www.samajalive.in
Saturday, December 6, 2025
16.1 C
Bhubaneswar

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ କିଛି ଟିପ୍ସ

ଯେକୌଣସି ପରିବାରର ଉନ୍ନତି ଓ ଖୁସି ନିମନ୍ତେ ଦମ୍ପତିଙ୍କ ମଧ୍ୟରେ ଭଲ ପାଇବା, ବିଚାରଶକ୍ତି ,ବିଶ୍ୱାସ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ମାତ୍ର ଯଦି କୋଣସି କାରଣରୁ ପତି-ପତ୍ନୀଙ୍କ ମଧ୍ୟ କଳହ ହେଉଥାଏ ଅଥବା ସର୍ବଦା ଅଶାନ୍ତି ଲାଗି ରହିଥାଏ, ତେବେ ଏହାର ପ୍ରଧାନ କାରଣ ବାସ୍ତୁ ଦୋଷ ହୋଇଥାଏ। ଏହି ସମସ୍ୟାକୁ ନିଜ ଜୀବନରୁ ଦୂର କରିବା ନିମନ୍ତେ କିଛି ସହଜ ଉପାୟ ରହିଛି ଯାହାକୁ ଆପଣେଇବା ଦ୍ୱାରା ଜୀବନ ସୁଖଶାନ୍ତିରେ ପୂର୍ଣ୍ଣ ହୋଇଥାଏ। ଜାଣନ୍ତୁ ତାହା କ’ଣ….
ଯଦି ନାରୀଟିଏ ନିଜ ହାତରେ ସବୁଜ ରଙ୍ଗର ଛୁଡ଼ି ପିନ୍ଧେ , ତେବେ ଦାମ୍ପତ୍ୟ ଜୀବନରେ ଭଲ ପାଇବା ବୃଦ୍ଧି ହୋଇଥାଏ। ନିଜ ଶୋଇବା ଘରର କାନ୍ଥ ଗୋଲାପି କିମ୍ବା ଫିକା ହଳଦିଆ ରଙ୍ଗର ହେଲେ ବହୁତ ଭଲ ହୋଇଥାଏ।
ସଂପର୍କ ସୁଦୃଢ ପାଇଁ ପତ୍ନୀ, ପତିର ସର୍ବଦା ବାମ ପଟେ ଶୋଇବା ଉଚିତ। ଶୋଇବା ଘରେ ଠାକୁରଙ୍କ ଫଟୋ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଅଶାନ୍ତି ଲାଗି ରହିଥାଏ।
ଜଳ ସମ୍ବନ୍ଧୀୟ ବସ୍ତୁ, ତେଲ ଟିଣ, ଭଙ୍ଗା ଆଇନା, ଝାଡ଼ୁ, ରୋଷେଇ ସାମଗ୍ରୀ ଯଥା କଡ଼େଇ, ତାଟିଆ ଆଦି ଶୟନ କକ୍ଷରେ ରଖନ୍ତୁ ନାହିଁ।
ମହିଳା ମାନେ ଦାନ କରିବା ସମୟରେ ସେହି ଦାନ ସାମଗ୍ରୀରେ ଲାଲ ସିନ୍ଦୂର, ଅତର, ଚଣା ଡ଼ାଲି, କେଶର ରଖନ୍ତୁ। ନିୟମିତ ନିଜ ଠାରୁ ବୟସରଙ୍କ ବଡ଼ ନାରୀଙ୍କୁ ପ୍ରଣାମ କରିବା ଉଚିତ। ଏହା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories