www.samajalive.in
Sunday, December 14, 2025
26.1 C
Bhubaneswar

ଚର୍ଚ୍ଚାରେ ବାଂଲାଦେଶର ସୁପର ଫ୍ୟାନ୍‌ ସୋୟାବ

ଲଣ୍ଡନ୍‌ : ଇଂଲଣ୍ଡରେ ଖେଳାଯାଉଥିବା ବିଶ୍ବକପ୍‌ରେ ଭାଗ ନେଉଥିବା ବିଭିନ୍ନ ଦଳର କ୍ରିକେଟର୍‌ଙ୍କ ମନୋବଳ ବୃଦ୍ଧି କରିବାକୁ ସୁପର ଫ୍ୟାନ୍‌ମାନେ ଅଛନ୍ତି। ସେମାନେ ଦେଶବିଦେଶ ବୁଲି ସେମାନଙ୍କ ଦଳକୁ ପ୍ରୋତ୍ସାହିତ କରି ଆସୁଛନ୍ତି। ଭାରତର ସୁଧୀର ଗୌତମ ହୁଅନ୍ତୁ କି ପାକିସ୍ତାନର ଚାଚା କ୍ରିକେଟର୍‌। ଏଭଳି ସୁପର ଫ୍ୟାନ୍‌ଙ୍କ ଉପସ୍ଥିତି ସର୍ବଦା ଗଣମାଧ୍ୟମର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି କ୍ରମରେ ବାଂଲାଦେଶର ସୁପର ଫ୍ୟାନ୍‌ ସୋୟାବ ଅଲ୍ଲିଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବାଂଲାଦେଶ ଖେଳୁଥିବା ଅଧିକାଂଶ ମ୍ୟାଚ୍‌ରେ ସୋୟାବ ଦେହ ଓ ମୁହଁରେ ବାଘ ଚିତ୍ର ଆଙ୍କି ଷ୍ଟାଡ଼ିୟମରେ ଉପସ୍ଥିତ ରହିଥାନ୍ତି।
ଚଳିତ ବିଶ୍ବକପ୍‌ରେ ବାଂଲାଦେଶ ଦଳକୁ ପ୍ରୋତ୍ସାହିତ କରିବାକୁ ଇଂଲଣ୍ଡରେ ପହଞ୍ଚିଛନ୍ତି ସୋୟାବ। ସୋୟାବ କହିଛନ୍ତି ୧୩ ବର୍ଷ ବୟସରୁ ସେ ସ୍କୁଲ୍‌ ଛାଡ଼ି କାର୍‌ ମେକାନିକ ଭାବେ କାମ କରିବା ଆରମ୍ଭ କଲେ। ଧୀରେଧୀରେ କ୍ରିକେଟ୍‌ ପ୍ରତି ତାଙ୍କ ରୁଚି ବଢ଼ିଥିଲା। ଘରୋଇ ବାଂଲାଦେଶର ମ୍ୟାଚ୍‌ ଦେଖିବାକୁ ସେ ବିଭିନ୍ନ ଷ୍ଟାଡ଼ିୟମକୁ ଯିବା ଆରମ୍ଭ କଲେ। ଷ୍ଟାଡ଼ିୟମରେ ମ୍ୟାଚ୍‌ ଦେଖିବାକୁ ସେ ଅର୍ଥ ସଞ୍ଚୟ କରନ୍ତି। ଏକଦା ବାଂଲାଦେଶ ଦଳର ଦ୍ରୁତ ବୋଲର ସାହାଦତ୍‌ ହୁସେନ୍‌ଙ୍କ କାର୍‌ ସଜାଡିଥିବାରୁ ସାହାଦତ୍‌ ତାଙ୍କୁ ମ୍ୟାଚ୍‌ ଟିକଟ୍ ଦେଇଥିଲେ। ଏସିଆ କପ୍‌ର ଏକ ମ୍ୟାଚ୍‌ରେ ବାଂଲାଦେଶ ଦଳ ଭାରତକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ ସମୟରେ ସେ ଭାରତର ସୁପର ଫ୍ୟାନ୍‌ ସୁଧୀର ଗୌତମଙ୍କୁ ଦେଖିବା ପରେ ସେ ବାଂଲାଦେଶର ସୁପର ଫ୍ୟାନ୍‌ ହେବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେ ହାତରୁ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଦେଶ ବୁଲି ବାଂଲାଦେଶ ଖେଳୁଥିବା ମ୍ୟାଚ୍‌ ଷ୍ଟାଡ଼ିୟମରେ ଦେଖିଥିଲେ। ଶ୍ରୀଲଙ୍କାରେ ଏକ ସିରିଜ୍‌ ଦେଖିବାକୁ ସେଠାକୁ ଯିବା ସମୟରେ ତାଙ୍କ ନିକଟରେ ବହୁତ କମ୍‌ ଟଙ୍କା ଥିଲା ଏବଂ ଶ୍ରୀଲଙ୍କାର ଜଣେ କ୍ରିକେଟ୍‌ପ୍ରେମୀଙ୍କ ଗ୍ୟାରେଜ୍‌ରେ ରହିଥିଲେ। ବାଂଲାଦେଶ ଦଳର କ୍ରିକେଟର୍‌ ଓ ମ୍ୟାନେଜମେଣ୍ଟ ତାଙ୍କ ଖାଇବା ଖର୍ଚ୍ଚ ଉଠାଇଥିଲେ। ତେବେ ବର୍ତ୍ତମାନ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ଏବଂ ତାଙ୍କୁ ବିଭିନ୍ନ କମ୍ପାନୀ ଓ ଧନୀ ବ୍ୟକ୍ତି ଅର୍ଥ ଖର୍ଚ୍ଚ କରି ବିଦେଶ ପଠାଉଛନ୍ତି। ବିଶ୍ବକପ୍‌ରେ ବାଂଲାଦେଶ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସୋୟାବ ଆଶାବ୍ୟକ୍ତ କରିବା ସହ ଷ୍ଟାଡ଼ିୟମରେ ରହି ଦଳୀୟ ଖେଳାଳିଙ୍କ ମନୋବଳ ବୃଦ୍ଧିକରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories