www.samajalive.in
Saturday, December 13, 2025
26.1 C
Bhubaneswar

ମୁସଲମାନ ଦେଶର ଭଡ଼ାଟିଆ ନୁହନ୍ତି, ଭାଗିଦାର: ଓୱେସୀ

ହାଇଦ୍ରାବାଦ: ସମସ୍ତଙ୍କ ପାଇଁ ସମାନ ଅଧିକାର ରହିଥିବା ଏହି ଦେଶରେ ମୁସଲମାନମାନେ ଭଡ଼ାଟିଆ ନୁହନ୍ତି। ସେମାନେ ଦେଶର ଭାଗିଦାର। ତେଣୁ ୩୦୦ରୁ ଅଧିକ ଆସନରେ ବିଜୟୀ ହୋଇଥିଲେ ମଧ୍ୟ ବିଜେପିର ମନମାନି ଚଳିବ ନାହିଁ। ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ଏମପି ଅସଉଦ୍ଦିନ ଓୱେସୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଏଭଳି ମନ୍ତବ୍ୟ ଦେଇଛନ୍ତି।

ହାଇଦ୍ରାବାଦରେ ମକ୍କା ମସଜିଦଠାରେ ଲୋକଙ୍କୁ ସମ୍ବୋଧିତ କରି ଓୱେସୀ କହିଥିଲେ, ଯଦି କେହି ଭାବୁଛନ୍ତି ଯେ ହିନ୍ଦୁସ୍ତାନରେ ୩୦୦ ଆସନ ଜିତି ମନମାନି କରିବେ, ତେବେ ତାହା ହୋଇପାରିବ ନାହିଁ। ଅସଉଦ୍ଦିନ ଓୱେସୀ ଆପଣଙ୍କ ସହ ଲଢ଼ିବ। ମୁସଲମାନମାନଙ୍କୁ ଦେଶର ଭଡ଼ାଟିଆ ବୋଲି ଭାବିବା ଅନୁଚିତ। ସେମାନେ ଭାରତର ଭାଗିଦାର। ସେମାନେ ଦେଶର ନାଗରିକ ଏବଂ ସେମାନଙ୍କୁ ସମ୍ବିଧାନ ଦ୍ବାରା ଦିଆଯାଇଥିବା ଅଧିକାରଗୁଡ଼ିକରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ସେ କହିଥିଲେ।

- Advertisement -

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ୩୦୩ ଆସନରେ ବିଜୟ ମିଳିଥିବାବେଳେ ଏନଡିଏ ଖାତାକୁ ମୋଟ ୩୫୨ ଆସନ ଯାଇଛି। ସେହିପରି କଂଗ୍ରେସର ୫୨ ଆସନକୁ ମିଶାଇ ୟୁପିଏ ଖାତାକୁ ୯୨ ଆସନରେ ଯାଇଛି। ଏଆଇଏମଆଇଏମକୁ ୨ଟି ଆସନ ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories