www.samajalive.in
Thursday, December 11, 2025
15.1 C
Bhubaneswar

ମୋଦୀଙ୍କ ଦ୍ବିତୀୟ ପାଳି ସରକାର; ୨୨ ମନ୍ତ୍ରୀଙ୍କ ବିରୋଧରେ ଅଛି ଫୌଜଦାରୀ ମାମଲା

ନୂଆଦିଲ୍ଲୀ,୧ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳି ସରକାରରେ ସାମିଲ ହୋଇଥିବା ୫୮ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୨ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି। ୨୨ଜଣଙ୍କ ମଧ୍ୟରୁ ୧୬ଜଣଙ୍କ ବିରୋଧରେ ଗୁରୁତ୍ବପୂର୍ଣ୍ଣ ଫୌଜଦାରୀ ମାମଲା ଯେପରିକି ହତ୍ୟା ଉଦ୍ୟମ, ସାମ୍ପ୍ରଦାୟିକ ସଦ୍‌ଭାବ ନଷ୍ଟ, ନିର୍ବାଚନ ହିଂସା ରହିଛି। ମହାରାଷ୍ଟ୍ରର ଭି ମୂରଲୀଧରନଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଛି। ୨୦୧୪ ସରକାର ତୁଳନାରେ ୨୦୧୯ ସରକାରରେ ମନ୍ତ୍ରୀଙ୍କ ବିରୋଧରେ ଫୌଜଦାରୀ ମାମଲା ସଂଖ୍ୟା ୮ପ୍ରତିଶତ ଅଧିକ। ଗୁରୁତ୍ବପୂର୍ଣ୍ଣ ଫୌଜଦାରୀ ମାମଲା ସଂଖ୍ୟା ୮ ପ୍ରତିଶତ ଅଧିକ। ସେହିପରି ୫୧ଜଣ ମନ୍ତ୍ରୀ ହେଉଛନ୍ତି କୋଟିପତି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ୍ସ (ଏଡିଆର) ମୋଦୀ ସରକାରର ୫୮ ମନ୍ତ୍ରୀଙ୍କ ମଧ୍ୟରୁ ୫୬ଜଣଙ୍କ ସତ୍ୟପାଠକୁ ଆଧାର କରି ଏହି ତଥ୍ୟ ଉପସ୍ଥାପନ କରିଛି। ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ତଥା ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ବାନ ଓ ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ୍ ସ୍ବାମୀ କୌଣସି ଗୃହର ସଦସ୍ୟ ନଥିବାରୁ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଯାଞ୍ଚ କରାଯାଇପାରି ନାହିଁ। ୫୧ଜଣ ମନ୍ତ୍ରୀ କୋଟିପତି ହୋଇଥିବାବେଳେ ସେମାନଙ୍କ ହାରାହାରି ସମ୍ପତ୍ତି ପରିମାଣ ୧୪.୭୨କୋଟି ଟଙ୍କା। ହରସିମରତ କୌର ବାଦଲ, ପିୟୂଷ ଗୋଏଲ, ରାଓ ଇନ୍ଦ୍ରଜିତ ସିଂହ ଓ ଅମିତ ଶାହାଙ୍କ ସମ୍ପତ୍ତି ପରିମାଣ ୪୦କୋଟି ଟଙ୍କାରୁ ଅଧିକ। ପ୍ରତାପ ଚନ୍ଦ୍ର ଷଡଙ୍ଗୀ, କୈଳାସ ଚୌଧୁରୀ, ଭି ମୁରଲୀଧରନ, ରାମେଶ୍ବର ତେଲି ଓ ଦେବଶ୍ରୀ ଚୌଧୁରୀଙ୍କ ସମ୍ପତ୍ତି ୧କୋଟିରୁ କମ୍। ୧୬ଜଣ ମନ୍ତ୍ରୀଙ୍କ ନାମରେ ୧କୋଟିରୁ ଅଧିକ ଟଙ୍କାର ଋଣ ରହିଛି। ୫ଜଣଙ୍କ ନାମରେ ୧୦କୋଟିରୁ ଅଧିକ ଟଙ୍କାର ଋଣ ରହିଛି। ୮ଜଣ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମରୁ ଦ୍ବାଦଶ ଶ୍ରେଣୀ। ୪୭ଜଣ ମନ୍ତ୍ରୀଙ୍କ ଯୋଗ୍ୟତା ସ୍ନାତକ କିମ୍ବା ତାଠାରୁ ଅଧିକ। ୧୧ ମନ୍ତ୍ରୀଙ୍କ ବୟସ ୪୧ରୁ ୫୦ବର୍ଷ ମଧ୍ୟରେ ହୋଇଥିବାବେଳେ ୪୫ ମନ୍ତ୍ରୀଙ୍କ ବୟସ ୫୧ରୁ ୭୦ବର୍ଷ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories