www.samajalive.in
Wednesday, December 10, 2025
14.1 C
Bhubaneswar

କଂଗ୍ରେସ ଅନାଥ ହେବାରୁ ବଞ୍ଚିଗଲା: ବାବା ରାମଦେବ

ଚଣ୍ଡୀଗଡ଼: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପ୍ରଖ୍ୟାତ ଯୋଗଗୁରୁ ବାବା ରାମଦେବ ପ୍ରଥମ ଥର ପାଇଁ ଏ ସମ୍ପର୍କରେ ଟିପ୍ପଣୀ ଦେଇଛନ୍ତି। ବାବା ରାମଦେବ କହିଛନ୍ତି, ରାହୁଲ ଗାନ୍ଧୀ ଆମେଠିରୁ ପରାଜିତ ହେଲେ। କିନ୍ତୁ କେରଳର ୱାୟନାଡ ଆସନରୁ ବିଜୟୀ ହେଲେ। ତାଙ୍କର ବିଜୟଲାଭ କରିବା ଫଳରେ କଂଗ୍ରେସ ଅନାଥ ହେବାରୁ ବଞ୍ଚିଗଲା। ସେହିପରି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମ୍ପର୍କରେ ବାବା ରାମଦେବ କହିଥିଲେ ଯେ, ଭଲ ହେଲା ପ୍ରିୟଙ୍କା ବାରାଣସୀରୁ ନିର୍ବାଚନ ଲଢ଼ିନାହାନ୍ତି। ନଚେତ ତାଙ୍କ ରାଜନୈତିକ କ୍ୟାରିୟର ଶେଷ ହୋଇଯାଇଥାନ୍ତା। ନରେନ୍ଦ୍ର ମୋଦୀ ରାହୁଲ ଗାନ୍ଧୀଙ୍କୁ ଶୀର୍ଷାସନ କରାଇଦେଲେ। ଏବେ ସେ ଧ୍ୟାନଯୋଗ କରିବା ଉଚିତ ବୋଲି ବାବା ରାମଦେବ କହିଛନ୍ତି। ଚଣ୍ଡୀଗଡ଼ରେ ଆସୋସିଏଶନ ଅଫ ରେସିଡେଣ୍ଟ ଡକ୍ଟର(ଏଆରଡି) ତରଫରୁ ଆୟୋଜିତ ଜେନିଥ-୨୦୧୯ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବାବା ରାମଦେବ ଯୋଗଦେବା ଅବସରରେ ଏହା କହିଥିଲେ।

ଅନ୍ୟପଟେ ସାଧ୍ଵୀ ପ୍ରଜ୍ଞା ଠାକୁରଙ୍କ ସମ୍ପର୍କରେ ବାବା କହିଥିଲେ ଯେ, ତାଙ୍କୁ ସନ୍ଦେହ କରି ଅମାନବୀୟ ନିର୍ଯାତନା ଦିଆଯାଇଛି। ତେବେ ନାଥୁରାମ ଗୋଡ୍‌ସେଙ୍କ ଉପରେ ସାଧ୍ଵୀ ଦେଇଥିବା ମନ୍ତବ୍ୟକୁ ସେ ସ୍ବୀକାର କରୁ ନ ଥିବା ବାବା କହିଥିଲେ। ବିଜେପିର ବଡ଼ ବିଜୟ ଉପରେ ରାମଦେବ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିଗୁଡ଼ିକ ଉପରେ ଦେଶର କୋଟି କୋଟି ଲେକା ଭରସା କରିଛନ୍ତି। ସେଥିପାଇଁ ଏହି ନିର୍ବାଚନ କେବଳ ୫ବର୍ଷ ପାଇଁ ନୁହେଁ, ବରଂ ଆଗାମୀ ୨୦ରୁ ୨୫ ବର୍ଷ ପାଇଁ ଭାରତର ରାଜନୀତିକୁ ସ୍ଥିର କରିବ।

- Advertisement -

ସେହିପରି ବାବା କହିଥିଲେ ଏମବିବିଏସ ପାଠ୍ୟକ୍ରମରେ ଯୋଗକୁ ସାମିଲ କରାଗଲେ ସକାରାତ୍ମକ ପ୍ରଭାବ ପଡ଼ିବ। ଡାକ୍ତରୀ ପାଠ୍ୟକ୍ରମରେ ଯୋଗ ବିଷୟକୁ ସାମିଲ କରିବାକୁ ସେ ସରକାରଙ୍କ ନିକଟରେ ଦାବି କରିବେ ବୋଲି ରାମଦେବ କହିଛନ୍ତି। ଡାକ୍ତରୀ ଛାତ୍ରମାନଙ୍କୁ ଯୋଗ ବିଷୟରେ ଧାରଣା ରଖିବା ଦରକାର। ଏଥିସହ ଡାକ୍ତରମାନେ ନିୟମିତ ଅଧଘଣ୍ଟା ଯୋଗ କରିବା ଦରକାର ବୋଲି ବାବା କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories