www.samajalive.in
Saturday, December 13, 2025
14.1 C
Bhubaneswar

ମନ୍ତ୍ରିମଣ୍ଡଳରେ ଓଡ଼ିଶା, ପଶ୍ଚିମବଙ୍ଗର ଅଧିକ ନେତାଙ୍କୁ ମିଳିବ ସ୍ଥାନ!

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ନୂତନ ମନ୍ତ୍ରିମଣ୍ଡଳରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ସହଯୋଗୀ ଦଳଗୁଡିକୁ ଗୁରୁତ୍ବ ଦିଆଯିବାର ସମ୍ଭାବନା ରହିଛି। ସୂଚନା ଆନୁସାରେ ବିଶେଷକରି ଜେଡିୟୁକୁ ମନ୍ତ୍ରୀ ପରିଷଦରେ ୨ଟି ଆସନ ମିଳିପାରେ। ଏଥିନେଇ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହିତ ପୂର୍ବରୁ ଆଲୋଚନା କରିଛନ୍ତି। ସେହିଭଳି ଏନ୍‌ଡିଏର ଅନ୍ୟତମ ପ୍ରମୁଖ ସହଯୋଗୀ ଶିବସେନା ମଧ୍ୟ ମନ୍ତ୍ରୀ ପରିଷଦରେ ୨ ଆସନ ଲାଭ କରିବାକୁ ଆଶା ବାନ୍ଧିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଭୟ ଦଳକୁ କେବଳ ଗୋଟିଏ ଲେଖାଏଁ ମନ୍ତ୍ରୀ ପଦ ଦେବାକୁ ପ୍ରତିଶ୍ରୁତି ମିଳିଥିବା ଜଣାପଡିଛି। ସେହିଭଳି ରାମ ବିଳାଶ ପାଶ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲଜେପି)କୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି। ଅନ୍ୟପଟେ ଏଆଇଏଡିଏମକେ ମଧ୍ୟ ମନ୍ତ୍ରିମଣ୍ଡଳରେ ସମିଲ ହୋଇପାରେ। ରାଜସ୍ଥାନରୁ ଗଜେନ୍ଦ୍ର ସିଂହ ଶେଖାୱତ, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ସିପି ଯୋଶୀ ଏବଂ ଯଶକୌର ମୀନାଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଉଛି। ତେବେ ସପ୍ତଦଶ ଲୋକସଭା ନିର୍ବାଚନରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜେପିର ଭୋଟ ପ୍ରତିଶତ ନାଟକୀୟ ଢଙ୍ଗରେ ବୃଦ୍ଧି ପାଇଥିବାରୁ ମନ୍ତ୍ରୀ ପରିଷଦ ଗଠନ ବେଳେ ଏହି ଦୁଇ ରାଜ୍ୟକୁ ଅଧିକ ଗୁରୁତ୍ବ ଦିଆଯିବ। ମନ୍ତ୍ରିମଣ୍ଡଳରେ ଦୁଇ ରାଜ୍ୟର ଅଧିକ ପ୍ରତିନିଧି ରହିବାର ସମ୍ଭାବନା ରହିଛି। ନୂତନ କ୍ୟାବିନେଟରେ କେତେକ ନୂଆମନ୍ତ୍ରୀଙ୍କୁ ଦେଖିବାକୁ ମଳିବ। ମନ୍ତ୍ରିମଣ୍ଡଳ ଗଠନ ବେଳେ ନେତାମାନଙ୍କର ପ୍ରଶାସନିକ ଦକ୍ଷତାକୁ ଦୃଷ୍ଟି ଦିଆଯିବ। ଗତଥର ଉନ୍ନତ ପ୍ରଦର୍ଶନ କରି ନ ଥିବା ମନ୍ତ୍ରୀ ମନ୍ତିମଣ୍ଡଳରୁ ବାଦ ପଡିବାର ସମ୍ଭାବନା ରହିଛି। ଏହି କ୍ରମରେ ରାଧା ମୋହନ ସିଂହଙ୍କ ନାମ ସର୍ବାଗ୍ରେ ରହିଥିବା ଜଣାପଡିଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories