www.samajalive.in
Saturday, December 13, 2025
26.1 C
Bhubaneswar

ଧର୍ମେନ୍ଦ୍ରଙ୍କୁ ତୈଳ ଓ ଇସ୍ପାତ, ପ୍ରତାପଙ୍କୁ ଏମଏସଏମଇ ବିଭାଗ ଦାୟିତ୍ବ

ନୂଆଦିଲ୍ଲୀ :  ମୋଦୀଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଶୁକ୍ରବାର ବିଭାଗ ବଣ୍ଟନ କରାଯାଇଛି । ଓଡ଼ିଶାରୁ କେନ୍ଦ୍ରମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ନୂତନ ବିଭାଗ ମିଳିଛି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କର  ତୈଳ ଓ ପେଟ୍ରୋଲିୟମ ବିଭାଗ ସହିତ ଇସ୍ପାତ ବିଭାଗ ମିଳିଛି । ସେହିପରି ପ୍ରତାପ ଷଡ଼ଙ୍ଗୀଙ୍କୁ ଏମ୍‌ଏସ୍‌ଏମ୍‌ଇ ବିଭାଗ ଦାୟିତ୍ୱ ଦିଆଯାଇଛି । ଶ୍ରୀ ପ୍ରଧାନ ଆଜି ଦାୟିତ୍ବ ଗ୍ରହଣ କରୁଥିବା ଜରାପଡିଛି।

ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଶୁକ୍ରବାର ନିଜର ବିଭାଗ ବଣ୍ଟନ କରାଯାଇଛି। ଶ୍ରୀ ଷଡଙ୍ଗୀକୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ବିଭାଗ ସହିତ ମତ୍ସ୍ୟ ଓ ପଶୁ ପାଳନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି।

- Advertisement -

ସୂଚନା ଯୋଗ୍ୟ, ଓଡ଼ିଶା ବିଧାନସଭାର ଦୁଇ ଦୁଇ ଥର ବିଧାୟକ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ପ୍ରଥମ ଥର ପାଇଁ ବାଲେଶ୍ୱର ଲୋକସଭା ଆସନରୁ ଲଢ଼ିଥିଲେ । ସେ ବିଜେଡ଼ିର କୋଟି ପତି ପ୍ରାର୍ଥୀ ରବିନ୍ଦ୍ର ଜେନା ଓ କଂଗ୍ରେସର  ନବଜ୍ୟୋତି ପଟ୍ଟନାୟକଙ୍କଙ୍କୁ ପରାସ୍ତ କରିଥିଲେ । ତେବେ ସେ ତାଙ୍କର ନିରାଡମ୍ବର ଜୀବନ ଶୈଳୀ ପାଇଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories