www.samajalive.in
Tuesday, December 9, 2025
16.1 C
Bhubaneswar

ସୁପ୍ରିମକୋର୍ଟରେ ରାଜୀବ କୁମାରଙ୍କ ଆବେଦନ ଖାରଜ, ବଢିଲା ସିବିଆଇ ଗିରଫ ଭୟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଶୁକ୍ରବାର କଲକତାର ପୂର୍ବତନ ପୁଲିସ୍‍ କମିଶନର ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ରୋକ (ଅନ୍ତରୀଣ ସୁରକ୍ଷା) ଆବେଦନକୁ ଖାରଜ କରିଦେଇଛନ୍ତି। ରାଜୀବ କୁମାର ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ଗିରଫଦାରୀକୁ ଏଡ଼ାଇବା ପାଇଁ ଏହି ଆବେଦନ କରିଥିଲେ। ଏହା ପୂର୍ବରୁ କୋର୍ଟ ରାଜୀବ କୁମାରଙ୍କ ଅନ୍ତରୀଣ ସୁରକ୍ଷାକୁ ୭ ଦିନ ପାଇଁ ବଢାଇ ଦେଇଥିଲେ। ଏହା ମଧ୍ୟରେ ସେ ଅଗ୍ରୀମ ଜାମିନ ପାଇଁ ଆବେଦନ କରିପାରିବେ ବୋଲି କୋର୍ଟ କହିଥିଲେ । ତେବେ ଏହି ସୁରକ୍ଷା ଶୁକ୍ରବାର ଶେଷ ହେଉଛି।
ଜଷ୍ଟିସ୍‍ ଅରୁଣ ମିଶ୍ରାଙ୍କ ପୀଠ କହିଛନ୍ତି ଯେ ଗିରଫଦାରୀ ଉପରେ ରୋକ୍‍ ଲଗାଇବା ପାଇଁ ରାଜୀବ କୁମାର କଲକତା ହାଇକୋର୍ଟ କିମ୍ବା ଟ୍ରାଏଲ କୋର୍ଟକୁ ଯାଇପାରିବେ। ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ୱାଧୀନ ପୀଠ ଏହି ମାମଲାରେ ପୂର୍ବରୁ ନିର୍ଦେଶ ଦେଇସାରିଛନ୍ତି। ପ୍ରଧାନ ବିଚାରପତିଙ୍କ ପୀଠ କୁମାରଙ୍କ ଗିରଫଦାରୀ ଉପରେ ରୋକ ଲଗାଇବା ପାଇଁ ଦାଖଲ ଆବେଦନ ଉପରେ ତତ୍କାଳ ଶୁଣାଣିକ କରବାକୁ ମନା କରିଦେଇଥିଲେ।
ରାଜୀବ କୁମାରଙ୍କ ଓକିଲ ସୁନୀଲ ଫର୍ଣ୍ଣାଡିସ ଯୁକ୍ତି ବାଢିଥିଲେ ଯେ କଲକତାରେ ଓକିଲଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ବନ୍ଦ ଅଛି। ଏହା ଉପରେ ପୀଠ କହିଥିଲେ ଯେ ଏବେ ସେଠାରେ ଅଦାଲତ ଚାଲୁଛି। ସବୁ ବିଚାରପତି କାର୍ଯ୍ୟ କରୁଛନ୍ତି ଓ ମାମଲାର ଶୁଣାଣି ହେଉଛି। ରାଜୀବ କୁମାର ପୂର୍ବତନ କମିଶନର ଥିଲେ ଓ ତାଙ୍କୁ ଆଇନ ବିଷୟରେ ଅଧିକ ଜଣା। ସେ ନିଜେ ବି କୋର୍ଟ ଯାଇପାରିବେ। ଧାରା ୩୨ ଅନୁସାରେ ଆମେ ଏହା ଉପରେ ଶୁଣାଣି କରିପାରିବୁ ନାହିଁ।

କଲକତାର ପୂର୍ବତନ ପୁଲିସ୍‍ କମିଶନର ରାଜୀବ କୁମାର ଶାରଦା ଚିଟଫଣ୍ଡ ମାମଲାରେ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସିବିଆଇ ଅଭିଯୋଗ କରିଛି ଯେ ଏହି ମାମଲାରେ କିଛି ରାଜନେତାଙ୍କୁ ସୁରକ୍ଷା ଦେବାକୁ ସେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ରାଜୀବ କୁମାରଙ୍କୁ ଗିରଫ କରିବା ପାଇଁ ସିବିଆଇ କୋର୍ଟଙ୍କୁ ଅନୁମତି ଲେଡିଛି। ହେପାଜତକୁ ନେଇ ରାଜୀବ କୁମାରଙ୍କୁ ଜେରା କରିବାର ଆବଶ୍ୟକତା ରହିଛି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories