www.samajalive.in
Sunday, December 14, 2025
26.1 C
Bhubaneswar

ଚିକିତ୍ସାଧିନ ଅବସ୍ଥାରେ ମାଇହାତୀର ମୃତ୍ୟୁ

ଦେବଗଡ : ବାମରା ୱାଇଲ୍ଡଲାଇଫ ବନଖଣ୍ଡର ଖଳାଶୁଣି ବନାଂଚଳ ଏବଂ ଦେବଗଡ ବନଖଣ୍ଡ  ଅନ୍ତର୍ଗତ କଂସର ସେକ୍ସନ ଅନ୍ତର୍ଗତ ହିରନ ଗ୍ରାମରେ ଦୀର୍ଘ ଦେଢମାସରୁ ଉର୍ଦ୍ଧ୍ବ ସମୟ ଧରି ଚିକିତ୍ସାଧୀନ ଥିବା ମାଇହାତୀ ଶେଷରେ ରବିବାର ଆଖି ବୁଜିଛି । ସୂଚନାଯୋଗ୍ୟ, ଉକ୍ତ ଅସୁସ୍ଥ ମାଇହାତୀଟି ଏପ୍ରିଲ ମାସ ୬ ତାରିଖରେ ନିଜର ଅଣ୍ଡିରା ସାବକ ସହ ଖଳାଶୁଣି ସଂରକ୍ଷିତ ଜଙ୍ଗଲରୁ ଦେବଗଡ ବନାଂଚଳର କଂସର ସେକ୍ସନ ଅଧିନରେ ଥିବା ହିରଣ ଗ୍ରାମକୁ ଚାଲିଆସିଥିଲା। ଗ୍ରାମବାସୀମାନେ ଅସୁସ୍ଥ ହାତୀଟିର ସେବା ଯତ୍ନ କରିବା ସହ ଏସମ୍ପର୍କରେ ବନ ବିଭାଗ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ବନବିଭାଗ କର୍ତ୍ତୃପକ୍ଷ ଗ୍ରାମରେ ପହଞ୍ଚି ସ୍ୱତନ୍ତ୍ର ଶିବିର କରି ରହିବା ସହ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ହାତୀଟିର ଚିକିତ୍ସା କରୁଥିଲେ । ହାତୀଟି ସାମାନ୍ୟ ସୁସ୍ଥ ହେବାପରେ ଗତ ବୁଧବାର ଦିନ ନିଜର ବାସସ୍ଥାନ ଖଳାଶୁଣି ଜଙ୍ଗଲକୁ ଫେରିବାକୁ ଉଦ୍ୟମ କରିଥିଲା । ତେବେ ହିରନ ଗ୍ରାମରୁ ମାତ୍ର ୩ ଶହ ମିଟର ଦୂରକୁ ଗଲାପରେ ଏକ ଦୁମା ଉପରେ ପଡିଯାଇଥିଲା। ହିରଣ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀଙ୍କ ଉଦ୍ୟମ ସତ୍ବେ ହାତୀଟି ଆଉ ଉଠିପାରିନଥିବା ବେଳେ ରବିବାର ସକାଳେ ହାତୀଟିର ମୃତ୍ୟୁ ଘଟିଥିଲା।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories