www.samajalive.in
Friday, December 12, 2025
15.1 C
Bhubaneswar

ସୁଟିଂ ବିଶ୍ବକପ୍ : ବିଶ୍ବରେକର୍ଡ ସହ ସୌରଭଙ୍କୁ ସ୍ବର୍ଣ୍ଣ

ମ୍ୟୁନିକ୍ : ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍ ସୁଟିଂ ବିଶ୍ବକପ୍‌ରେ ଭାରତକୁ ୨ୟ ସ୍ବର୍ଣ୍ଣପଦକ ଜିତାଇଛନ୍ତି ଯୁବ ସୁଟର ସୌରଭ ଚୌଧୁରୀ। ସୋମବାର ସୌରଭ ଚମତ୍କାର ପ୍ରଦର୍ଶନ କରି ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ୧୭ ବର୍ଷ ବୟସ୍କ ସୌରଭଙ୍କର ଚଳିତବର୍ଷ ଏହା ୨ୟ ସ୍ବର୍ଣ୍ଣପଦକ। ଚଳିତବର୍ଷ ପ୍ରାରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍ ସୁଟିଂ ବିଶ୍ବକପ୍‌ରେ ସ୍ବର୍ଣ୍ଣପଦକ ଜିତିବା ସହ ଅଲିମ୍ପିକ୍ କୋଟା ସ୍ଥାନ ହାସଲ କରିଥିଲେ।
ସୌରଭଙ୍କ ପାଇଁ ଏହି ସ୍ବର୍ଣ୍ଣପଦକ ଆହୁରି ମଧୁର ଅନୁଭୂତି ଆଣିବ; କାରଣ ଏଠାରେ ବିଶ୍ବରେକର୍ଡ ସ୍କୋର୍ ସ୍ଥାପନ କରିବା ସହ ସେ ପୋଡିୟମ୍ ଶୀର୍ଷରେ ରହିଛନ୍ତି। ଫାଇନାଲରେ ସୌରଭ ତାଙ୍କ ପ୍ରଦର୍ଶନର ସ୍ତରକୁ ବହୁତ ଉପରକୁ ନେଇ ଯାଇଥିଲେ। ଫାଇନାଲରେ ସୌରଭ ୨୪୬.୩ ପଏଣ୍ଟ ସ୍କୋର୍‌କରି ସର୍ବାଗ୍ରେ ରହିବା ସହ ସ୍ବର୍ଣ୍ଣପଦକ ଜିତିଥିଲେ। ଏହି ସ୍କୋର୍ ହାସଲ କରିବା ସହ ସୌରଭ ନୂତନ ବିଶ୍ବରେକର୍ଡ ପ୍ରତିଷ୍ଠା କରିଛନ୍ତି। ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସର୍ବାଧିକ ସ୍କୋରର ବ୍ୟକ୍ତିଗତ ବିଶ୍ବରେକର୍ଡ ୨୪୫ ପଏଣ୍ଟ ଏହା ପୂର୍ବରୁ ସେହି ସୌରଭଙ୍କ ନାମରେ ଥିଲା। ସୌରଭ ଏହାକୁ ଅତିକ୍ରମ କରି ପାରିଛନ୍ତି। ଏହା ସହ ସୌରଭ ଏହି ଇଭେଣ୍ଟରେ ଉଭୟ ସିନିୟର ଓ ଜୁନିୟର ବିଭାଗରେ ନୂତନ ବିଶ୍ବରେକର୍ଡ ସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ; ସୌରଭଙ୍କ ଜୁନିୟର ବିଶ୍ବରେକର୍ଡ ଥିଲା ୨୪୫.୫ ପଏଣ୍ଟ। ପୁଣି ସିନିୟର ସ୍ତରରେ ସୌରଭ ୩ୟ ଥର ପାଇଁ ସ୍ବର୍ଣ୍ଣପଦକ ଜିତିଛନ୍ତି। ନୂଆଦିଲ୍ଲୀ ବିଶ୍ବକପ୍ ପୂର୍ବରୁ ଗତ ଏସୀୟ କ୍ରୀଡ଼ାରେ ମଧ୍ୟ ସୌରଭ ସ୍ବର୍ଣ୍ଣପଦକ ଜିତି ପାରିଥିଲେ। ଫାଇନାଲରେ ଆରମ୍ଭରୁ ସୌରଭ ଆଗୁଆ ରହିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିଥିଲେ। ରୁଷିଆର ଆର୍ତେମ ଚେର୍ନୌସୋଭ୍ ରୌପ୍ୟ ଏବଂ ଚୀନ୍‌ର ୱେଇ ପାଙ୍ଗ୍ ବ୍ରୋଞ୍ଜ୍‌ପଦକ ଜିତି ପାରିଥିଲେ। ତେବେ ଏହି ଇଭେଣ୍ଟରେ ସ୍ବର୍ଣ୍ଣପଦକ ଜିତିବା ଲାଗି ଫେଭରିଟ୍‌ ଥିଲେ ପୂର୍ବତନ ବିଶ୍ବର ୧ନଂ ସୁଟର ଭାରତର ସେହ୍‌ଜାର ରିଜୱି। ସୌରଭ ଚୌଧୁରୀଙ୍କ ସହ ରିଜ୍‌ୱି ଯୋଗ୍ୟତା ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ। ଯୋଗ୍ୟତା ରାଉଣ୍ଡରେ ସୌରଭ ୫୮୬ ପଏଣ୍ଟ ସହ ୨ୟ ସ୍ଥାନରେ ଥିବା ବେଳେ ରିଜ୍‌ୱି ୫୮୩ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଥିଲେ। ଫାଇନାଲରେ କିନ୍ତୁ ସେହ୍‌ଜାର ରିଜ୍‌ୱି ଭଲ ପ୍ରଦର୍ଶନ କରି ପାରିନଥିଲେ। ଏହି ବିଶ୍ବକପ୍‌ର ପ୍ରଥମ ଦିନରେ ଶନିବାର ଭାରତର ଅପୂର୍ବୀ ଚାନ୍ଦେଲା ସ୍ବର୍ଣ୍ଣପଦକ ଜିତିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories