା ଉଚିତ୍ ନୁହେଁ। କାରଣ ଫେସିଆ୍ଲ କରିବା ସମୟରେ କ୍ରିମ୍ ଆଦିର କିଛି ଅଂଶ ଆପଣଙ୍କ ଚର୍ମ ମଧ୍ୟକୁ ଯାଇଥାଏ। ଯାହା ଗର୍ଭବତୀ ମହିଳାଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories