www.samajalive.in
Wednesday, December 10, 2025
23.1 C
Bhubaneswar

ଉତ୍ତର ପ୍ରଦେଶ ମଦମୃତ୍ୟୁ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗୁଳି ବିନିମୟ ପରେ ଗିରଫ

ଲକ୍ଷ୍ମୌ .- ଉତ୍ତର ପ୍ରଦେଶ ବିଷାକ୍ତ ମଦ ପିଇ ଅନେକ ଲୋକ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି । ଉତ୍ତରପ୍ରଦେଶର ବାରବାଙ୍କିରେ ଏହି ଘଟଣା ଘଟିଛି । ବିଷାକ୍ତ ମଦ ବିକ୍ରି କରାଯାଉଥିବା ଦୋକାନର ବିକ୍ରେତା ଏହାର ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ସୂଚନା ଦେଇଛି । ପପୁ ଜୟସ୍ୱାଲନାମକ ବ୍ୟକ୍ତି ଏହି ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତି । ପର୍ବରୁ ଏହି ଘଟଣା ସହ ସମ୍ପୃକ୍ତ ତିନିଜଣଙ୍କୁ ଗୁଳି ବିନିମୟ ପରେ ପୁଲିସ ପପୁକୁ ଗିରଫ କରିଛି । ପପୁ ଡାହାଣ ଗୋଡରେ ଗୁଳି ବାଜିଛି ।
ପପୁକୁ ଗିରଫ କରିବାକୁ ଯାଇଥିବା ବେଳେ ସେ ପୁଲିସ ଉପରକୁ ସେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଏହାପରେ ପୁଲିସ ଆତ୍ମରକ୍ଷା ପାଇଁ ପପୁକୁ ଗୁଳି କରିଥିଲା । ପପୁର ଡାହାଣ ଗୋଡରେ ଗୁଳି ବାଜିଛି । ତାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଷାକ୍ତ ମଦ ପିଇ ୨୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ବାରାବାଙ୍କୀ ଜିଲାର ରାମନଗର ଅନ୍ତର୍ଗତ ରାଣୀଗଞ୍ଜରେ ଥିବା ଏକ ସରକାରୀ ଦେଶୀମଦ ଦୋକାନରୁ କେତେକ ଲୋକ ଦେଶୀମଦ କିଣି ପିଇଥିଲେ। ମଦ ପିଇବା ପରେ ପ୍ରଥମେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ରହିଥିଲା। ଅସୁସ୍ଥଙ୍କ ମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଜିଲା ଅବକାରୀ ଅଧିକାରୀ, ଅବକାରୀ ନିରୀକ୍ଷକଙ୍କ ସମେତ ୧୫ ଜଣଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ଏକ ଟିମ୍‌ ଗଠନ ହୋଇଛି। ମୁଖ୍ୟ ଅଭିଯୁକ୍ତ ଦାନବୀର ସିଂହ ଫେରାର ଥିବାରୁ ପୁଲିସ ତାଙ୍କ ନାମରେ ୨୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories