www.samajalive.in
Thursday, December 11, 2025
16.1 C
Bhubaneswar

ଆଜି ୱେଷ୍ଟଇଣ୍ଡିଜ୍-ପାକିସ୍ତାନ ମୁକାବିଲା

ଟ୍ରେଣ୍ଟ୍ ବ୍ରିଜ୍ : ଚଳିତ ବିଶ୍ବକପ୍‌ର ୨ୟ ମ୍ୟାଚ୍‌ରେ ଶୁକ୍ରବାର ମୁକାବିଲା ହେବ ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ମଧ୍ୟରେ। ୱେଷ୍ଟଇଣ୍ଡିଜ୍ ୨ ଥର ବିଶ୍ବକପ୍ ଜିତିଥିବା ବେଳେ ପାକିସ୍ତାନ ଥରେ ଏହି ଟାଇଟଲ ଜିତିପାରିଛି। ଉଭୟ ଦଳଙ୍କୁ ଏହି ବିଶ୍ବକପ୍‌ର ଦାବିଦାର ତାଲିକାରେ କ୍ରିକେଟ ବିଶେଷଜ୍ଞ ରଖିନାହାନ୍ତି। ତଥାପି ଉଭୟ ଦଳ ଫାଇନାଲ ଖେଳିବାର ଦକ୍ଷତା ରଖିଛନ୍ତି। ଗୋଟିଏ ପଟେ ପାକିସ୍ତାନ; ଯାହା ସବୁଠାରୁ ଅପ୍ରତ୍ୟାଶିତ ଦଳ। ଏହାର ଦିନରେ ପାକିସ୍ତାନ ଯେକୌଣସି ଦଳକୁ ପରାସ୍ତ କରିପାରେ। ପୁଣି ନିମ୍ନ ମାନ୍ୟତାପ୍ରାପ୍ତ ଦଳଠାରୁ ଏହା ପରାସ୍ତ ହୋଇପାରେ। ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ବିସ୍ଫୋରକ ଓ ଆକ୍ରମଣାତ୍ମକ କ୍ରିକେଟ ଖେଳିବାରେ ବିଶ୍ବାସରଖେ। ଆରମ୍ଭରୁ ପ୍ରତିପକ୍ଷକୁ ଚିଡ଼ାଇବା ଇଣ୍ଡିଜ୍‌ର ଗୁଣ।
ପୂର୍ବରୁ କ୍ରିକେଟ ଦୁନିଆରେ ରାଜୁତି କରୁଥିବା ୱେଷ୍ଟଇଣ୍ଡିଜ୍ ଦଳରେ ବହୁତ ପରିବର୍ତ୍ତନ ଘଟିଛି। ତଥାପି ଏହା ଏକ ମାରାତ୍ମକ ଦଳ। ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ବୋଲିଂ ଆକ୍ରମଣ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ୪୨୧ ରନ୍‌ କରି ପାରିଥିଲା। ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ଲାଇନ୍‌ ଟ୍ବେଣ୍ଟି୨୦ରେ ଅତ୍ୟନ୍ତ ଶକ୍ତିଶାଳୀର ମାନ୍ୟତା ପାଇଥିବା ବେଳେ ଦିନିକିଆ କ୍ରିକେଟରେ ମଧ୍ୟ ଏହାର ବ୍ୟାଟ୍‌ସମ୍ୟାନ ବଡ଼ ସ୍କୋର୍ କରିପାରନ୍ତି। କ୍ରିସ୍ ଗେଲ୍‌ଙ୍କ ରନ୍‌ କ୍ଷୁଧା ମେଣ୍ଟିନାହିଁ ଏବଂ ସଫଳ ଆଇପିଏଲ୍‌ ସିଜିନ୍ ପରେ ବିଶ୍ବକପ୍ ଖେଳିବାକୁ ପହଞ୍ଚିଛନ୍ତି। ଇଂଲଣ୍ଡରେ ଗତ ଦିନିକିଆ ସିରିଜ୍‌ରେ ଗେଲ୍‌ ୪ଟି ମ୍ୟାଚ୍‌ରୁ ୪୨୧ ରନ୍ କରିଛନ୍ତି। ଏଭିନ୍ ଲୁଇସ୍ ଓ ସାଇ ହୋପ୍ ଏବେ ଚମତ୍କାର ଫର୍ମରେ ରହିଛନ୍ତି। ସିମ୍ରନ୍ ହେତ୍‌ମେୟର ଓ ଡ୍ୟାରେନ୍ ବ୍ରାଭୋ ମଧ୍ୟକ୍ରମ ସମ୍ଭାଳିବେ। ୱେଷ୍ଟଇଣ୍ଡିଜ୍ ଦଳରେ ଏକାଧିକ ଅଲ୍‌ରାଉଣ୍ଡରଙ୍କ ଉପସ୍ଥିତି ଏହାକୁ ଅଧିକ ଶକ୍ତିଶାଳୀ କରିଛି। ଏହି ଅଲ୍‌ରାଉଣ୍ଡର ହେଲେ ଆ​‌େ​‌ନ୍ଦ୍ର ରସେଲ, ଅଧିନାୟକ ଜେସନ୍ ହୋଲ୍‌ଡର ଓ ଆସ୍‌ଲେ ନର୍ସ। ଗତ ଆଇପିଏଲ୍‌ରେ ସମସ୍ତ ବୋଲରଙ୍କୁ ନିସ୍ତୁକ ପ୍ରହାର କରିଛନ୍ତି ରସେଲ। ଦିନିକିଆ କ୍ରିକେଟ୍‌ର ରେକର୍ଡରେ ମଧ୍ୟ ୱେଷ୍ଟଇଣ୍ଡିଜ୍ ଆଗରେ ରହିଛି।
୨ ବର୍ଷ ତଳେ ଇଂଲଣ୍ଡ ମାଟିରେ ତା’ର ଚମ୍ପିଆନ୍‌ସ ଟ୍ରଫି ବିଜୟ ପାକିସ୍ତାନ ଦଳକୁ ଚଳିତ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରେରଣା ଯୋଗାଇବ। ତେବେ ପାକିସ୍ତାନ ତା’ର ଶେଷ ୧୦ଟି ଦିନିକିଆ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଅଷ୍ଟ୍ରେଲିଆ ଏହାକୁ ୫-୦​‌େ​‌ର ହରାଇଥିବା ବେଳେ ଇଂଲଣ୍ଡ ୪-୦ରେ ହରାଇଛି। ବିଶ୍ବକପ୍ ଅଭ୍ୟାସ ମ୍ୟାଚ୍‌ରେ ପାକିସ୍ତାନକୁ ଆଫ୍‌ଗାନିସ୍ତାନ ପରାସ୍ତକରି ଏହାର ସମସ୍ୟା ଆହୁରି ବଢ଼ାଇ ଦେଇଛି। ତେବେ ୨୦୧୭ ଚମ୍ପିଆନ୍‌ସ ଟ୍ରଫି ଖେଳିବା ପୂର୍ବରୁ ପାକିସ୍ତାନ ଏପରି ସ୍ଥିତିରେ ଥିଲା। ଅଷ୍ଟ୍ରେଲିଆଠାରୁ ଏହା ୧-୪ରେ ସିରିଜ୍ ହାରିଥିବା ବେଳେ ଉଦ୍‌ଘାଟନୀ ମ୍ୟାଚ୍‌ରେ ଏହାକୁ ଭାରତ ୧୨୪ ରନ୍‌ରେ ପରାସ୍ତ କରିଥିଲା। ପରେ ପାକିସ୍ତାନ ସମସ୍ତ ମ୍ୟାଚ୍ ଜିତି ଚମ୍ପିଆନ୍ ହୋଇଥିଲା। ପାକିସ୍ତାନ ଦଳର ଆଶା ଯେ ଏହାର ଶକ୍ତିଶାଳୀ ପେସ୍ ବାହିନୀ ୱେଷ୍ଟଇଣ୍ଡିଜ୍ ଉପର ଅର୍ଡରକୁ ସହଜରେ ଆଉଟ କରିଦେବ। ବିଶେଷକରି; ପ୍ରଥମ ବିଶ୍ବକପ୍ ଖେଳୁଥିବା ମହମ୍ମଦ ଆମିରଙ୍କ ଉପରେ ଦଳ ଭରସା ରଖିଛି। ପ୍ରଥମେ ବିଶ୍ବକପ୍ ଦଳରେ ସ୍ଥାନ ପାଇନଥିବା ଆମିର ଶେଷ ମୁହୂର୍ତ୍ତରେ ଦଳରେ ସାମିଲ ହୋଇଛନ୍ତି। ବ୍ୟାଟିଂରେ ପାକିସ୍ତାନ ବେଶ୍ ମଜ୍‌ଭୁତ ଅଛି। ଇଂଲଣ୍ଡ ବିପକ୍ଷ​‌େ​‌ର ୪ଟିଯାକ ଦିନିକିଆ ପାକିସ୍ତାନ ହାରିଥିଲେ ହେଁ ପ୍ରତି ମ୍ୟାଚ୍‌ରେ ଏହାର ବ୍ୟାଟ୍‌ସମ୍ୟାନ୍ ରନ୍ କରିଥିଲେ। ଦୁଇ ଓପ୍‌ନର ଇମାମ୍ ଉଲ୍‌ ହକ୍ ଓ ଫଖର ଜମାନ ଫର୍ମରେ ଅଛନ୍ତି। ବାବର ଆଜମ୍ ଭଲ ବ୍ୟାଟ୍‌ସମ୍ୟାନ୍। ସୋଏବ୍ ମାଲିକ୍, ମହମ୍ମଦ ହଫିଜ୍ ଓ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କର ବେଶ୍ ଅଭିଜ୍ଞତା ରହିଛି। ୱେଷ୍ଟଇଣ୍ଡିଜ୍‌ର ବୋଲିଂ ଆକ୍ରମଣ ସେତେ ମଜ୍‌ଭୁତ ନାହିଁ; ଯାହାର ଫାଇଦା ପାକିସ୍ତାନ ବ୍ୟାଟ୍‌ସମ୍ୟାନ୍ ନେଇପାରନ୍ତି। ପାଗ ମେଘୁଆ ରହିବାର ସମ୍ଭାବନା ଥିବାରୁ ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇପାରନ୍ତି।
ୱେଷ୍ଟଇଣ୍ଡିଜ୍-ପାକିସ୍ତାନ ରେକର୍ଡ
ଦିନିକିଆ
ମ୍ୟାଚ୍‌- ୧୩୩; ୱେଷ୍ଟଇଣ୍ଡିଜ୍-୭୦; ପାକିସ୍ତାନ- ୬୦; ବାତିଲ-୩।
ବିଶ୍ବକପ୍‌
ମ୍ୟାଚ୍‌- ୧୦; ୱେଷ୍ଟଇଣ୍ଡିଜ୍-୭; ପାକିସ୍ତାନ- ୩; ବାତିଲ-୦।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories