www.samajalive.in
Monday, December 8, 2025
24.1 C
Bhubaneswar

ନୂଆ ବିଜେପି ଅଧ୍ୟକ୍ଷ ପଦବୀ ପାଇଁ କାଉଣ୍ଟଡାଉନ ଆରମ୍ଭ; ଅମିତ ଶାହଙ୍କ ବୈଠକ, ଦୌଡ଼ରେ ନଡ୍ଡା ଓ ଯାଦବ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସ୍ବରାଷ୍ଟ୍ର ମନ୍ତ୍ରୀ ହେବା ପରେ ଏବେ ଦଳର ଅଧ୍ୟକ୍ଷ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏ ନେଇ ଅମିତ ଶାହ ଦଳର ମହାସଚିବମାନଙ୍କ ସହିତ ବୈଠକ କରିବା ପରେ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଶନିବାର ଶାହ ଦାୟିତ୍ଵ ଗ୍ରହଣ କରିବା ପରେ ରାତି ପ୍ରାୟ ୯ଟାରେ ମହାସଚିବମାନଙ୍କ ସହିତ ବୈଠକ କରିଥିଲେ। ରାଜ୍ୟସ୍ତରରେ ସାଂଗଠନିକ ନିର୍ବାଚନ କରିବା ଉପରେ ଏଥିରେ ଆଲୋଚନା ହୋଇଥିଲା।

ଦେଶବ୍ୟାପୀ ୫୦ ପ୍ରତିଶତରୁ ଅଧିକ ରାଜ୍ୟରେ ଦଳର ସାଂଗଠନିକ ନିର୍ବାଚନ ଶେଷ ହେବା ପରେ ହିଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇପାରିବ। ଏହା ପୂର୍ବରୁ ୨୦୧୮ ସେପ୍ଟେମ୍ବରରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶାହଙ୍କ କାର୍ଯ୍ୟକାଳକୁ ୬ମାସ ବୃଦ୍ଧି କରାଯାଇଥିଲା। ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଶାହ ସ୍ବରାଷ୍ଟ୍ର ମନ୍ତ୍ରୀ ପଦ ପାଇଛନ୍ତି। ତେଣୁ ଏବେ ତାଙ୍କ ସ୍ଥାନରେ କାହାକୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବ ସେନେଇ ଚର୍ଚ୍ଚା ଜୋର ଧରିଛି।

- Advertisement -

କୁହାଯାଉଛି ଯେ, ଅଧ୍ୟକ୍ଷ ପଦବୀ ପାଇଁ ଜେ. ପି. ନଡ୍ଡା ଏବଂ ଭୁପେନ୍ଦ୍ର ଯାଦବ ଦୌଡ଼ରେ ରହିଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଅଧ୍ୟକ୍ଷ କରାଯାଇପାରେ। ତେବେ ଜେ. ପି. ନଡ୍ଡା ଏହି ଦୌଡ଼ରେ ଆଗରେ ରହିଥିବା ସୂଚନା ମିଳିଛି। ଏହାର କାରଣ ହେଉଛି, ସେ ଉତ୍ତରପ୍ରଦେଶର ପ୍ରଭାରୀ ରହିଥିବାବେଳେ ବିଜେପି ସେଠାରେ ବଡ଼ ଧରଣର ବିଜୟ ହାସଲ କରିଛି। ଏହା ସତ୍ବେ ସେ ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନ ଥିବାରୁ ତାଙ୍କୁ ଅଧ୍ୟକ୍ଷ ପଦବୀ ମିଳିପାରେ ବୋଲି କୁହାଯାଉଛି।

ଜେ.ପି. ନଡ୍ଡା:-

ଜେ.ପି. ନଡ୍ଡାଙ୍କ ଉପରେ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ପ୍ରଗାଢ଼ ବିଶ୍ଵାସ ରହିଛି। ସେ ଶାହଙ୍କ ଘନିଷ୍ଠ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହିତ ସେ ସଂଶ୍ଳିଷ୍ଟ। ତାଙ୍କ ଛବି ମଧ୍ୟ ନିର୍ମଳ। ମୋଦୀଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ସେ ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ। ଏହା ସହିତ ସେ ବିଜେପି ସଂସଦୀୟ ବୋର୍ଡର ବି ସଦସ୍ୟ ଅଛନ୍ତି। ଏସବୁକୁ ଦୃଷ୍ଟି ଦେଲେ ନଡ୍ଡା ଅମିତ ଶାହଙ୍କର ସର୍ବଶ୍ରେଷ୍ଠ ବିକଳ୍ପ ବୋଲି ମନେ କରାଯାଉଛି।

ଭୁପେନ୍ଦ୍ର ଯାଦବ:-

ଅନ୍ୟପଟେ ଭୁପେନ୍ଦ୍ର ଯାଦବ ବିଜେପି ସଂଗଠନରେ ବହୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ସଫଳତାର ସହ ନିର୍ବାହ କରିଛନ୍ତି। ବର୍ତ୍ତମାନ ସେ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ହେବା ସହିତ ସଂଗଠନର ରାଷ୍ଟ୍ରୀୟ ମହାସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେ ଗୁଜରାଟରେ ବି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ସମ୍ଭାଳିଛନ୍ତି। ସେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନିକଟତମ ବ୍ୟକ୍ତି ଭାବେ ଜଣାଶୁଣା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories