www.samajalive.in
Tuesday, December 9, 2025
16.1 C
Bhubaneswar

ଆତଙ୍କୀ ସଙ୍ଗଠନ ‘ଜମାତ ଉଲ ମୁଜାହିଦ୍ଦିନ’କୁ ନିଷିଦ୍ଧ ଘୋଷଣା କଲା ଭାରତ

ନୂଆଦିଲ୍ଲୀ: ବାଂଲାଦେଶୀ ଆତଙ୍କୀ ସଙ୍ଗଠନ ଜମାତ ଉଲ ମୁଜାହିଦ୍ଦିନ (ଜେଏମବି)କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଗୃହ ମନ୍ତ୍ରାଳୟ ସୂଚନା ଅନୁଯାୟୀ ସମ୍ପୃକ୍ତ ଆତଙ୍କୀ ସଙ୍ଗଠନ ୨୦୧୬ରେ ଢ଼ାକାର ଏକ କାଫେ ଉପରେ ଆକ୍ରମଣ କରିଥିଲା ଯେଉଁଥିରେ ୧୭ ଜଣ ବିଦେଶୀଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଗୃହ ମନ୍ତ୍ରାଳୟ ଏକ ବିଜ୍ଞପ୍ତିରେ ଦର୍ଶାଇଛି, ଆତଙ୍କୀ ସଙ୍ଗଠନ ଜମାତ ଉଲ ମୁଜାହିଦ୍ଦିନ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଭାରତୀୟ ଯୁବକମାନଙ୍କୁ ସଙ୍ଗଠନରେ ଭର୍ତ୍ତି କରିବାକୁ ଚାହୁଁଛି ଓ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଯୋଜନା କରୁଛି। ବେନିୟମ କାର୍ଯ୍ୟକଳାପ (ନିରୋଧ) ଆଇନ, ୧୯୭୬ରେ ପ୍ରଥମ ଅନୁଛେଦରେ ସେହି ସଙ୍ଗଠନର ଅନ୍ୟ ନାଁ ଜମାତ ଉଲ ମୁଜାହିଦ୍ଦିନ ବାଂଲାଦେଶ, ଜମାତ ଉଲ ମୁଜାହିଦ୍ଦିନ ଇଣ୍ଡିଆ ଓ ଜମାତ ଉଲ ମୁଜାହିଦ୍ଦିନ ହିନ୍ଦୁସ୍ଥାନକୁ ସାମିଲ କରାଯାଇଛି।

ପ୍ରଥମ ଅନୁଛେଦରେ ସାମିଲ ହେବାର ଅର୍ଥ ସେହି ସଙ୍ଗଠନକୁ ଭାରତରେ ନିଷିଦ୍ଧ ଘୋଷଣା କରାଗଲା ଓ ଏବେ ତାହା ଏକ ପ୍ରତିବନ୍ଧିତ ସଙ୍ଗଠନ। ୨୦୧୬ରେ କାଫେ ଉପରେ ଆକ୍ରମଣ ଓ ପରେ ଇଦ ପର୍ବ ପାଳନ ବେଳେ ସମବେତ ଲୋକମାନଙ୍କ ଉପରେ ଆକ୍ରମଣ ପାଇଁ ଜମାତ ଉଲ ମୁଜାହିଦ୍ଦିନକୁ ବାଂଲାଦେଶ ସରକାର ଦାୟୀ କରିଥିଲେ। ୨୦୧୪ ଅକ୍ଟୋବର ୨ରେ ପଶ୍ଚିମ ବଙ୍ଗର ବରଦ୍ଵାନ ଏବଂ ୨୦୧୮ ଜାନୁଆରୀ ୧୯ରେ ବୋଧ ଗୟାଠାରେ ହୋଇଥିବା ବୋମା ବିସ୍ଫୋରଣରେ ସେହି ସଙ୍ଗଠନର ସମ୍ପର୍କ ଥିବା ଭାରତୀୟ ସୁରକ୍ଷା ଏଜେନ୍ସିଗୁଡିକ ସ୍ପଷ୍ଟ କରିଛନ୍ତି। ଆସାମ ପୁଲିସ ମଧ୍ୟ ୫ଟି ମାମଲାରେ ସେହି ସଙ୍ଗଠନର ୫୬ ଜଣକୁ ଗିରଫ କରିଛି।

- Advertisement -

ଗୃହ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଜୀହାଦ ମାଧ୍ୟମରେ ଖଲିଫା ସ୍ଥାପନ ଉଦ୍ଦେଶ୍ୟରେ ୧୯୯୮ରେ ଜମାତ ଉଲ ମୁଜାହିଦ୍ଦିନ ସଙ୍ଗଠନ ଗଢାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories