www.samajalive.in
Friday, December 12, 2025
27.1 C
Bhubaneswar

ପ୍ରଥମ ଦିନରେ ଡିଜିପିଙ୍କୁ ହଟାଇଲେ ଜଗନ ରେଡ୍ଡୀ

ଅମରାବତୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଦାୟିତ୍ବ ଗ୍ରହଣର ପ୍ରଥମ ଦିନରେ ପୁଲିସ ମହାନିର୍ଦେଶକ ଆରପି ଠାକୁରଙ୍କୁ ପଦରୁ ହଟାଇଛନ୍ତି। ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବ ଟିପିଡି ସରକାର ପ୍ରତି ଠାକୁର ଅତ୍ୟନ୍ତ ଅନୁଗତ ପ୍ରଦର୍ଶନ କରିଆସୁଥିବାରୁ ବିବାଦରେ ରହିଥିଲେ। ଠାକୁରଙ୍କ ସହିତ ଦୁର୍ନୀତି ନିବାରଣ ବ୍ୟୁରୋ ଡିଜି ଏବି ଭେଙ୍କଟେଶ୍ବର ରାଓଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଯାଇଛି।

ଉଭୟ ଠାକୁର ଓ ରାଓଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ରିପୋର୍ଟ କରିବା ଲାଗି ନିର୍ଦେଶ ଦିଆଯାଇଛି। ବିରୋଧୀ ଦଳ ପଦରେ ଥିବା ସମୟରେ ଜଗନ ରେଡ୍ଡୀଙ୍କ ଦଳ ୱାଇଏସଆରସିପି ଏହି ଦୁଇ ଅଧିକାରୀଙ୍କୁ ହଟାଇବା ଲାଗି ନିର୍ବାଚନ ଆୟୋଗଙ୍କ ନିକଟରେ ଅନେକବାର ଅଭିଯୋଗ କରିଥିଲା। ଠାକୁରଙ୍କ ସ୍ଥାନରେ ୧୯୮୬ବ୍ୟାଚ ଆଇପିଏସ୍ ଅଫିସର ଦାମୋଦର ଗୌତମ ସାୱଙ୍ଗ ପୁଲିସ ମହାନିର୍ଦେଶକର ଅତିରିକ୍ତ ଦାୟିତ୍ବରେ ରହିଛନ୍ତି। ସମ୍ଭବତଃ ତାଙ୍କୁ ପୂର୍ଣ୍ଣକାଳୀନ ମହାନିର୍ଦେଶକ ପଦରେ ଅବସ୍ଥାପିତ କରାଯାଇପାରେ। ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ ଅନୁଯାୟୀ ଡିଜି ଠାକୁରଙ୍କୁ ଛାପା ଓ ମୁଦ୍ରଣ ବିଭାଗ କମିସନର ଭାବେ ଅବସ୍ଥାପିତ କରାଯାଇଛି। ଏହି ପଦରେ ଥିବା ଟିଏ ତ୍ରିପାଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ରିପୋର୍ଟ କରିବାକୁ କୁହାଯାଇଛି। ଗୁଇନ୍ଦା ବିଭାଗର ଅତିରିକ୍ତ ମହାନିର୍ଦେଶକ କୁମାର ବିଶ୍ବଜିତ୍‌ଙ୍କୁ ଦୁର୍ନୀତି ନିବାରଣ ବିଭାଗ ମହାନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories