www.samajalive.in
Wednesday, December 10, 2025
16.1 C
Bhubaneswar

ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି , ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

ଭୁବନେଶ୍ୱର .- ବୁଧବାରରେ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସନ୍ଧ୍ୟା ସମୟରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ପ୍ରଥମ ବୈଠକ ବସିଥିଲା । ଏଥିରେ ଚାଷୀଙ୍କ ଆକାଉଣ୍ଟକୁ ତୁରନ୍ତ କାଳିଆ ଟଙ୍କା ପଠାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ମିଶନ ଶକ୍ତିରେ ମହିଳା ସଶକ୍ତି କରଣ ପାଇଁ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀମାନଙ୍କୁ ୧୦୦୦ କୋଟି ଟଙ୍କାର ସହାୟତା ଯୋଗଇ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ମୋଟ ୭୫ ଲକ୍ଷ ଚାଷୀଙ୍କ ପରିବାରକୁ କାଳିଆ ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବୁଧବାରରେ ଶପଥ ଗ୍ରହଣ ପରେ ୮.୪ ଲକ୍ଷ ଚାଷୀ ପରିବାରକୁ କାଳିଆ ଟଙ୍କା ପ୍ରଦାନକରାଯାଇଛି । ଅନ୍ୟ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ କାଳିଆ ଟଙ୍କା ଅତି ଶୀଘ୍ର ପ୍ରେରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ଅବସରରେ ବିକାଶ ପାଇଁ ସେ ୫ ଟି ଉପରେ ଗୁରୁତ୍ୱ ପ୍ରଦାନ କରିବା ପାଇଁ କହିଛନ୍ତି । ଟିମ୍‌ ଓ୍ଵାର୍କ, ଟ୍ରାନ୍ସପରେନ୍ସି,, ଟେକ୍ନୋଲୋଜି ଓ ଟ୍ରାନ୍ସଫରମେସନକୁ ଗୁରୁତ୍ୱ ଦିଆଯିବ । ଏହା ସହ ରାଜ୍ୟବାସୀଙ୍କୁ ନବୀନ ଧନ୍ୟବାଦ ଦେଇଛନ୍ତି ।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories