www.samajalive.in
Thursday, December 11, 2025
13.1 C
Bhubaneswar

ମୋଦୀ କ୍ୟାବିନେଟରେ ଏହି ନେତାଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ସୁନାମୀ ଭଳି ବିଜୟ ହାସଲ କରିଥିବା ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟକୁ ନେଇ ଅଙ୍କ କଷା ଆରମ୍ଭ ହୋଇଛି। ବିଜେପିର ସଂସଦୀୟ ଦଳ ବୈଠକ ଶନିବାର ହେବାକୁ ଥିବାବେଳେ ଏହା ପୂର୍ବରୁ ନୂଆ କ୍ୟାବିଟେନକୁ ନେଇ କଳ୍ପନାଜଳ୍ପନା ଚାଲିଛି। କୁହାଯାଉଛି ଏ ଥର ମୋଦୀଙ୍କ କ୍ୟାବିନେଟରେ କେତେକ ନୂଆ ମୁହଁଙ୍କୁ ସ୍ଥାନ ମିଳିବ ଓ କିଛି ନେତାଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯିବ।
ଚର୍ଚ୍ଚାରେ ଥିବା ନେତାଙ୍କ ମଧ୍ୟରେ କେନ୍ଦ୍ରୀୟ ମନ୍ତ୍ରୀ ରାଜନାଥ ସିଂହ, ଜେପି ନଡ୍ଡା, ସୁଷମା ସ୍ୱରାଜ, ପୀୟୂଷ ଗୋଏଲ, ସ୍ମୃତି ଇରାନୀ, ରବିଶଙ୍କର ପ୍ରସାଦ, ନିର୍ମଳା ସୀତାରମଣ, ଭିକେ ସିଂହ ଏବଂ ମେନକା ଗାନ୍ଧୀଙ୍କୁ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ଅଛି। ଅନୁରାଗ ଠାକୁର, ଗୋପାଳ ସେଠୀ, ତେଜସ୍ୱୀ ସୂର୍ଯ୍ୟା, ଗଜେନ୍ଦ୍ର ଶେଖାୱତ, ଖଡସେ ରକ୍ଷା ନିଖିଲ, ସୁଷମା ସରକାର, ଜ୍ୟୋର୍ତିମୟ ସିଂହ ମେହଟା, ରାଜୁ ବିସ୍ଟା, ମୋହନ ମାଣ୍ଡଭୀ ଏବଂ ପ୍ରୀତମ ମୁଣ୍ଡେଙ୍କ ଭଳି ସାଂସଦଙ୍କୁ କ୍ୟାବିନେଟରେ ସ୍ଥାନ ମିଳିବ ବୋଲି କୁହାଯାଉଛି।
ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୋଦୀ କ୍ୟାବିନେଟରେ ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଗୃହମନ୍ତ୍ରୀ ଦାୟିତ୍ୱ ଦିଆଯାଇପାରେ। ଏଭଳି ହେଲେ ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅନ୍ୟ ମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ କରାଯିବ। ଚର୍ଚ୍ଚା ଅନୁସାରେ ରାଜନାଥ କିମ୍ବା ନଡ୍ଡାଙ୍କ ମଧ୍ୟରୁ ଜଣଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯିବ। ନଡ୍ଡାଙ୍କୁ ଦଳୀୟ ଅଧ୍ୟକ୍ଷ ଦାୟିତ୍ୱ ଦିଆଗଲେ ରାଜନାଥଙ୍କୁ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଦିଆଯିବ। ତେବେ ଏନେଇ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମୋଦୀ ଏବଂ ଅମିତ ଶାହା ଆରଏସ୍‍ଏସ୍‍ ମୁଖ୍ୟ ମୋହନ ଭାଗବତଙ୍କ ସହ ଆଲୋଚନା କରିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories