www.samajalive.in
Saturday, December 13, 2025
21.1 C
Bhubaneswar

ଠକୁଛି କୃଷି ବୀମା କମ୍ପାନୀ : ବୀମା ଟଙ୍କା ନ ପାଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ବଲାଙ୍ଗୀର : ଚାଷୀମାନଙ୍କ ପାଇଁ ଗତ କିଛି ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ଏହି ବୀମା ଚାଷୀଙ୍କ ବଳ କୁହାଯାଉଥିବା ବେଳେ ବଲାଙ୍ଗୀରରେ ଏହା ଚାଷୀଙ୍କ ପାଇଁ କାଳ ସାଜିଥିବା ଅଭିଯୋଗ ହୋଇଛି। କ୍ଷୟକ୍ଷତି ହୋଇଥିବା ଧାନ ଆକଳନ ପରେ ମଧ୍ୟ ଉଚିତ ବୀମା ଟଙ୍କା ଚାଷୀ ମାନଙ୍କୁ ପ୍ରଦାନ କରାଯାଉନଥିବା ବେଳେ ବୀମା କମ୍ପାନୀ ଚାଷୀ ମାନଙ୍କୁ ଠକେଇ କରୁଥିବା ଅଭିଯୋଗ ହୋଇଛି। ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲା ବେଲପଡା ବ୍ଲକରୁ। ଏପରିକି ଜନୈକ ଚାଷୀ ଦେଇଥିବା ପ୍ରିମିୟମ ରାଶୀରୁ କମ ଟଙ୍କାର ବୀମା ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏମିତିରେ ଏହି ବୀମା ଯୋଜନା ଚାଷୀଙ୍କ ଲାଭ ପରିବର୍ତ୍ତେ କମ୍ପାନୀର ଲାଭ ହେଉଥିବା ଅଭିଯୋଗ ହୋଇଛି।
ବଲାଙ୍ଗୀର ଜିଲା ବେଲପଡା ବ୍ଲକ ବହବଲ ପଞ୍ଚାୟତର ଚାଷୀ ମାନେ ୨୦୧୮-୧୯ ଖରିଫ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜିକରଣ କରିଥିଲେ। ନିୟମାନୁଯାୟୀ ସମସ୍ତ କାଗଜପତ୍ର ଦାଖଲ ସହିତ ପ୍ରିମିୟମ ଟଙ୍କା ଜମା ଦେଇଥିଲେ। ବର୍ଷାଭାବ ଯୋଗୁ ଉକ୍ତ ପଞ୍ଚାୟତ ସମେତ ବ୍ଲକର ସମସ୍ତ ପଞ୍ଚାୟତରେ ମରୁଡ଼ି ଦେଖାଦେଇଥିଲା। ଯାହାଫଳରେ କ୍ଷତିପୂରଣ ପାଇଁ ବୀମା କମ୍ପାନୀ କର୍ମଚାରୀ ଓ ସରକାରୀ କର୍ମଚାରୀମାନଙ୍କୁ ନେଇ ଗଠିତ ଟିମ୍ ଉକ୍ତ ଅଞ୍ଚଳର କ୍ରପ କଟିଙ୍ଗ ରିପୋର୍ଟ ପ୍ରସ୍ତୁତ କରି ଉଭୟ ସରକାର ଓ କମ୍ପାନୀକୁ ପ୍ରଦାନ କରିଥିଲେ। କ୍ରପ କଟିଂ ରିପୋର୍ଟ ଅନୁସାରେ କ୍ଷତି ଆକଳନ କରାଯାଇ ବୀମା ଟଙ୍କା ପ୍ରଦାନ କରାଯିବା କଥା। ଏହି ହିସାବରେ ଟଙ୍କା ମଧ୍ୟ ବୀମା କମ୍ପାନୀ ରୋୟାଲ ସୁନ୍ଦରମ ଚାଷୀ ମାନଙ୍କୁ ପ୍ରଦାନ କରିଛି। କିନ୍ତୁ ଚାଷୀଙ୍କ ଅଭିଯୋଗ ଅନୁସାରେ କମ୍ପାନୀ ଦେଇଥିବା ବୀମା ଟଙ୍କା କ୍ଷତି ହୋଇଥିବା ପରିମାଣରୁ ଯଥେଷ୍ଟ କମ ବୋଲି କହିଛନ୍ତି। ଆଖପାଖ ପଞ୍ଚାୟତ ଓ ବାହାବଲ ପଞ୍ଚାୟତରେ ହୋଇଥିବା କ୍ରପ କଟିଂ ରିପୋର୍ଟରେ ବାହାବଳ ସର୍ବାଧୀକ କ୍ଷତିଗ୍ରସ୍ତ ସତ୍ତ୍ବେ ସେଠାକାର ଚାଷୀ ମାନଙ୍କୁ କମ କ୍ଷତିପୂରଣ ଦିଆଯାଇଥିବା ବେଳେ ନିକଟସ୍ଥ କାନୁଟ, ସିଂହିନୀ ଓ ସୁଲେକେଲା ଭଳି ଅନ୍ୟ ପଞ୍ଚାୟତର ଚାଷୀ ମାନଙ୍କୁ ଉଚିତ ପରିମାଣର କ୍ଷତିପୂରଣ ଦିଆଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଫସଲ ବୀମା କମ୍ପାନୀ କେଉଁ ଆଧାରରେ ଆକଳନ କରି କ୍ଷତିପୂରଣ ଟଙ୍କା ଦେଇଛି ଓ କ୍ଷୟକ୍ଷତି ଆକଳନ ପାଇଁ ପ୍ରସ୍ତୁତ ହୋଇଥିବା ରିପୋର୍ଟକୁ ବୀମା କମ୍ପାନୀ ଅଣଦେଖା କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତେବେ ଏନେଇ ବାହାବଲର ଚାଷୀମାନେ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ସାକ୍ଷାତ କରି ଏନେଇ ଅଭିଯୋଗ କରିବା ସହିତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ଜଣାପଡିଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories