www.samajalive.in
Friday, December 12, 2025
27.1 C
Bhubaneswar

କର୍ଣ୍ଣାଟକ କଂଗ୍ରେସ ସଙ୍କଟ: ବେଙ୍ଗାଲୁରୁ ଗଲେ ଆଜାଦ, ବେଣୁଗୋପାଳ

ବେଙ୍ଗାଲୁରୁ : ଲୋକସଭା ନିର୍ବାଚନ ଫଳ ପ୍ରକାଶ ପରେ କଂଗ୍ରେସ ଘୋର ସଙ୍କଟରେ ପଡ଼ିଛି। ଦିଲ୍ଲୀଠାରୁ ଆରମ୍ଭ କରି ରାଜସ୍ଥାନ, କର୍ଣ୍ଣାଟକ ପର୍ଯ୍ୟନ୍ତ ସବୁ ଆଡ଼େ ଦଳ ମଧ୍ୟରେ ସଙ୍କଟ ଘନଉଛି। ସଭାପତି ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବାକୁ ଅଡ଼ି ବସିଥିବାବେଳେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ବୁଝାଇବାକୁ ପ୍ରୟାସ ଜାରି ରଖିଛନ୍ତି। ଅପରପକ୍ଷରେ କର୍ଣ୍ଣାଟକରେ ଜେଡିଏସ୍‌ ସହିତ ମିଳିତ ଭାବେ ସରକାର କରିଥିବା କଂଗ୍ରେସରେ ବିବାଦ ଜଟିଳ ହେବା ନେଇ ସାଧାରଣ ସମ୍ପାଦିକ କେ.ସି ବେଣୁଗୋପାଳ ଓ ଗୁଳମାନବି ଆଜାଦ ମଙ୍ଗଳବାର ତୁରନ୍ତ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। କଂଗ୍ରେସର ଦୁଇ ଜଣ ବିଧାୟକ ରମେଶ ଜାରକିହୋଲି ଓ କେ. ସୁଧାକର ବିଜେପିରେ ମିଶିବା ପାଇଁ ଗୋଡ଼ ଟେକି ବସିଥିବା ଓ ଜଣେ ନେତା ଜୁନ୍‌ ୧୦ ପରେ ରାଜ୍ୟ ସରକାର ଭାଙ୍ଗିଯିବ ବୋଲି କହିବା ପରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ପାଇଁ ସେମାନେ ପ୍ରୟାସ କରୁଛନ୍ତି। ଅପରପକ୍ଷରେ ମନ୍ତ୍ରିମଣ୍ଡଳର ପୁର୍ନଠନ ବା ସମ୍ପ୍ରସାରଣ ନେଇ ଏଠାରେ ବିବାଦ ଲାଗିରହିଛି। ଏହାର ଯଥାଯଥ ସମାଧାନ ନ ହେଲେ ସରକାର ପ୍ରତି ବିପଦ ରହିଥିବା ସ୍ପଷ୍ଟ। ଉପରୋକ୍ତ ଦୁଇ ଜଣଙ୍କ ସହିତ କଂଗ୍ରେସର ପ୍ରାୟ ୮ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ଭାବେ ଏଚ୍‌.ଡି କୁମାରସ୍ବାମୀଙ୍କୁ ବିରୋଧ କରୁଛନ୍ତି; କିନ୍ତୁ ସେମାନେ ବିଜେପିକୁ ଯିବା ପାଇଁ ଉଦ୍ୟମ ଚଳାଇଥିବା ପ୍ରକାଶ। ଏଭଳି ପରିସ୍ଥିତିରେ ଆସନ୍ତା ୨୯ରେ କଂ​‌େ​‌ଗ୍ରସ ବିଧାୟକ ଦଳର ବୈଠକ ଆହୂତ ହୋଇଥିବାରୁ ବେଣୁଗୋପାଳ ଓ ଆଜାଦଙ୍କ ଗସ୍ତ ଗୁରୁତ୍ବପୂର୍ଣ୍ଣ ରହିଛି। ସେମାନେ ସମସ୍ତଙ୍କ ସହିତ ଆଲୋଚନା ମାଧ୍ୟମରେ ସରକାର ବଞ୍ଚାଇବା ପାଇଁ ପ୍ରୟାସ କରିବେ ବୋଲି ଜଣାପଡ଼ିଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories